Advertisment

ମା' ହେବା ପାଇଁ ମନ କଲେଣି ପ୍ରିୟଙ୍କା!

ମୁମ୍ବାଇ: ବଲିଉଡ ଅପେକ୍ଷା ହଲିଉଡରେ ଅଧିକ ସକ୍ରିୟ ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର କରିପାରନ୍ତି ଫ୍ୟାମିଲି ପ୍ଲାନିଂ। ଏନେଇ ସେ ଯୋଜନା ମଧ୍ୟ ଆରମ୍ଭ କରିସାରିଲେଣି। ନିକଟରେ ଦେଶୀ ଗାର୍ଲ ପ୍ରିୟଙ୍କା ନିଜେ ଫ୍ୟାମିଲି ପ୍ଲାନିଂ ବିଷୟରେ ନିଜ ମନ କଥା ପ୍ରଶଂସକଙ୍କ ଆଗରେ ରଖିଛନ୍ତି। ଏକ ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି, ସେ ୧୧ ଶିଶୁଙ୍କ ମା’ ହେବାକୁ ଚାହୁଁଛନ୍ତି। ସେ ନିଜର ଏକ କ୍ରିକେଟ ଟିମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ସଣ୍ଡେ […]

ଅଦ୍ୟତନ ହୋଇଛି
ମା' ହେବା ପାଇଁ ମନ କଲେଣି ପ୍ରିୟଙ୍କା!

priyanka

Advertisment

ମୁମ୍ବାଇ: ବଲିଉଡ ଅପେକ୍ଷା ହଲିଉଡରେ ଅଧିକ ସକ୍ରିୟ ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର କରିପାରନ୍ତି ଫ୍ୟାମିଲି ପ୍ଲାନିଂ। ଏନେଇ ସେ ଯୋଜନା ମଧ୍ୟ ଆରମ୍ଭ କରିସାରିଲେଣି। ନିକଟରେ ଦେଶୀ ଗାର୍ଲ ପ୍ରିୟଙ୍କା ନିଜେ ଫ୍ୟାମିଲି ପ୍ଲାନିଂ ବିଷୟରେ ନିଜ ମନ କଥା ପ୍ରଶଂସକଙ୍କ ଆଗରେ ରଖିଛନ୍ତି।

Advertisment

ଏକ ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି, ସେ ୧୧ ଶିଶୁଙ୍କ ମା’ ହେବାକୁ ଚାହୁଁଛନ୍ତି। ସେ ନିଜର ଏକ କ୍ରିକେଟ ଟିମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ସଣ୍ଡେ ଟାଇମ୍ସ ସହ ସାକ୍ଷାତକାରରେ ସେ ନିଜର ଏହି ଇଚ୍ଛା ପ୍ରକାଶ କରିଛନ୍ତି।  ସାକ୍ଷାତକାରରେ ପ୍ରିୟଙ୍କାଙ୍କୁ ଫ୍ୟାମିଲି ପ୍ଲାନିଂ ବିଷୟରେ ପ୍ରଶ୍ନ କରାଯାଇଥିଲା। ସେ କେତେ ଛୁଆ ଜନ୍ମ ଦେବାକୁ ଚାହୁଁଛନ୍ତି ବୋଲି ହୋଷ୍ଟ ଜଣକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପ୍ରିୟଙ୍କାଙ୍କ ଯେଉଁ ଜବାବ ଦେଇଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୩୮ ବର୍ଷୀୟ ଅଭିନେତ୍ରୀ କହିଥିଲେ, ସେ ୧୧ ଶିଶୁଙ୍କ ମା’ ହେବାକୁ ଚାହୁଁଛନ୍ତି। ଏଭଳି ଉତ୍ତର ଦେଇ ପ୍ରିୟଙ୍କା ନିଜେ ବି ଜୋର ଜୋରରେ ହସିଥିଲେ।

ନିକଟରେ ହିଁ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ 'ଦ ହ୍ବାଇଟ ଟାଇଗର' ରିଲିଜ ହୋଇଛି। ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ଅପୋଜିଟ୍‌ରେ ରାଜକୁମାର ରାଓ ଅଛନ୍ତି। ଫିଲ୍ମଟିକୁ ଭଲ ରେସ୍‌ପନ୍ସ ମଧ୍ୟ ମିଳିଛି। ଏଥିସହ ପ୍ରିୟଙ୍କା ଖୁବ୍‌ଶୀଘ୍ର ହଲିଉଡ ଫିଲ୍ମ 'ଦ ମେଟ୍ରିକ୍ସ-୪'ରେ ମଧ୍ୟ ନଜର ଆସିବେ। କେବଳ ସେତିକି ନୁହେଁ ତାଙ୍କ ଅପକମିଂ ଫିଲ୍ମ 'ଦ ଟେକ୍‌ଷ୍ଟ ଫର ୟୁ'କୁ ନେଇ ମଧ୍ୟ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି।

Advertisment
Priyanka Chopra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe