Advertisment

ପ୍ରିୟଙ୍କା-ନିକ୍‌ କିଣିଲେ ଘର; ଦାମ ଶୁଣିଲେ ହୋସ୍‌ ଉଡ଼ିଯିବ

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ଦୁହେଁ ଲସ୍‌ ଏଞ୍ଜେଲସ୍‌ ନିକଟସ୍ଥ ସାନ୍‌ ଫର୍ଣ୍ଣାଡୋ ଭାଲିରେ ଏକ ମହଙ୍ଗା ଘର କିଣି ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଘରର ମୂଲ୍ୟ ୨୦ ମିଲିୟନ୍‌ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହା ୧୪୪ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଓ ନିକ୍‌ଙ୍କର ଏହି ଘର ୨୦ ହଜାର ସ୍କୋୟାର୍‌ ଫୁଟ୍‌ରେ […]

ଅଦ୍ୟତନ ହୋଇଛି
ପ୍ରିୟଙ୍କା-ନିକ୍‌ କିଣିଲେ ଘର; ଦାମ ଶୁଣିଲେ ହୋସ୍‌ ଉଡ଼ିଯିବ

nick

Advertisment

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ଦୁହେଁ ଲସ୍‌ ଏଞ୍ଜେଲସ୍‌ ନିକଟସ୍ଥ ସାନ୍‌ ଫର୍ଣ୍ଣାଡୋ ଭାଲିରେ ଏକ ମହଙ୍ଗା ଘର କିଣି ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଘରର ମୂଲ୍ୟ ୨୦ ମିଲିୟନ୍‌ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହା ୧୪୪ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment

ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଓ ନିକ୍‌ଙ୍କର ଏହି ଘର ୨୦ ହଜାର ସ୍କୋୟାର୍‌ ଫୁଟ୍‌ରେ ତିଆରି ହୋଇଛି। ଏଥିରେ ୭ଟି ବେଡ୍‌ରୁମ୍‌ ଓ ୧୧ଟି ବାଥ୍‌ରୁମ୍‌ ରହିଛି। ଏହା ସହିତ ଘରେ ସୁମିଙ୍ଗ ପୁଲ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଘରଟି ଏପରି ତିଆରି ହୋଇଛି ଯେ ଏହା ସାମ୍ନାରେ ସୁନ୍ଦର ଉପତ୍ୟକାର ଦୃଶ୍ୟ ଦେଖିବାକୁ ମିଳିବ।

https://twitter.com/SambitviIIa/status/1194817066806562817

ଏହା ବ୍ୟତୀତ ମନୋରଞ୍ଜନ ପାଇଁ ଘରେ ବାଓଲିଙ୍ଗ୍‌ ଏଲେ, ମୁଭି ଥିଏଟର୍‌, ରେଷ୍ଟୁରାଣ୍ଟ କ୍ୱାଲିଟି ୱେଟ୍ ବାର୍‌, ଇନ୍‌ଡୋର୍‌ ବାସ୍କେଟବଲ୍‌ କୋର୍ଟ, ଗେମସ୍ ରୁମ୍ ତିଆରି ହୋଇଛି। ଏପରିକି ଜିମ୍‌ ପାଇଁ ଅଲଗା ଘର ଓ ଅତିଥିମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି।

Advertisment

ଶୁଣିବାକୁ ମିଳିଛି ଯେ, ନିକ୍‌ଙ୍କ ଘରଠାରୁ କିଛି କିଲୋମିଟର ଦୂରରେ ତାଙ୍କ ବଡ଼ ଭାଇ ଜୋ ଜୋନସ୍‌ ଘର ରହିଛି। ଯେଉଁ ଘରକୁ ସେ ୧୪ ମିଲିୟନ୍‌ ଡଲାର୍‌ରେ କିଣିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe