ଗୋଆ ଟ୍ରିପ୍‌ରେ ବାହାରିଲେ ପ୍ରକୃତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଇନ୍‌ଷ୍ଟାଗ୍ରାମରେ ପ୍ରାୟ ସମୟ ସକ୍ରିୟ ରହିଥାନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଇନ୍‌ଷ୍ଟାଗ୍ରାମରେ ସେ ବ୍ୟକ୍ତିଗତ ଏବଂ ପେଶାଗତ ଜୀବନକୁ ନେଇ କିଛି ଅପଡେଟ୍‌ ମଧ୍ୟ ଦିଅନ୍ତି। ବୁଲାବୁଲି କରିବାକୁ ଭଲ ପାଉଥିବା ପ୍ରକୃତିଙ୍କୁ ପ୍ରାୟ ସମୟ ଇନ୍‌ଷ୍ଟାରେ ତାଙ୍କ ଟ୍ରାଭେଲ୍‌ ଫଟୋ ଶେଆର କରିବାର ଦେଖାଯାଏ। ନିକଟରେ ପ୍ରକୃତି ଗୋଲା ବୁଲିବାକୁ ଯାଇଥିଲେ। ସେ ‘ଏସ୍‌ଅଫ୍‌ସ୍ପେସ୍’ ପ୍ରତିଯୋଗୀମାନଙ୍କ ସହ ଏହି ଟ୍ରିପ୍‌ର ଭରପୁର୍‌ ମଜା ନେବାର ଦେଖିବାକୁ ମିଳିଥିଲା। ନିକଟରେ ପ୍ରକୃତି ଏମ୍‌ ଟିଭିରେ ପ୍ରସାରିତ ରିଆଲିଟି ଶୋ ‘ଏସ୍‌ଅଫ୍‌ସ୍ପେସ୍‌’ରେ […]

p

Biswobandita Swain
  • Published: Thursday, 12 December 2019
  • , Updated: 12 December 2019, 03:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଇନ୍‌ଷ୍ଟାଗ୍ରାମରେ ପ୍ରାୟ ସମୟ ସକ୍ରିୟ ରହିଥାନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଇନ୍‌ଷ୍ଟାଗ୍ରାମରେ ସେ ବ୍ୟକ୍ତିଗତ ଏବଂ ପେଶାଗତ ଜୀବନକୁ ନେଇ କିଛି ଅପଡେଟ୍‌ ମଧ୍ୟ ଦିଅନ୍ତି। ବୁଲାବୁଲି କରିବାକୁ ଭଲ ପାଉଥିବା ପ୍ରକୃତିଙ୍କୁ ପ୍ରାୟ ସମୟ ଇନ୍‌ଷ୍ଟାରେ ତାଙ୍କ ଟ୍ରାଭେଲ୍‌ ଫଟୋ ଶେଆର କରିବାର ଦେଖାଯାଏ। ନିକଟରେ ପ୍ରକୃତି ଗୋଲା ବୁଲିବାକୁ ଯାଇଥିଲେ। ସେ ‘ଏସ୍‌ଅଫ୍‌ସ୍ପେସ୍’ ପ୍ରତିଯୋଗୀମାନଙ୍କ ସହ ଏହି ଟ୍ରିପ୍‌ର ଭରପୁର୍‌ ମଜା ନେବାର ଦେଖିବାକୁ ମିଳିଥିଲା।

ନିକଟରେ ପ୍ରକୃତି ଏମ୍‌ ଟିଭିରେ ପ୍ରସାରିତ ରିଲିଟି ଶୋ ‘ଏସ୍‌ଅଫ୍‌ସ୍ପେସ୍‌ରେ ଯୋଗ ଦେଇଥିଲେ। ଏହି ଶୋରେ ଭାଗ ନେଇଥିବା କିଛି ପ୍ରତିଯୋଗୀଙ୍କ ସହ ତାଙ୍କର ବେଶ୍‌ ଭଲ ବନ୍ଧୁତା ହୋଇଯାଇଥିଲା। ପ୍ରକୃତି ସେମାନଙ୍କର ସହ ଗୋଆ ଟ୍ରିପ୍‌ରେ ଯାଇଛନ୍ତି। ଏହି ଟ୍ରିପ୍‌ରେ ତାଙ୍କ ସହ ଏସ୍‌ଅଫ୍‌ସ୍ପେସ୍ ପ୍ରତିଯୋଗୀ ବସିର୍‌ ଅଲ୍ଲୀନିକିତାସୃତିଚେତନା ପାଣ୍ଡେ ଯୋଗ ଦେଇଥିଲେ। ପୂରା ଗ୍ରୁପ୍‌କୁ ଭପୁର୍‌ ମଜାମସ୍ତି କରିବାର ଦେଖିବାକୁ ମିଳିଥିଲା। ଗୋଆ ଯିବା ସମୟର ଏବଂ ସମୁଦ୍ର କୂଳରେ ପ୍ରକୃତିଙ୍କୁ ଭିନ୍ନ ଭିନ୍ନ ପୋଜ୍‌ ଦେବାର ଦେଖିବାକୁ ମିଳିଥିଲା।

ଗୋଆ ବିଚ୍‌ରେ ପ୍ରକୃତିଙ୍କୁ ବିକିନିରେ ଦେଖିବାକୁ ମିଳିଥିଲା। ବ୍ଲୁ-ବିକିନି ଏବଂ ଡେନିମ୍‌ ହଟ୍‌ ପ୍ୟାଣ୍ଟରେ ବେଶ୍‌ କୁଲ୍‌ ଲାଗୁଥିଲେ ପ୍ରକୃତି।

ସୂଚନାଯୋଗ୍ୟ, ‘ଓମ୍‌ ସାଇ ରାମ୍‌’, ‘ବିନ୍ଦାସ୍‌ ରୋମିଓ’, ‘କୁଆଁରି କନ୍ୟା’, ‘ପାଗଳ କରିଛି ପାଉଁଜି ତୋର’, ‘ମିଠା ମିଠା’, ‘ହେଲୋ ଅର୍‌ସି’ ଆଦି ଫିଲ୍ମରେ ସେ ଅଭିନୟ କରିଛନ୍ତି।

Related story