Advertisment

ସିଡ଼ିରେ ଖସୁ ଖସୁ ବର୍ତ୍ତିଗଲେ ପ୍ରିୟଙ୍କା, ଭିଡିଓ ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ଆମେରିକାନ୍‌ ସିଙ୍ଗର ନିକ୍‌ଙ୍କ କେମେଷ୍ଟ୍ରି ତାଙ୍କ ଫ୍ୟାନ୍‌ମାନଙ୍କୁ ବହୁତ ପସନ୍ଦ ଆସେ। ନିଜର ବ୍ୟସ୍ତ ଜୀବନରୁ ସମୟ ବାହାର କରି ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବାର ଅନେକ ଫଟୋ ଆମେ ସୋଶାଲ୍‌ ସାଇଟ୍‌ରେ ଦେଖିଛୁ। ଏବେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ଆଉ ଏକ ଭିଡିଓ ଭାଇରଲ୍‌ ହୋଇଛି। ଯେଉଁଠି ପ୍ରିୟଙ୍କା ସିଡ଼ିରେ ତଳକୁ ଓହ୍ଲାଉଥିବା ବେଳେ ଖସିପଡ଼ୁଛନ୍ତି। ଆଉ ଖସିବା ସମୟରେ ସେ ନିକ୍‌ଙ୍କୁ ଧରି […]

ଅଦ୍ୟତନ ହୋଇଛି
ସିଡ଼ିରେ ଖସୁ ଖସୁ ବର୍ତ୍ତିଗଲେ ପ୍ରିୟଙ୍କା, ଭିଡିଓ ଭାଇରାଲ୍‌

Priyanick11

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ଆମେରିକାନ୍‌ ସିଙ୍ଗର ନିକ୍‌ଙ୍କ କେମେଷ୍ଟ୍ରି ତାଙ୍କ ଫ୍ୟାନ୍‌ମାନଙ୍କୁ ବହୁତ ପସନ୍ଦ ଆସେ। ନିଜର ବ୍ୟସ୍ତ ଜୀବନରୁ ସମୟ ବାହାର କରି ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବାର ଅନେକ ଫଟୋ ଆମେ ସୋଶାଲ୍‌ ସାଇଟ୍‌ରେ ଦେଖିଛୁ। ଏବେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ଆଉ ଏକ ଭିଡିଓ ଭାଇରଲ୍‌ ହୋଇଛି।

Advertisment

ଯେଉଁଠି ପ୍ରିୟଙ୍କା ସିଡ଼ିରେ ତଳକୁ ଓହ୍ଲାଉଥିବା ବେଳେ ଖସିପଡ଼ୁଛନ୍ତି। ଆଉ ଖସିବା ସମୟରେ ସେ ନିକ୍‌ଙ୍କୁ ଧରି ଦେଉଥିବାରୁ ସିଡ଼ିରୁ ଖସିବାରୁ ରକ୍ଷା ପାଇ ଯାଉଛନ୍ତି। ପ୍ରିୟଙ୍କା ଏବଂ ନିକ୍‌ ଏକ ମ୍ୟୁଜିକ୍‌ ପ୍ରୋଗ୍ରାମ୍‌ରୁ ବାହାରକୁ ଆସୁଥିଲା ବେଳେ ଏହି ଘଟଣା ଘଟିଛି।

ତେବେ ଏହି ଭିଡିଓରେ ଦେଖାଯାଉଛି ଯେ, ପ୍ରିୟଙ୍କା ସିଡ଼ିରୁ ତଳକୁ ଖସୁଥିବା ବେଳେ ମିଡିଆକୁ “ହ୍ୟାଲୋ” କହୁଛନ୍ତି। ଆଉ ସେତେବେଳେ ତାଙ୍କ ପାଦ ପାହାଚରେ ଠିକ୍‌ ଭାବେ ନ ପଡ଼ି ଖସି ଯାଉଛି। ତତ୍‌କ୍ଷଣାତ ନିଜକୁ ବଞ୍ଚାଇବାକୁ ଯାଇ ସେ ନିକ୍‌ଙ୍କ ହାତକୁ ଧରିଦେଉଛନ୍ତି।
https://www.instagram.com/p/Bv6_ZXrBe3n/?utm_source=ig_web_copy_link

Advertisment

ଏହି ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ପୂର୍ବରୁ ମଧ୍ୟ ନିକ୍‌ଙ୍କ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ଭିଡିଓରେ ନିକ୍‌ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ଏକ ଗୀତରେ ଡ୍ୟାନ୍ସ କରୁଥିଲେ। ଯାହାକୁ ଦେଖି ପ୍ରିୟଙ୍କା ତାଙ୍କ ହସକୁ ରୋକି ପାରିଲେ ନାହିଁ।

କେବଳ ଏତିକି ନୁହେଁ କିଛି ଦିନ ପୂର୍ବରୁ ପ୍ରିୟଙ୍କା ଏବଂ ନିକ୍‌ଙ୍କ ବିବାହ ବିଚ୍ଛେଦ କଥା ମଧ୍ୟ ଏକ ମାଗାଜିନ୍‌ରେ ପ୍ରକାଶ ପାଇଥିଲା। ଆଉ ଏହି କଥା ଚାରିଆଡ଼େ ଚର୍ଚ୍ଚାରେ ବିଷୟ ପାଲଟିଥିଲା। କିନ୍ତୁ ପରେ ଏହି ଖବରକୁ ଦୁଇଜଣ ମିଛ ବୋଲି କହିଥିଲେ। ଏହା ମଧ୍ୟ ଖବର ଆସୁଥିଲା ଯେ, ପ୍ରିୟଙ୍କା ଉକ୍ତ ମ୍ୟାଗାଜିନ୍‌ ବିରୋଧରେ କଡ଼ା ପଦକ୍ଷେପ ନେବେ ବୋଲି ଚେତାବନୀ  ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe