Advertisment

ବଲିଉଡ୍‌ରେ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ ବଲିଉଡ୍‌ରେ ଜଲ୍ଓ୍ୱା ଦେଖାଇବାକୁ ଯାଉଛନ୍ତି ଓଲିଉଡ୍‌ ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ। ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’ର ଦୁଇଟି ଗୀତର ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଗୀତ ମଧ୍ୟରୁ ଗୋଟେ ଗୀତ ମୋହିତ୍‌ ଚୌହାନ୍‌ ଗାଇଥିବା ବେଳେ ଅନ୍ୟଟିକୁ ଜୁବିନ୍‌ ନଉଟିୟାଲ୍‌ ଗାଇଛନ୍ତି। ଏହି ଫିଲ୍ମକୁ ମିଶାଇ ଦ୍ୱିତୀୟ ଥର ଲାଗି ସେ ବଲିଉଡ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ପୂର୍ବରୁ ସେ ‘ଦେଖ୍‌ […]

author-image
Biswobandita Swain
ଅଦ୍ୟତନ ହୋଇଛି
ବଲିଉଡ୍‌ରେ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

premanad

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ ବଲିଉଡ୍‌ରେ ଜଲ୍ଓ୍ୱା ଦେଖାଇବାକୁ ଯାଉଛନ୍ତି ଓଲିଉଡ୍‌ ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ। ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’ର ଦୁଇଟି ଗୀତର ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ଗୀତ ମଧ୍ୟରୁ ଗୋଟେ ଗୀତ ମୋହିତ୍‌ ଚୌହାନ୍‌ ଗାଇଥିବା ବେଳେ ଅନ୍ୟଟିକୁ ଜୁବିନ୍‌ ନଉଟିୟାଲ୍‌ ଗାଇଛନ୍ତି।

Advertisment

ଏହି ଫିଲ୍ମକୁ ମିଶାଇ ଦ୍ୱିତୀୟ ଥର ଲାଗି ସେ ବଲିଉଡ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ପୂର୍ବରୁ ସେ ‘ଦେଖ୍‌ ଭାଇ ଦେଖ୍‌’ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ଫିଲ୍ମ ‘ଲଭ୍‌ ୟୁ ଟର୍ଣ୍ଣ’କୁ ନିର୍ଦ୍ଦେଶନା ଦେଇଛନ୍ତି ହରିଶ୍‌ ରାୱତ୍‌। ତ୍ରିକୋଣୀୟ ଭଲପାଇବାକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଆସନ୍ତା ୨୨ତାରିଖରେ ରିଲିଜ୍ ହେବ।

Advertisment

ସୂଚନାଯୋଗ୍ୟ, ୬୦ରୁ ଅଧିକ ଓଡ଼ିଆ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରେମ୍ ଆନନ୍ଦ ଭୋଜପୁରୀ ଓ ବଙ୍ଗାଳି ଫିଲ୍ମ ପାଇଁ ବି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।