Advertisment

ନିକ୍‌ ଶେଆର୍‌ କଲେ ନିଜ ଫିଲ୍ମର ଫାଷ୍ଟ ଲୁକ୍‌

ମୁମ୍ବାଇ: ସବୁବେଳେ ନିଜ ପର୍ସନାଲ୍‌ ଏବଂ ପ୍ରଫେସ୍‌ନାଲ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ୍‌ ଜୋନ୍ସଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। କାରଣ ଏବେ ନିକ୍‌ଙ୍କୁ ଆପଣ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦେଖିବାକୁ ପାଇବେ। ନିକ୍‌ ତାଙ୍କର ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍‌ ନିଜ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ତାଙ୍କ ଫିଲ୍ମର ନାଁ ହେଉଛି ‘ମିଡ୍‌ୱେ’।  ଏହି ଫଟୋ ଶେଆର୍‌ କଲା ପରେ ଫଟୋ ଦେଖି ପତ୍ନୀ ପ୍ରିୟଙ୍କା […]

ନିକ୍‌ ଶେଆର୍‌ କଲେ ନିଜ ଫିଲ୍ମର ଫାଷ୍ଟ ଲୁକ୍‌

z11

Advertisment

ମୁମ୍ବାଇ: ସବୁବେଳେ ନିଜ ପର୍ସନାଲ୍‌ ଏବଂ ପ୍ରଫେସ୍‌ନାଲ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ୍‌ ଜୋନ୍ସଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। କାରଣ ଏବେ ନିକ୍‌ଙ୍କୁ ଆପଣ ସିଲ୍‌ଭର୍‌ ସ୍କ୍ରିନ୍‌ରେ ଦେଖିବାକୁ ପାଇବେ।

Advertisment

ନିକ୍‌ ତାଙ୍କର ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍‌ ନିଜ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ତାଙ୍କ ଫିଲ୍ମର ନାଁ ହେଉଛି ‘ମିଡ୍‌ୱେ’।  ଏହି ଫଟୋ ଶେଆର୍‌ କଲା ପରେ ଫଟୋ ଦେଖି ପତ୍ନୀ ପ୍ରିୟଙ୍କା ବହୁତ୍‌ ଖୁସି ହେବା ସହ ପୁରା ଫିଦା ହୋଇଯାଇଛନ୍ତି। ଏହି ଫିଲ୍ମର ଟ୍ରେଲର୍‌ କାଲି ରିଲିଜ୍‌ ହେବା ସହ ୮ ନଭେମ୍ବରରେ ଫିଲ୍ମଟି ପରଦାକୁ ଆସିବ।

https://www.instagram.com/p/BzMAlImn1hj/?utm_source=ig_web_copy_link

ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ନିକ୍‌ ହେଉଛନ୍ତି ଜଣେ ଆମେରିକାନ୍‌ ସିଙ୍ଗର୍‌। ୨୦୧୮ ମସିହାରେ ସେ ନିଜଠାରୁ ବୟସରେ ବଡ଼ ଅଭିନେତ୍ରୀ ତଥା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ଏହା ପର ଠାରୁ ତାଙ୍କ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ବାହାଘର ପୂର୍ବରୁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରିବା ଫଟୋଠୁ ଆରମ୍ଭ କରି ଏବେ ଯାଏ ମଧ୍ୟ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

Advertisment

https://www.instagram.com/p/BzF-YBFHik6/?utm_source=ig_web_copy_link

https://www.instagram.com/p/BwOWI_fDSH4/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe