Advertisment

ଜିତି ପାରିଲେନି ପ୍ରକୃତି

ମୁମ୍ବାଇ: ରିଆଲିଟି ଶୋ ‘ଏସ୍‌ ଅଫ୍‌ ସ୍ପେସ୍’ ଜିତି ପାରିଲେନି ପ୍ରକୃତି ମିଶ୍ର। ରବିବାର ଦିନ ଶୋ’ର ଗ୍ରାଣ୍ଡ ଫିନାଲେ ଥିଲା। ସଲମାନ୍‌ ଜାଇଦି ଏହି ସିଜନ୍‌ର ବିଜେତା ସାଜିଛନ୍ତି। ସେହିପରି ସୋଶାଲ୍‌ ମିଡିଆ ଷ୍ଟାର୍‌ ଆଦନାନ୍‌ ଶେଖ୍‌ ଓ  ବସିର୍‌ ଅଲ୍ଲୀ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନର୍‌ ଅପ୍‌ ହୋଇଛନ୍ତି। ସଲମାନ୍‌ଙ୍କୁ ଟ୍ରଫି ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି। ଶୋ’ ଜିତିବା ପରେ ସଲମାନ୍‌ କହିଥିଲେ ଯେ ଏ ଯାତ୍ରା […]

author-image
Biswobandita Swain
ଅଦ୍ୟତନ ହୋଇଛି
ଜିତି ପାରିଲେନି ପ୍ରକୃତି 

prakruti-mishra

ମୁମ୍ବାଇ: ରିଆଲିଟି ଶୋ ‘ଏସ୍‌ ଅଫ୍‌ ସ୍ପେସ୍’ ଜିତି ପାରିଲେନି ପ୍ରକୃତି ମିଶ୍ର। ରବିବାର ଦିନ ଶୋ’ର ଗ୍ରାଣ୍ଡ ଫିନାଲେ ଥିଲା। ସଲମାନ୍‌ ଜାଇଦି ଏହି ସିଜନ୍‌ର ବିଜେତା ସାଜିଛନ୍ତି। ସେହିପରି ସୋଶାଲ୍‌ ମିଡିଆ ଷ୍ଟାର୍‌ ଆଦନାନ୍‌ ଶେଖ୍‌ ଓ  ବସିର୍‌ ଅଲ୍ଲୀ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ରନର୍‌ ଅପ୍‌ ହୋଇଛନ୍ତି। ସଲମାନ୍‌ଙ୍କୁ ଟ୍ରଫି ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି।

Advertisment

ଶୋ’ ଜିତିବା ପରେ ସଲମାନ୍‌ କହିଥିଲେ ଯେ ଏ ଯାତ୍ରା ବହୁତ ବଢ଼ିଆ ରହିଥିଲା।  ‘ଏସ୍‌ ଅଫ୍‌ ସ୍ପେସ୍‌’ ହାଉସ୍‌ରେ ସେ କିଛି ଭଲ ବନ୍ଧୁ ପାଇଲେ। ତାଙ୍କ ଜିତିବା ପଛରେ ସେମାନଙ୍କର ହାତ ରହିଛି। ଅନ୍ୟପକ୍ଷରେ ଫାଇନାଲ୍‌ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚିପାରିଥିବା ପ୍ରକୃତି ଗ୍ରାଣ୍ଡ ଫିନାଲେ ଅବସରରେ ଏକ ଜବରଦସ୍ତ ଡ୍ୟାନ୍ସ କରିଥିଲେ।

publive-imageସୂଚନାଯୋଗ୍ୟ, ‘ଏସ୍‌ ଅଫ୍‌ ସ୍ପେସ୍‌-୨’ ରିଆଲିଟି ଶୋ’ ଅଗଷ୍ଟ ୨୫ରୁ ଆରମ୍ଭ ହୋଇଥିଲା। ଏହି ଶୋ’ କିଛି ଅତିଥିଙ୍କୁ ନେଇ ହୋଇଥାଏ। ଶୋ’ର ନିୟମ ଅନୁଯାୟୀ, କିଛି ଘର ରହିଥାଏ ଏବଂ ସେହି ଘରେ ପ୍ରତିଯୋଗୀମାନେ ଅତିଥି ଭାବେ ରହନ୍ତି। ଶୋ’ ଯେତେ ଆଗକୁ ବଢ଼େ ଘର ସେତେ ଛୋଟ ହେବାକୁ ଲାଗେ। ଆଉ ଯିଏ ସବୁଠୁ ଅଳ୍ପ ଜାଗାରେ ରହିପାରନ୍ତି, ସେ ବିଜୟୀ ହୁଅନ୍ତି। ଏଥିପାଇଁ ଅତିଥିମାନେ ବିଭିନ୍ନ କୌଶଳ ଅବଲମ୍ବନ କରନ୍ତି। ଏହା ସହିତ ଏଥିରେ ସେମାନଙ୍କୁ ଆଉ କିଛି ଟାକ୍ସ ମଧ୍ୟ ଦିଆଯାଏ। ସେଗୁଡ଼ିକୁ ମଧ୍ୟ ମୂଲ୍ୟାୟନ କରାଯାଏ। ଏଥିରେ ଲୋକଙ୍କ ଭୋଟ୍‌କୁ ମଧ୍ୟ ସାମିଲ କରାଯାଇଛି।

Advertisment