ମୁମ୍ବାଇ: ଗୋଟିଏ ସମୟରେ ବଲିଉଡ୍ ଡିମ୍ପଲ ଗାର୍ଲ ଭାବେ ପରିଚିତ ପ୍ରୀତି ଜିଣ୍ଟାଙ୍କୁ ଅଣ୍ଡର ୱାର୍ଲ୍ଡ ଧମକର ସାମ୍ନା କରିବାକୁ ପଡ଼ିଥିଲା। ସେ ସମୟରେ ତାଙ୍କୁ +92ରୁ ଆରମ୍ଭ ହେଉଥିବା ନମ୍ବରରୁ ବାରମ୍ବାର କଲ୍ ଆସୁଥିଲା, ଆଉ ଡରରେ ପ୍ରୀତି ଏହି କଲ୍ ଉଠାଉ ନ ଥିଲେ।
ନିକଟରେ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମକୁ ଆସି ସେ ଏହି ବିଷୟରେ ଆଲୋଚନା କରିଛନ୍ତି। ପ୍ରିତୀ କହିଛନ୍ତି, ‘‘ସେ ସମୟରେ ମୋତେ ଏହି ନମ୍ବରରୁ ବାରମ୍ବାର କଲ୍ ଆସେ। କିନ୍ତୁ ମୁଁ ଉଠାଏନି। ଅଜାଣତରେ ଯେବେ ଉଠାଏ ମୋତେ ଧମକ୍ ଦିଆଯାଏ ଆଉ ମୁଁ ଡରିଯାଏ। ମୁଁ ଖୁବ୍ ଚିନ୍ତିତ ଥିବାବେଳେ ଥରେ ଲାଲ୍ କୃଷ୍ଣ ଆଡ୍ଭାଣୀ ଜୀ ମୋତେ ନ ଡରିବାକୁ ଆଶ୍ୱସନା ମଧ୍ୟ ଦେଇଥିଲେ।’’
ଅଣ୍ଡରୱାଲ୍ଡରୁ ଧମକ ଆସିବା ସମୟରେ ପ୍ରୀତି ସିକ୍ୟୁରିଟି ନେବାକୁ ମନା କରି ଦେଇଥିଲେ। କିନ୍ତୁ କିଛି ପୁଲିସ୍, ୟୁନିଫର୍ମ ନ ପିନ୍ଧି ତାଙ୍କ ସହ ସେଟ୍ରେ ରହୁଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ତାଙ୍କୁ ଯେଉଁ ନମ୍ବରରୁ କଲ୍ ଆସୁଥିଲା ତାହା ହେଉଛି ପାକିସ୍ତାନୀ ଆଇ.ଏସ୍.ଡି. କୋଡ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।