Advertisment

‘ପ୍ରେମ ରତନ ଧନ୍ ପାୟୋ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ରିଲିଜ୍ ହୋଇଛି ସଲମାନ ଖାଁ ଷ୍ଟାରର ଫିଲ୍ମ ‘ପ୍ରେମ ରତନ ଧନ୍ ପାୟୋ’ର ଟ୍ରେଲର। ଦୀପାବଳିରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ସଲମାନଙ୍କ ଅପୋଜିଟରେ ଅଛନ୍ତି ସୋନମ କପୁର। ରାଜଶ୍ରୀ ପ୍ରଡକସନର ଏଇ ଚଳଚ୍ଚିତ୍ରରେ ପୁଣି ପ୍ରେମ୍ ନାଁରେ ବ୍ୟାକ୍ କରୁଛନ୍ତି ସଲ୍ଲୁ। ବଜରଙ୍ଗି ଭାଇଜାନରେ ଧୂମ ମଚାଇବା ପରେ ଦିୱାଲିରେ ପୁଣି ଜବରଦସ୍ତ କମବ୍ୟାକ କରୁଛନ୍ତି ଭାଇଜାନ୍। ରାଜସ୍ଥାନର ରୟାଲ ଫ୍ୟାମିଲିର ବ୍ୟାକଡ୍ରପରେ ନିର୍ମାଣ ହୋଇଛି ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’। […]

‘ପ୍ରେମ ରତନ ଧନ୍ ପାୟୋ’ର ଟ୍ରେଲର ରିଲିଜ୍

Prem-Ratan-Dhan-Payo

Advertisment

[embed] style="text-align: justify">ମୁମ୍ବାଇ: ରିଲିଜ୍ ହୋଇଛି ସଲମାନ ଖାଁ ଷ୍ଟାରର ଫିଲ୍ମ ‘ପ୍ରେମ ରତନ ଧନ୍ ପାୟୋ’ର ଟ୍ରେଲର। ଦୀପାବଳିରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ସଲମାନଙ୍କ ଅପୋଜିଟରେ ଅଛନ୍ତି ସୋନମ କପୁର। ରାଜଶ୍ରୀ ପ୍ରଡକସନର ଏଇ ଚଳଚ୍ଚିତ୍ରରେ ପୁଣି ପ୍ରେମ୍ ନାଁରେ ବ୍ୟାକ୍ କରୁଛନ୍ତି ସଲ୍ଲୁ। ବଜରଙ୍ଗି ଭାଇଜାନରେ ଧୂମ ମଚାଇବା ପରେ ଦିୱାଲିରେ ପୁଣି ଜବରଦସ୍ତ କମବ୍ୟାକ କରୁଛନ୍ତି ଭାଇଜାନ୍। ରାଜସ୍ଥାନର ରୟାଲ ଫ୍ୟାମିଲିର ବ୍ୟାକଡ୍ରପରେ ନିର୍ମାଣ ହୋଇଛି ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’। ରାଜଶ୍ରୀ ବ୍ୟାନରର ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି ସୁରଜ ବଡଜାତ୍ୟା। ଟାଇଟଲ ସଙ୍ଗରେ ଦେଖିବାକୁ ମିଳିଛି ସୋନମ କପୁରଙ୍କୁ। ଫିଲ୍ମର ୟୁଏସପି ହେଉଛି ଫ୍ୟାମିଲି ମେଲେଡ୍ରାମା ସାଙ୍ଗକୁ ଜବରଦସ୍ତ ସଙ୍ଗ୍। ଡବଲ ରୋଲରେ ଦେଖାଦେବେ ସଲମାନ୍ ଖାଁ। ସଲମାନ ଓ ସୋନମଙ୍କ ସହ ଏକ ଦମଦାର ଚରିତ୍ରରେ ଆସୁଛନ୍ତି ନୀଲ ନିତିନ ମୁକେଶ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିୟାଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe