/odisha-reporter/media/post_attachments/uploads/2015/10/ssssss.jpg)
film
ନୂଆଦିଲ୍ଲୀ: ଚଳିତ ସପ୍ତାହରେ ରିଲିଜ ହୋଇଥିବା ‘ପ୍ୟାର କା ପଞ୍ଚନାମା-୨’ ବକ୍ସ ଅଫିସରେ ଭଲ ଆୟ କରିଛି। ପ୍ରଥମ ଦିନରେ ୬.୮୦ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ। ପ୍ରଥମ ଦିନରେ ‘ପ୍ୟାର କା ପଞ୍ଚନାମା ୨’ ଭଲ ଆୟ କରିଥିବା ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍ କରି ଜଣାଇଛନ୍ତି।
Advertisment
ଫିଲ୍ମଟିକୁ ୟଙ୍ଗ୍ ଷ୍ଟାର ବେଶ୍ ପସନ୍ଦ କରୁଥିବା ଜଣାପଡିଛି। ୨୦୧୧ରେ ରିଲିଜ ହୋଇଥିବା ପ୍ୟାର କା ପଞ୍ଚ ନାମାର ଏହା ସିକ୍ୟୁଏଲ। ଫିଲ୍ମଟିକୁ ଲଭ୍ ରଞ୍ଜନ ନିର୍ଦ୍ଦେଶନା ଦେଇଛନ୍ତି। ଦର୍ଶକଙ୍କ କ୍ରେଜକୁ ଦେଖିଲେ ଫିଲ୍ମଟି ୱିକେଣ୍ଡରେ ଭଲ ଆୟ କରିବ ବୋଲି ଆଶା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
