Advertisment

ଏମ୍‌ ଟିଭିରେ ବାପାଙ୍କ ସହ ଓଡ଼ିଆ ଗୀତ ଗାଇଲେ ପ୍ରକୃତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏମ୍‌ ଟିଭିରେ ଓଡ଼ିଆ ଗୀତ ଗାଇଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ ଏକା ଗାଇ ନାହାନ୍ତି, ତାଙ୍କ ସାଥ୍‌ ଦେଇଛନ୍ତି ତାଙ୍କ ବାପା ମନ୍ମଥ ମିଶ୍ର। ‘ସାତ ସୁରେ ବନ୍ଧା ଏ ଜୀବନ’ ଗୀତକୁ ଉଭୟ ରିଆଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ ରେ ଗାଇଛନ୍ତି। ଆପଣମାନେ ଜାଣିଥିବେ, ଏମ୍‌ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ରେ ପ୍ରକୃତି ଜଣେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି। ନିକଟରେ ଏହି […]

ଅଦ୍ୟତନ ହୋଇଛି
ଏମ୍‌ ଟିଭିରେ ବାପାଙ୍କ ସହ ଓଡ଼ିଆ ଗୀତ ଗାଇଲେ ପ୍ରକୃତି

pr

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏମ୍‌ ଟିଭିରେ ଓଡ଼ିଆ ଗୀତ ଗାଇଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ ଏକା ଗାଇ ନାହାନ୍ତି, ତାଙ୍କ ସାଥ୍‌ ଦେଇଛନ୍ତି ତାଙ୍କ ବାପା ମନ୍ମଥ ମିଶ୍ର। ‘ସାତ ସୁରେ ବନ୍ଧା ଏ ଜୀବନ’ ଗୀତକୁ ଉଭୟ ରିଆଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ ରେ ଗାଇଛନ୍ତି।

Advertisment

ଆପଣମାନେ ଜାଣିଥିବେ, ଏମ୍‌ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ରେ ପ୍ରକୃତି ଜଣେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି। ନିକଟରେ ଏହି ଶୋ’ରେ ପ୍ରକୃତିଙ୍କ ବାପା କିଛି ସମୟ ପାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମୟରେ ସେ ଓ ପ୍ରକୃତି ଗୋଟେ ଗୀତ ଗାଇ ଅନ୍ୟ ପ୍ରତିଯୋଗୀଙ୍କ ମନୋରଞ୍ଜନ କରିବା କଥା ଚିନ୍ତା କରିଥିଲେ। ତା’ପରେ ସେମାନେ ‘ସାତ ସୁରେ ବନ୍ଧା ଏ ଜୀବନ’ ଗୀତ ଗାଇ ଥିଲେ।

publive-imageସୂଚନାଯୋଗ୍ୟ, ‘ଏସ୍‌ ଅଫ୍‌ ସ୍ପେସ୍‌-୨’ ରିଆଲିଟି ଶୋ’ ଅଗଷ୍ଟ ୨୫ରୁ ଆରମ୍ଭ ହୋଇଛି। ଏହି ଶୋ’ କିଛି ଅତିଥିଙ୍କୁ ନେଇ ହୋଇଥାଏ। ଶୋ’ର ନିୟମ ଅନୁଯାୟୀ, କିଛି ଘର ରହିଥାଏ ଏବଂ ସେହି ଘରେ ପ୍ରତିଯୋଗୀ ମାନେ ଅତିଥି ଭାବେ ରହନ୍ତି। ଶୋ’ ଯେତେ ଆଗକୁ ବଢ଼େ ଘର ସେତେ ଛୋଟ ହେବାକୁ ଲାଗେ। ଆଉ ଯିଏ ସବୁଠୁ ଅଳ୍ପ ଜାଗାରେ ରହିପାରନ୍ତି, ସେ ବିଜୟୀ ହୁଅନ୍ତି। ଏଥିପାଇଁ ଅତିଥିମାନେ ବିଭିନ୍ନ କୌଶଳ ଅବଲମ୍ବନ କରନ୍ତି। ଏହା ସହିତ ଏଥିରେ ସେମାନଙ୍କୁ ଆଉ କିଛି ଟାକ୍ସ ମଧ୍ୟ ଦିଆଯାଏ। ସେଗୁଡ଼ିକୁ ମଧ୍ୟ ମୂଲ୍ୟାୟନ କରାଯାଏ। ଏଥିରେ ଲୋକଙ୍କ ଭୋଟ୍‌କୁ ମଧ୍ୟ ସାମିଲ କରାଯାଇଛି। ଏବେ ଶୋ’ର ଶେଷ ସପ୍ତାହ ଚାଲିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe