Advertisment

‘ଦ ସ୍କାଏ ଇଜ୍‌ ପିଙ୍କ୍’ ସିନେମା ପ୍ରିମିଅରରେ ଭାବବିହ୍ୱଳ ହେଲେ ପ୍ରିୟଙ୍କା

ମୁମ୍ବାଇ: ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଦର୍ଶକେ ଖୁବ୍‌ ପ୍ରଶଂସା କରିଛନ୍ତି। ଟ୍ରେଲରରେ ଫରହାନ ଅଖତର ଓ ପ୍ରିୟଙ୍କାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି। ତେବେ ଦୀର୍ଘ ଦିନର ଅନ୍ତରରେ ପ୍ରିୟଙ୍କା ବଲିଉଡ୍‌ ଫିଲ୍ମ କରୁଥିବାରୁ ବଡ଼ ପରଦାରେ ତାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଶୁକ୍ରବାର ଦିନ ଟରଣ୍ଟୋ ଇଣ୍ଟରନ୍ୟାସନାଲ […]

ଅଦ୍ୟତନ ହୋଇଛି
‘ଦ ସ୍କାଏ ଇଜ୍‌ ପିଙ୍କ୍’ ସିନେମା ପ୍ରିମିଅରରେ ଭାବବିହ୍ୱଳ ହେଲେ ପ୍ରିୟଙ୍କା

pi

Advertisment

ମୁମ୍ବାଇ: ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଦର୍ଶକେ ଖୁବ୍‌ ପ୍ରଶଂସା କରିଛନ୍ତି। ଟ୍ରେଲରରେ ଫରହାନ ଅଖତର ଓ ପ୍ରିୟଙ୍କାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି। ତେବେ ଦୀର୍ଘ ଦିନର ଅନ୍ତରରେ ପ୍ରିୟଙ୍କା ବଲିଉଡ୍‌ ଫିଲ୍ମ କରୁଥିବାରୁ ବଡ଼ ପରଦାରେ ତାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

Advertisment

ଶୁକ୍ରବାର ଦିନ ଟରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ (ଟିଆଇଏଫ୍‌ଏଫ୍‌)ରେ ଏହି ସିନେମାର ପ୍ରିମିଅର ହୋଇଥିଲା। ଏହି ସମୟର ପ୍ରିୟଙ୍କାଙ୍କୁ ଭାବବିହ୍ୱଳ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ପ୍ରିୟଙ୍କାଙ୍କୁ ଭାବପ୍ରବଣ ହୋଇ ଲୁହ ପୋଛୁଥିବାର ଦେଖିବାକୁ ମିଳୁଛି। ପ୍ରିୟଙ୍କାଙ୍କ ପାଖରେ ଫିଲ୍ମର ଅନ୍ୟ କଳାକାର ଠିଆ ହୋଇଛନ୍ତି। ବ୍ୟାକ୍‌ଗ୍ରାଉଣ୍ଡରେ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ସିନେମାର ଏକ ଗୀତ ମଧ୍ୟ ବାଜୁଛି ଓ ଥିଏଟରରେ ଲୋକେ ଠିଆ ହୋଇ ତାଳି ବଜାଉଥିବା ଦେଖିବାକୁ ମିଳୁଛି।

ତେବେ ଫିଲ୍ମକୁ ଏତେ ମାତ୍ରାରେ ଦର୍ଶକମାନେ ଭଲ ପାଉଥିବାର ଦେଖି ଫିଲ୍ମର ନିର୍ଦେଶକ ସୋନାଲୀ ବୋଷ  ବହୁତ ଖୁସି ହୋଇଯାଇଛନ୍ତି। ଏଥିପାଇଁ ଖୁସିରେ ପ୍ରୟଙ୍କାଙ୍କ ଆଖିରେ ଲୁହ ଚାଲିଆସିଥିବା ବେଳେ, ସୋନାଲୀ ଆଗେଇ ଆସି ପ୍ରିୟଙ୍କାଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ ପ୍ରିୟଙ୍କା ତାଙ୍କ ଲୁହକୁ ପୋଛୁଥିବାର ଭିଡିଓରେ ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁଯାୟୀ, ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ସିନେମା ଚଳିତ ବର୍ଷ ୧୧ ଅକ୍ଟୋବରରେ ରିଲିଜ୍‌ ହେବାକୁ ଯାଉଛି। ଏହି ସିନେମାରେ ପ୍ରିୟଙ୍କାଙ୍କ ବ୍ୟତୀତ ଫରହାନ ଅଖତର, ଜାୟରା ୱସୀମ ଏବଂ ରୋହିତ ସରାଫଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାଟି ମୋଟିଭେସନାଲ ସ୍ପିକର ଆୟଶା ଚୌଧୁରୀଙ୍କ ଜୀବନୀ ଉପରେ ଆଧାରିତ। ଫରହାନ ଓ ପ୍ରିୟଙ୍କା ଏହି ସିନେମାରେ ଆୟଶାଙ୍କ ପିତାମାତା ଭୂମିକାରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe