/odisha-reporter/media/post_attachments/uploads/2020/10/nick.jpg)
nick
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ୍ ଏବଂ ତାଙ୍କ ପତି ତଥା ହଲିଉଡ୍ ଗାୟକ ନିକ୍ ଜୋନସ ସାରା ବିଶ୍ୱରେ ଲୋକପ୍ରିୟତା। ତେବେ ସୋଶାଲ ମିଡିଆରେ ମଧ୍ୟ ତାଙ୍କ ଲୋକପ୍ରିୟତା କିଛି କମ୍ ନାହିଁ। ଉଭୟଙ୍କ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗସ୍ ରହିଛି।
https://www.instagram.com/p/CCy-lV0jGr8/?utm_source=ig_web_copy_link
ପ୍ରିୟକା-ନିକ୍ ସୋଶାଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ଆଉ ନିଜ ଫଟୋ, ଭିଡିଓ ମଧ୍ୟ ଶେୟାର କରିଥାନ୍ତି। ନିକଟରେ ନିକ୍ ନିଜ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଗୋଟିଏ ଫଟୋ ଶେୟାର କରିଥିଲେ, ଯାହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି।
/odisha-reporter/media/post_attachments/sites/default/files/priyanka-nick.jpg)
ନିକ୍ ନିଜ ବନ୍ଧୁ ଗ୍ଲେନ୍ ପାଓ୍ୱେଲଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ କେତେକ ଫଟୋ ଶେୟାର କରିଛନ୍ତି। ଏଥିରୁ ଗୋଟିଏ ଫଟୋରେ ନିକ୍ ଏବଂ ପ୍ରିୟଙ୍କା ଲିପ୍-ଲକ୍ କରୁଥିବାକୁ ଦେଖିବାକୁ ମିଳିଛି। ନିକ୍ ଫଟୋଟି ନିଜ ଇନଷ୍ଟା ଷ୍ଟୋରୀରେ ଶେୟାର କରିଥିଲେ। କିଛି ସମୟ ଭିତରେ ଏହା ଭାଇରାଲ ହୋଇଗଲା।
https://www.instagram.com/p/CDos38uDJ_D/?utm_source=ig_web_copy_link
ସେଲିବ୍ରିଟି କପଲମାନଙ୍କ ମଧ୍ୟରେ ନିକ୍-ପ୍ରିୟଙ୍କା ଖୁବ୍ ଲୋକପ୍ରିୟ। ସେମାନେ 2018 ଡିସେମ୍ବର 2ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପ୍ରିୟଙ୍କା ନିକଙ୍କଠାରୁ ବୟସରେ 10 ବର୍ଷ ବଡ଼ ହୋଇଥିବାରୁ ଉଭୟଙ୍କ ରିଲେସନଶିପକୁ ନେଇ ଅନେକ ଦିନ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗି ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
