ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସୁଶାନ୍ତ ବଲିଉଡ୍ରେ ଚାଲିଥିବା ନେପୋଟିଜମ୍ର ଶିକାର ହୋଇଥିଲେ ଓ ସେଥିପାଇଁ ସେ ଡିପ୍ରେସନ୍ରେ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ହେଇଛି। ଏ ଅଭିଯୋଗ ସାମ୍ନାକୁ ଆସିବା ପରେ ବଲିଉଡ୍ କଳାକାର ମାନେ ନେପୋଟିଜମ୍କୁ ନେଇ ନିଜ ନିଜର ମତ ରଖୁଛନ୍ତି। ନିକଟରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନେପୋଟିଜମ୍ ପାଇଁ ତାଙ୍କ ହାତରୁ ଗୋଟେ ଫିଲ୍ମ ପଳେଇଥିବା କଥା କହିଛନ୍ତି।
ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି ଯେ ନେପୋଟିଜମ୍ ପାଇଁ ତାଙ୍କୁ ଗୋଟେ ଫିଲ୍ମରୁ ବାହାର କରି ଦିଆଯାଇଥିଲା। ତାଙ୍କ ସ୍ଥାନରେ ଜଣେ ଷ୍ଟାର୍ କିଡ୍ଙ୍କ ପାଇଁ ସୁପାରିସ୍ ହୋଇଥିଲା। ସେଥିପାଇଁ ସେ ରାତି ସାରା କାନ୍ଦିଥିଲି।
ପିସି ଆହୁରି କହିଛନ୍ତି, ବଲିଉଡ୍ରେ ସବୁ ପ୍ରକାର ସମସ୍ୟା ରହିଛି। ଗୋଟେ ପ୍ରସିଦ୍ଧ ପରିବାରରେ ଜନ୍ମ ନେବା କିଛି ଭୁଲ୍ ନୁହେଁ। ଷ୍ଟାର୍ କିଡ୍ଙ୍କୁ ନିଜ ପରିବାରର ନାଁକୁ ନେଇ ବଞ୍ଚିବାକୁ ହୁଏ। ତଥାପି ସମସ୍ତଙ୍କର ଯାତ୍ରା ଭିନ୍ନ। ମୁଁ ମଧ୍ୟ ଏମିତି ଅନେକ ଘଟଣା ସାମ୍ନାର କରିଛି। ମୋତେ ଫିଲ୍ମରୁ ବାହାର କରିଦିଆଯିବା ପରେ ମୁଁ ବହୁତ କାନ୍ଦିଥିଲି। ତା’ପରେ ଆଗକୁ ବଢିଚାଲିଲି। କାରଣ ଯେଉଁମାନଙ୍କୁ ସଫଳତା ହାସଲ୍ କରିବାକୁ ଥାଏ, ସେମାନେ ନାନା ବାଧାବିଘ୍ନ ସତ୍ତ୍ୱେ ବି ଆଗକୁ ବଢିଚାଲନ୍ତି।