Advertisment

ବିଗ୍ ବି ଏବଂ ନିକ୍‌ଙ୍କୁ ଦେଶୀ ଗାର୍ଲଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ସବୁବେଳେ ସୋଶାଲ କ୍ୟାମ୍ପେନରେ ନିଜ ତରଫରୁ ସାମିଲ ହୋଇଥାନ୍ତି। ଆଉ ଯେତେବେଳେ ଦେଶବାସୀଙ୍କୁ ସଚେତନ କରିବା ବିଷୟ ଆସେ ଦେଶୀ ଗାର୍ଲ ପ୍ରିୟଙ୍କା କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଦେଶ ତଥା ସାରା ଦୁନିଆରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ ସୋଶାଲ ମିଡିଆ କ୍ୟାମ୍ପେନ ଚାଲିଥିବାବେଳେ ଅନେକ ବି-ଟାଉନ ତାରକା ଏଥିରେ ସାମିଲ ହୋଇଛନ୍ତି। ଏହି କ୍ରମରେ ପ୍ରିୟଙ୍କା ମଧ୍ୟ ଏଥିରେ […]

ଅଦ୍ୟତନ ହୋଇଛି
ବିଗ୍ ବି ଏବଂ ନିକ୍‌ଙ୍କୁ ଦେଶୀ ଗାର୍ଲଙ୍କ ଚ୍ୟାଲେଞ୍ଜ

priyanka chopra jonas

Advertisment

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ସବୁବେଳେ ସୋଶାଲ କ୍ୟାମ୍ପେନରେ ନିଜ ତରଫରୁ ସାମିଲ ହୋଇଥାନ୍ତି। ଆଉ ଯେତେବେଳେ ଦେଶବାସୀଙ୍କୁ ସଚେତନ କରିବା ବିଷୟ ଆସେ ଦେଶୀ ଗାର୍ଲ ପ୍ରିୟଙ୍କା କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଦେଶ ତଥା ସାରା ଦୁନିଆରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ ସୋଶାଲ ମିଡିଆ କ୍ୟାମ୍ପେନ ଚାଲିଥିବାବେଳେ ଅନେକ ବି-ଟାଉନ ତାରକା ଏଥିରେ ସାମିଲ ହୋଇଛନ୍ତି। ଏହି କ୍ରମରେ ପ୍ରିୟଙ୍କା ମଧ୍ୟ ଏଥିରେ ସାମିଲ ହୋଇ ଲୋକଙ୍କୁ ଏହି ମହାମାରୀ ସଂକ୍ରମଣ ରୋକିବା ଲାଗି ଅଧିକରୁ ଅଧିକ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି।

Advertisment

https://www.instagram.com/p/B9bHRvvpFqd/?utm_source=ig_web_copy_link

ବଲିଉଡ୍ ଅଭିନେତ୍ରୀ ଦୀପକା ପାଦୁକୋନଙ୍କଠାରୁ ଅନୁଷ୍କା ଶର୍ମା, ନୁସରତ ଜହାନଙ୍କ ସମେତ ଅନେକ ତାରକା ଏହି କାମ୍ପେନରେ ସାମିଲ ହୋଇ ୨୦ ସେକଣ୍ଡ ଯାଏ ହାତ ଧୋଇବା ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ଏବେ ପ୍ରିୟଙ୍କା ମଧ୍ୟ ଏହି ଚ୍ୟାଲେଞ୍ଜକୁ ପୂରା କରିଛନ୍ତି। କେବଳ ଏତିକି ନୁହେଁ, ସେ ଏକ ଗୀତ ଗାଇ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି।

https://www.instagram.com/p/B-K1Y55D33h/?utm_source=ig_web_copy_link

ପ୍ରିୟଙ୍କା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି, ମୋତେ ସେଫ୍ ହ୍ୟାଣ୍ଡ ଚ୍ୟାଲେଞ୍ଜରେ ୨୦ ସେକେଣ୍ଡ ଯାଏ ହାତ ଧୋଇବା ପାଇଁ ଡବ୍ଲୁଏଚଓ ମନୋନୀତ କରିଛି। ଚାଲନ୍ତୁ ଆରମ୍ଭ କରିବା। ଏହା କହି ପ୍ରିୟଙ୍କା ଗୋଟିଏ ଗୀତ ଗାଇ ହାତ ଧୋଇବା ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି।

Advertisment

https://www.instagram.com/p/B9pSfDBp_zv/?utm_source=ig_web_copy_link

ଗୀତଟିର ବୋଲ୍ ଅନୁସାରେ ସେ କହୁଛନ୍ତି, “ ଆପଣ ଯେଉଁଠି ବି ଅଛନ୍ତି, ଆପଣ ଯିଏ ବି ହୁଅନ୍ତୁ, ହାତ ଧୁଅନ୍ତୁ। ଏହା ବହୁତ ସହଜ, ଆପଣ ସମସ୍ତେ ଏହା କରନ୍ତୁ..। ନିଜ ସୁରକ୍ଷା ପାଇଁ, ନିଜ ପରିବାରର ସୁରକ୍ଷା ପାଇଁ ଏଭଳି କରନ୍ତୁ ଏବଂ ଡରକୁ ଡରାଇଦିଅନ୍ତୁ।” ଏହାସହ ପ୍ରିୟଙ୍କା ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବଂ ତାଙ୍କ ସ୍ୱାମୀ ନିକ୍ ଜୋନସ ଓ ଭଉଣୀ ପରିଣୀତି ଚୋପ୍ରାଙ୍କୁ ମଧ୍ୟ ଏହି ହାତ ଧୁଆ ଚ୍ୟାଲେଞ୍ଜ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe