Advertisment

ଘୋଷଣା ହେଲା ପ୍ରଭାସଙ୍କ ଆଗାମୀ ଫିଲ୍ମ

ଚେନ୍ନାଇ: ‘ବାହୁବଳୀ’ ଫେମ୍ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଆଗକୁ ପ୍ରଭାସଙ୍କର ଏକ ବଡ଼ ଫିଲ୍ମ ଆସିବାକୁ ଯାଉଛି। ନିର୍ମାତା କମ୍ପାନୀ ‘ବୈଜୟନ୍ତୀ ମୁଭିଜ୍’ ଏହି ଫିଲ୍ମ ନେଇ ଘୋଷଣା କରିଛନ୍ତି। ବ୍ଲକବଷ୍ଟର ଫିଲ୍ମ ‘ମହାନତୀ’ର ନିର୍ଦ୍ଦେଶକ ନାଗ ଅଶ୍ୱିନ୍ ଏହାର ନିର୍ଦ୍ଦେଶନା ଦେବେ। କୁହାଯାଉଛି ଯେ ଏହି ଫିଲ୍ମର ଶୁଟିଂ ଚଳିତ ବର୍ଷର ଶେଷ ସୁଦ୍ଧା ଆରମ୍ଭ ହେବ। An epic journey begins with pride. #Prabhas @nagashwin7 @VyjayanthiFilmshttps://t.co/WYEptLI3MF#PrabhasNagAshwin […]

ଅଦ୍ୟତନ ହୋଇଛି
ଘୋଷଣା ହେଲା ପ୍ରଭାସଙ୍କ ଆଗାମୀ ଫିଲ୍ମ

prabhasv

Advertisment

ଚେନ୍ନାଇ: ‘ବାହୁବଳୀ’ ଫେମ୍ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଆଗକୁ ପ୍ରଭାସଙ୍କର ଏକ ବଡ଼ ଫିଲ୍ମ ଆସିବାକୁ ଯାଉଛି। ନିର୍ମାତା କମ୍ପାନୀ ‘ବୈଜୟନ୍ତୀ ମୁଭିଜ୍’ ଏହି ଫିଲ୍ମ ନେଇ ଘୋଷଣା କରିଛନ୍ତି। ବ୍ଲକବଷ୍ଟର ଫିଲ୍ମ ‘ମହାନତୀ’ର ନିର୍ଦ୍ଦେଶକ ନାଗ ଅଶ୍ୱିନ୍ ଏହାର ନିର୍ଦ୍ଦେଶନା ଦେବେ। କୁହାଯାଉଛି ଯେ ଏହି ଫିଲ୍ମର ଶୁଟିଂ ଚଳିତ ବର୍ଷର ଶେଷ ସୁଦ୍ଧା ଆରମ୍ଭ ହେବ।

Advertisment

https://twitter.com/VyjayanthiFilms/status/1232571451972014080?s=20

‘ବୈଜୟନ୍ତୀ ମୁଭିଜ୍’ ୨୮ ସେକେଣ୍ଡର ଏକ ଭିଡିଓ ଶେଆର କରି ଫିଲ୍ମ ବିଷୟରେ ଘୋଷଣା କରିଛି। ଏହି ଭିଡିଓରେ ଏହା ସୂଚନା ଦିଆଯାଇଛି ଯେ ‘ବୈଜୟନ୍ତୀ ମୁଭିଜ୍’କୁ ୫୦ ବର୍ଷ ପୂରିଯାଇଛି ଓ କମ୍ପାନୀ ମେଗାଷ୍ଟାର ପ୍ରଭାସଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛି। ଏହି କମ୍ପାନୀର ପ୍ରତିଷ୍ଠାତା ସି ଅଶ୍ୱିନ ଦତ୍ତ ସାଉଥ ଇଣ୍ଡଷ୍ଟ୍ରିରେ ବଡ଼ ବଜେଟ୍‌ର ଭଲ ଭଲ ଫିଲ୍ମ ବନାଇବା ପାଇଁ ବେଶ୍‌ ଜଣାଶୁଣା।

https://www.instagram.com/p/BwXE4Zmgeuf/?utm_source=ig_web_copy_link

‘ବାହୁବଳୀ’ ପରେ  ପ୍ରଭାସ ସାଉଥ୍ ଇଣ୍ଡଷ୍ଟ୍ରିର ସବୁଠୁ ବଡ଼ ଷ୍ଟାର ହୋଇଯାଇଛନ୍ତି। ‘ସାହୋ’ ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ମଧ୍ୟ ନଜର ଆସି ସାରିଛନ୍ତି। ସୋଶାଲ୍‌ ମିଡିଆରେ ତାଙ୍କର ଫ୍ୟାନ୍‌ ଫଲୋଇଂ ବେଶ୍ ଅଧିକ ରହିଛି। ତେବେ ତାଙ୍କ ଫ୍ୟାନ୍‌ମାନେ ତାଙ୍କ ଆଗାମୀ ପିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରି ବସିଛନ୍ତି। ତେବେ ତାଙ୍କ ନୂଆ ଫିଲ୍ମର ଘୋଷଣା ଫ୍ୟାନ୍‌ମାନଙ୍କ ପାଇଁ ନିଶ୍ଚିତ ଏକ ବଡ଼ ଖୁସି ଖବର।

Advertisment

https://www.instagram.com/p/B0iF6HnHjG6/?utm_source=ig_web_copy_link

ନିକଟରେ ପ୍ରଭାସ ବଲିଉଡ୍‌ରେ ‘ସାହୋ’ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ। ‘ବାହୁବଳୀ’ ସିରିଜ୍‌ର ଦୁଇଟି ଯାକ ଫିଲ୍ମ ସୁପର୍‌ହିଟ୍ ହେବା ପରେ ‘ସାହୋ’ ଉପରେ ଲୋକଙ୍କର ଖୁବ୍ ଭରସା ଥିଲା। ଫିଲ୍ମଟି ବହୁତ ଭଲ ହୋଇଥିବ ବୋଲି ଭାବିଥିଲେ। ହେଲେ ଦର୍ଶକ ଆଶା ଅନୁସାରେ ଫିଲ୍ମଟି ହୋଇ ନଥିଲା। ଏହି ଫିଲ୍ମରେ ପ୍ରଭାସଙ୍କ ସହିତ ସ୍କ୍ରିନ୍ ଶେଆର୍ କରିଥିଲେ ଶ୍ରଦ୍ଧା କପୁର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe