ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବିବାହ ପରେ ନିଜ ସ୍ୱାମୀ ନିକ୍ ଜୋନସ୍ଙ୍କ ସହ ବିଦେଶରେ ରହୁଛନ୍ତି। କିନ୍ତୁ ବିଦେଶରେ ରହୁଥିଲେ ମଧ୍ୟ ସେ ନିଜ ଦେଶର ସଂସ୍କୃତି ଓ ପରମ୍ପରାକୁ ଭୁଲିନାହାଁନ୍ତି। ପ୍ରିୟଙ୍କା ପ୍ରତ୍ୟେକ ପର୍ବ ପର୍ବାଣୀକୁ ବେଶ୍ ଭଲ ଭାବେ ସମସ୍ତ ରୀତିନୀତି ସହ ପାଳନ କରନ୍ତି। ଗତକାଲି ସେ କରବା ଚୌଥ୍ ମଧ୍ୟ ପାଳନ କରିଥିଲେ। ପ୍ରିୟଙ୍କା ଏହି ସମୟର ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି।
କରବା ଚୌଥ୍ର ଫଟୋରେ ପ୍ରିୟଙ୍କା ବହୁତ ସୁନ୍ଦର ଲାଗୁଛନ୍ତି। ସେ ଏକ ନାଲିରଙ୍ଗର ଶାଢ଼ୀ ପିନ୍ଧି ରେ ହାତରେ ପୂଜା ଥାଳି ଧରି ଠିଆ ହୋଇଛନ୍ତି। ଫଟୋରେ ତାଙ୍କ ସ୍ୱାମୀ ନିକ ଜୋନାସ ମଧ୍ୟ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସିଛନ୍ତି। ସେ ପ୍ରିୟଙ୍କାଙ୍କ ପଛରୁ ହଗ୍ କରି ଠିଆହୋଇଛନ୍ତି। ଦୁହିଁଙ୍କ ଏହି ଫଟୋ ଫ୍ୟାନ୍ମାନଙ୍କୁ ବେଶ୍ ପସନ୍ଦ ଆସୁଛି। ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଫଟୋକୁ ଦେଖିସାରିଲେଣି।
ପ୍ରିୟଙ୍କା ନିକଟରେ ଆମାଜନ ସହିତ ଦୁଇ ବର୍ଷର 'ମଲ୍ଟି ମିଲିୟନ୍ ଡଲାରର ଫାଷ୍ଟ ଲୁକ୍ ଟେଲିଭିଜନ୍ ଡିଲ୍' ସ୍ୱାକ୍ଷର କରିଛନ୍ତି। ଏହି ସୂଚନା ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି। ଏହା ସହ ଖୁବ ଶୀଘ୍ର ଅଭିନେତ୍ରୀ ରାଜକୁମାର ରାଓଙ୍କ ସହ ଫିଲ୍ମରେ 'ହ୍ୱାଇଟ ଟାଇଗର'ରେ ନଜର ଆସିବେ। ପ୍ରିୟଙ୍କାଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଦି ସ୍କାଏ ଇଜ୍ ପିଙ୍କ୍'ରେ ଦେଖିବାକୁ ମିଳିଥିଲା। ଏଥିରେ ପ୍ରିୟଙ୍କା ନିର୍ମାତା ଭାବରେ ମଧ୍ୟ କାମ କରିଥିଲେ। ଫିଲ୍ମରେ ତାଙ୍କ ସହ ଫରହାନ ଅଖ୍ତର୍, ଜାଇରା ୱସିମ୍ ଓ ଅଭିନେତା ରୋହିତ ଶରାଫ ମଧ୍ୟ ଅଭିନୟ କରିଥିଲେ। |
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।