swara
ମୁମ୍ବାଇ: ନିକଟରେ ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ୱେବ୍ସିରିଜ୍ ‘ରସ୍ଭରୀ’ ଆମାଜନ୍ ପ୍ରାଇମ୍ରେ ରିଲିଜ୍ ହୋଇଥିଲା। ଏହି ୱେବ୍ସିରିଜ୍ ପାଇଁ ସେ ସମାଲୋଚନାର ଶିକାର ହୋଇଛନ୍ତି। ଲେଖକ ତଥା ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ର ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏହି ୱେବ୍ ସରିଜ୍ର ଏକ ସିନ୍କୁ ନାପସନ୍ଦ କରିଛନ୍ତି।
ଏ ସମ୍ପର୍କରେ ପ୍ରସୁନ୍ନ ଏକ ଟ୍ୱିଟ୍ କରି ଲେଖିଛନ୍ତି, ୱେବ୍ ସିରିଜ୍ ‘ରସଭରୀ’ର ଦାୟିତ୍ୱହୀନ ବିଷୟବସ୍ତୁ ଦେଖି ମୁଁ ଦୁଃଖିତ। ଏଥିରେ ଗୋଟିଏ ଛୋଟ ଝିଅ ମଦ୍ୟପାନ କରୁଥିବା କିଛି ପୁରୁଷଙ୍କ ସାମ୍ନାରେ ଉତ୍ତେଜକ ନୃତ୍ୟ ପରିବେଷଣ କରୁଛି। ନିର୍ମାତା ଓ ଦର୍ଶକ ଏହାକୁ ନେଇ ପୁଣି ଥରେ ଗମ୍ଭୀରତାର ସହିତ ଚିନ୍ତା କରନ୍ତୁ। ଏହା ଅଭିବ୍ୟକ୍ତର ସ୍ୱାଧୀନତା ନା ଶୋଷଣର ସ୍ୱାଧୀନତା? ଏଭଳି ସାଂଘାତିକ ମନୋରଞ୍ଜନରୁ ଆମେ ପିଲାମାନଙ୍କୁ ବାଦ୍ ଦେବା ଦରକାର।
ପ୍ରସୁନ୍ନ ଯୋଶୀଙ୍କର ଏହି ଟ୍ୱିଟ୍ର ଜବାବ ଦେଇ ସ୍ୱରା ଭାସ୍କର ଲେଖିଛନ୍ତି, ‘ସାର୍, ବୋଧହୁଏ ଆପଣ ସିନ୍କୁ ଭୁଲ୍ ବୁଝୁଛନ୍ତି। ଯେମିତି ବର୍ଣ୍ଣନା କରାଯାଇଛି, ସିନ୍ ତାର ଠିକ୍ ଓଲଟା। ପିଲାଟି ତା’ ଇଚ୍ଛାରେ ନାଚୁଛି। ତା’ ବାପା ଏସବୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛି ଓ ଲଜ୍ଜିତ ହେଉଛି। ନୃତ୍ୟ ଉତ୍ତେଜକ ନାହିଁ, ପିଲାଟି କେବଳ ନାଚୁଛି। ସେ ଜାଣିନି ଯେ ସମାଜ ତାକୁ ବି କାମ ପ୍ରବୃତ୍ତିରେ ଦେଖିବ। ସିନ୍ରେ ଏହା ଦେଖାଯାଇଛି।’
ଏହା ପୂର୍ବରୁ ସ୍ୱରା ‘ରସଭରୀ’ର ଟ୍ରେଲର୍ ଶେଆର କରିଥିଲେ, ଏବଂ କ୍ୟାପସନ୍ରେ ଲେଖିଥିଲେ, ‘ବନ୍ଧୁମାନେ, ରସଭରୀର ଯାଦୁରୁ କେହି ବଞ୍ଚିପାରିନାହାନ୍ତି। ତାକୁ ଗ୍ରହଣ କରି ଦେଖି ନିଅନ୍ତୁ।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/swara-1.jpg)