/odisha-reporter/media/post_attachments/uploads/2020/01/pooo.jpg)
pooo
ମୁମ୍ୱାଇ: ‘ସାହୋ’ ରିଲିଜ୍ ହେବାର ଚାରି ମାସ ପରେ ପୁଣି ଶୁଟିଂ ସେଟ୍କୁ ଫେରିଛନ୍ତି ସାଉଥ୍ ସୁପର୍ଷ୍ଟାର ପ୍ରଭାସ। ଏବେ ସେ ‘ଜାନ୍’ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ସୋଶାଲ୍ ମିଡିଆ ଯୋଗେ ସେ ନିଜେ ଏହି ସୂଚନା ଦେଇଛନ୍ତି।
ଇନ୍ଷ୍ଟାଗ୍ରାମ୍ରେ ଫଟୋ ଶେଆର୍ କରି ସେ ଲେଖିଛନ୍ତି, “ଆପଣମାନେ ଜାଣି ଖୁସି ହେବେ ଯେ ମୁଁ ମୋ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରି ଦେଇଛି। ଶୁଟିଂ ସେଟ୍ରେ ବହୁତ ମଜାମସ୍ତି ହେବ ବୋଲି ଆଶା କରୁଛି।”
ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ୱରରେ ‘ଜାନ୍’ ଫିଲ୍ମର ଶୁଟିଂ ଆରମ୍ଭ କରିବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ କୌଣସି କାରଣ ଯୋଗୁଁ ସେତେବେଳେ ପ୍ରଭାସ ଏହି ଫିଲ୍ମର ଶୁଟିଂ କରିବାକୁ ମନା କରିଥିଲେ। ଶୁଣିବାକୁ ମିଳିଛି ଯେ ‘ସାହୋ’ ଫିଲ୍ମର ବିଫଳତା ଯୋଗୁ ସେ ସେତେବେଳେ ଏହି ଫିଲ୍ମର ଶୁଟିଂ କରିବାକୁ ମନା କରି ଦେଇଥିଲେ।
View this post on InstagramElated to share that I’m resuming shooting for my upcoming film. Looking forward to a fun schedule.
A post shared by Prabhas (@actorprabhas) on
‘ଜାନ୍’ ଫିଲ୍ମର ଶୁଟିଂ ପାଇଁ ହାଇଦ୍ରାବାଦ୍ର ରାମୋଜି ଫିଲ୍ମ ସିଟିରେ ଏକ ବଡ଼ ସେଟ୍ ଲଗାଯାଇଛି। ଏହା ଏକ ପିରିୟଡ୍ ଲଭ୍ ଷ୍ଟୋରୀ, ଯେଉଁଥିରେ ପ୍ରଭାସ ଜଣେ ଜ୍ୟୋତିଷ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି। ଏହା ବ୍ୟତୀତ ଅନ୍ୟ କେତେକ ଭାଷାରେ ଫିଲ୍ମଟିକୁ ଡବିଂ ମଧ୍ୟ କରାଯିବ। ରାଧାକୃଷ୍ଣ କୁମାର ଏହାର ନିର୍ଦ୍ଦେଶନା ଦେଉଛନ୍ତି।
‘ବାହୁବଳୀ’ ସିରିଜ୍ର ଦୁଇଟି ଯାକ ଫିଲ୍ମ ସୁପର୍ହିଟ୍ ହେବା ପରେ ‘ସାହୋ’ ଉପରେ ଲୋକଙ୍କର ଖୁବ୍ ଭରସା ଥିଲା। ଫିଲ୍ମଟି ବହୁତ ଭଲ ହୋଇଥିବ ବୋଲି ଭାବିଥିଲେ। ହେଲେ ଦର୍ଶକ ଆଶା ଅନୁସାରେ ଫିଲ୍ମଟି ହୋଇ ନଥିଲା। ଏହି ଫିଲ୍ମରେ ପ୍ରଭାସଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଥିଲେ ଶ୍ରଦ୍ଧା କପୁର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
