Advertisment

ଭାଣିଜୀଙ୍କୁ ନୁହେଁ ଏହି ମହିଳାଙ୍କୁ ବିବାହ କଲେ ପ୍ରଭୁଦେବା

ନୂଆଦିଲ୍ଲୀ: ପ୍ରଭୁଦେବାଙ୍କ ବିବାହକୁ ନେଇ ଅନେକ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ତେବେ ପ୍ରଭୁଦେବାଙ୍କ ଇତି ମଧ୍ୟରେ ବିବାହ ସରିଥିବା ଜଣାପଡ଼ିଛି। ମୁମ୍ବାଇର ଜଣେ ଲୋକପ୍ରିୟ ଫିଜିଓଥେରାପିଷ୍ଟ ଡା. ହିମାନୀଙ୍କୁ ସେ ବିବାହ କରିଛନ୍ତି। ଲକଡାଉନ ସମୟରେ ଉଭୟ ଚୁପଚାର୍ ବିବାହ କରିସାରିଥିବା କୁହାଯାଉଛି। ସୂଚନା ଯେ, ହିମାନୀ ମୁମ୍ବାଇର ସାକିନାକା ଅଞ୍ଚଳରେ ରୁହନ୍ତି। ତେବେ ଚେନ୍ନାଇରେ ପ୍ରଭୁଦେବା ଓ ହିମାନୀଙ୍କ ବିବାହ ସମ୍ପନ୍ନ ହେଲା। ଯେତେବେଳେ ଡା. ହିମାନୀ ପ୍ରଭୁଦେବାଙ୍କ ପିଠି ଓ ଗୋଡ଼ର […]

ଭାଣିଜୀଙ୍କୁ ନୁହେଁ ଏହି ମହିଳାଙ୍କୁ ବିବାହ କଲେ ପ୍ରଭୁଦେବା

prabhu-deva

Advertisment

ନୂଆଦିଲ୍ଲୀ: ପ୍ରଭୁଦେବାଙ୍କ ବିବାହକୁ ନେଇ ଅନେକ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ତେବେ ପ୍ରଭୁଦେବାଙ୍କ ଇତି ମଧ୍ୟରେ ବିବାହ ସରିଥିବା ଜଣାପଡ଼ିଛି। ମୁମ୍ବାଇର ଜଣେ ଲୋକପ୍ରିୟ ଫିଜିଓଥେରାପିଷ୍ଟ ଡା. ହିମାନୀଙ୍କୁ ସେ ବିବାହ କରିଛନ୍ତି। ଲକଡାଉନ ସମୟରେ ଉଭୟ ଚୁପଚାର୍ ବିବାହ କରିସାରିଥିବା କୁହାଯାଉଛି।

Advertisment

Watch: 16 times Prabhu Deva blew us away with his dance genius | The News  Minute

ସୂଚନା ଯେ, ହିମାନୀ ମୁମ୍ବାଇର ସାକିନାକା ଅଞ୍ଚଳରେ ରୁହନ୍ତି। ତେବେ ଚେନ୍ନାଇରେ ପ୍ରଭୁଦେବା ଓ ହିମାନୀଙ୍କ ବିବାହ ସମ୍ପନ୍ନ ହେଲା।

Happy Birthday Prabhudeva: 'Metro Channel' to 'Chalmaar' - Five delightful  dance performances of Prabhudeva | The Times of India

ଯେତେବେଳେ ଡା. ହିମାନୀ ପ୍ରଭୁଦେବାଙ୍କ ପିଠି ଓ ଗୋଡ଼ର ଚିକିତ୍ସା କରୁଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉଭୟ ମାର୍ଚ୍ଚରେ ଚେନ୍ନାଇଠାରେ 2 ମାସ ଧରି ଲିଭ୍-ଇନ୍ ରିଲେସନଶିପରେ ଥିଲେ। ଦୁଇ ମାସ ଏକାଠି ରହିବା ପରେ ପ୍ରଭୁଦେବାଙ୍କ ଘରେ ଉଭୟଙ୍କ ବିବାହ ସମ୍ପନ୍ନ ହେଲା। ତେବେ ବିବାହରେ କେବଳ କେତେଜଣ ସମ୍ପର୍କୀୟ ସାମିଲ ହୋଇଥିଲେ।

Advertisment

Prabhudheva Married a Mumbai Doctor in May, Brother Confirms

ପ୍ରକାଶ ଥାଉ କି, ପ୍ରଭୁଦେବାଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ହୋଇସାରିଛି। ପତ୍ନୀ ରାମଲତାଙ୍କଠାରୁ ଛାଡ଼ପତ୍ର ନେବା ପରେ ପ୍ରଭୁଦେବାଙ୍କ ନାଁ ଅନେକ ସାଉଥ୍ ଅଭିନେତ୍ରୀଙ୍କ ସହ ଯୋଡ଼ାଯାଇଛି। ନିକଟରେ ପ୍ରଭୁଦେବା ନିଜ ଭାଣିଜୀଙ୍କୁ ବିବାହ କରିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏବେ ସବୁ କିଛି ସ୍ପଷ୍ଟ ହୋଇଯାଇଛି।

Bollywood Prabhu Deva
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe