Advertisment

ପ୍ରିୟଙ୍କାଙ୍କ ଏହି କଥାକୁ ପସନ୍ଦ କରି ନଥିଲେ ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀ ଗାର୍ଲ୍‌ ପ୍ରିୟଙ୍କାଙ୍କ ସହ ନିକ୍‌ ଜୋନସ୍‌ଙ୍କର ନିର୍ବନ୍ଧ ପରେ ଏବେ ସେମାନଙ୍କ ବିବାହ ତାରିଖକୁ ନେଇ ଚର୍ଚ୍ଚା ଚାଲିଛି। ଏହା ସହ ଗଣମାଧ୍ୟମର ନଜର ମଧ୍ୟ ସବୁବେଳେ ଏହି ଯୋଡ଼ିଙ୍କ ଉପରେ ରହିଛି। ମଝିରେ ମଝିରେ ଉଭୟଙ୍କ ସମ୍ପର୍କରେ ମଧ୍ୟ କିଛି କଥା ଶୁଣିବାକୁ ମିଳୁଛି। ନିକଟରେ ପ୍ରିୟଙ୍କାଙ୍କ ସମ୍ପର୍କରେ ନିକ୍ କହିଥିବା ଏପରି କିଛି କଥା ପଦାକୁ ଆସିଛି। ନିକ୍‌ ଏକ ଶୋ’ରେ କହିଥିଲେ ଯେ ସେମାନଙ୍କ ଦୁଇ ନାଁକୁ ମିଶାଇ […]

author-image
Sangita Sahoo
ପ୍ରିୟଙ୍କାଙ୍କ ଏହି କଥାକୁ ପସନ୍ଦ କରି ନଥିଲେ ନିକ୍‌

nik

ମୁମ୍ବାଇ: ବଲିଉଡ୍‌ ଦେଶୀ ଗାର୍ଲ୍‌ ପ୍ରିୟଙ୍କାଙ୍କ ସହ ନିକ୍‌ ଜୋନସ୍‌ଙ୍କର ନିର୍ବନ୍ଧ ପରେ ଏବେ ସେମାନଙ୍କ ବିବାହ ତାରିଖକୁ ନେଇ ଚର୍ଚ୍ଚା ଚାଲିଛି। ଏହା ସହ ଗଣମାଧ୍ୟମର ନଜର ମଧ୍ୟ ସବୁବେଳେ ଏହି ଯୋଡ଼ିଙ୍କ ଉପରେ ରହିଛି।

Advertisment

ମଝିରେ ମଝିରେ ଉଭୟଙ୍କ ସମ୍ପର୍କରେ ମଧ୍ୟ କିଛି କଥା ଶୁଣିବାକୁ ମିଳୁଛି। ନିକଟରେ ପ୍ରିୟଙ୍କାଙ୍କ ସମ୍ପର୍କରେ ନିକ୍ କହିଥିବା ଏପରି କିଛି କଥା ପଦାକୁ ଆସିଛି।

[caption id="attachment_273965" align="aligncenter" width="1044"]priyanka image credit-c.ndtvimg[/caption]

Advertisment

ନିକ୍‌ ଏକ ଶୋ'ରେ କହିଥିଲେ ଯେ ସେମାନଙ୍କ ଦୁଇ ନାଁକୁ ମିଶାଇ ପ୍ରିୟଙ୍କା କରିଥିବା ଏକ 'ନିକ୍‌ ନେମ୍‌'କୁ ସେ ପସନ୍ଦ କରି ନଥିଲେ।

[caption id="attachment_273966" align="aligncenter" width="1057"]priyanka2 image credit-celebrityinsider[/caption]

ନିକଟରେ ନିକ୍‌ ଆମେରିକାର ଏକ ଟେଲିଭିଜନ ଶୋ', ‘‘ଦି ଟୁ ନାଇଟ୍‌ ଶୋ’ ଷ୍ଟାରିଂ ଜିମି’’କୁ ଆସିଥିଲେ। ସେଠାରେ କହିଥିଲେ, ପ୍ରିୟଙ୍କାଙ୍କୁ ନିଜ ପ୍ରେମ ନିବେଦନ କରିବାକୁ ସେ ଆଦୌ ପଛାଇ ନଥିଲେ। କାରଣ ତାଙ୍କୁ ଜଣାଥିଲା, ପ୍ରିୟଙ୍କା ହିଁ ତାଙ୍କପାଇଁ ସବୁଠାରୁ ଶ୍ରେଷ୍ଠ ପସନ୍ଦ। ତେବେ ପ୍ରିୟଙ୍କା ସିନା ତାଙ୍କୁ ପସନ୍ଦ, କିନ୍ତୁ ପ୍ରିୟଙ୍କା ଉଭୟଙ୍କ ଯୋଡ଼ିକୁ ନେଇ ଦେଇଥିବା ନାଁ ନିକ୍‌ଙ୍କ ପସନ୍ଦକୁ ଆସି ନଥିଲା। ନିକ୍‌ଙ୍କ କହିବା ଅନୁସାରେ, ପ୍ରିୟଙ୍କା ଦୁହିଁଙ୍କ ନାଁକୁ ମିଶାଇ ଏକ ସେଲିବ୍ରିଟି 'ନିକ୍‌ ନେମ୍‌' ଦେଇଥିଲେ। ପ୍ରିୟଙ୍କାଙ୍କ ନାଁରୁ ‘ପ୍ରି’ ଓ ନିକ୍‌ଙ୍କ ନାଁ ରୁ 'କ୍'କୁ ଆଣି ସେହି 'ନିକ୍‌ ନେମ୍‌'ଟି ଥିଲା 'ପ୍ରିକ୍‌’। କିନ୍ତୁ ଏସମ୍ପର୍କରେ ନିକ୍‌ କହିଥିଲେ, ‘‘ପ୍ରିୟଙ୍କାଙ୍କୁ ଏହି ‘ପ୍ରିକ୍‌’ ପସନ୍ଦ, କିନ୍ତୁ ମୋତେ ସେତେଟା ପସନ୍ଦ ଆସିଲା ନାହିଁ।’’