Advertisment

ଆନିଭର୍ସରିରେ ପ୍ରିୟଙ୍କାଙ୍କୁ ମିଳିଛି ଏକ ବଡ଼ ଖୁସି ଖବର

ମୁମ୍ବାଇ: ଇଣ୍ଟରନ୍ୟାସ୍‌ନାଲ୍ ଯୋଡ଼ି ପ୍ରିୟଙ୍କା ଓ ନିକ୍‌ ଜୋନାସଙ୍କ ବାହାଘରକୁ ବର୍ଷେ ପୂରିଯାଇଛି। ଗତ ବର୍ଷ ଡିସେମ୍ବର ୧ ଓ ୨ରେ ଦୁଇ ଦିନ ଧରି ଏ ଦୁହିଁଙ୍କର ବିବାହ ହୋଇଥିଲା। ଦୁହେଁ ଉଭୟ ଖ୍ରୀଷ୍ଟିୟାନ୍‌ ଓ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ଆଜିର ଦିନରେ ସେମାନଙ୍କର ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା। ଆଜି ବି ଦୁହେଁ ସେମାନଙ୍କର ପ୍ରଥମ ମ୍ୟାରେଜ୍ ଆନିଭର୍ସରି ସେଲେବ୍ରେଟ୍‌ କରୁଥିବାବେଳେ ପ୍ରିୟଙ୍କାଙ୍କୁ ମିଳିଛି ଏକ ବଡ଼ ଖୁସି ଖବର। PC's special […]

author-image
Chinmayee Roy
ଆନିଭର୍ସରିରେ ପ୍ରିୟଙ୍କାଙ୍କୁ ମିଳିଛି ଏକ ବଡ଼ ଖୁସି ଖବର

prinik

ମୁମ୍ବାଇ: ଇଣ୍ଟରନ୍ୟାସ୍‌ନାଲ୍ ଯୋଡ଼ି ପ୍ରିୟଙ୍କା ଓ ନିକ୍‌ ଜୋନାସଙ୍କ ବାହାଘରକୁ ବର୍ଷେ ପୂରିଯାଇଛି। ଗତ ବର୍ଷ ଡିସେମ୍ବର ୧ ଓ ୨ରେ ଦୁଇ ଦିନ ଧରି ଏ ଦୁହିଁଙ୍କର ବିବାହ ହୋଇଥିଲା। ଦୁହେଁ ଉଭୟ ଖ୍ରୀଷ୍ଟିୟାନ୍‌ ଓ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ଆଜିର ଦିନରେ ସେମାନଙ୍କର ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା। ଆଜି ବି ଦୁହେଁ ସେମାନଙ୍କର ପ୍ରଥମ ମ୍ୟାରେଜ୍ ଆନିଭର୍ସରି ସେଲେବ୍ରେଟ୍‌ କରୁଥିବାବେଳେ ପ୍ରିୟଙ୍କାଙ୍କୁ ମିଳିଛି ଏକ ବଡ଼ ଖୁସି ଖବର।

Advertisment

https://twitter.com/imshiva17/status/1201328361303232512

ସୂଚନା ଅନୁଯାୟୀ, ‘ମାରାକେଚ୍‌ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌’ ପ୍ରିୟଙ୍କାଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ପ୍ରିୟଙ୍କାଙ୍କୁ ଏହି ସମ୍ମାନ ମୋରୋକ୍କୋର ଐତିହାସିକ ସ୍ଥଳ ‘ଜେମା ଏଲ୍‌ ଫନା ସ୍କୋୟାର୍‌’ରେ ଦିଆଯିବ। ପ୍ରିୟଙ୍କା ପ୍ରଥମ ଭାରତୀୟ ମହିଳା ସେଲେବ୍ରିଟି ହେବେ ଯାହାଙ୍କୁ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ସମ୍ମାନିତ କରାଯିବ।  ପୂର୍ବରୁ ୨୦୧୨ରେ ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନ ମିଳିଥିଲା। ସୂଚନା ଅନୁଯାୟୀ, ଏହି ଫେଷ୍ଟିଭାଲ୍‌ରେ ପ୍ରିୟଙ୍କାଙ୍କ ବ୍ୟତୀତ ଆଉ ତିନି ଜଣଙ୍କୁ ଚଳଚ୍ଚିତ୍ର ପ୍ରତି ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯିବ। ସେମାନେ ହେଉଛନ୍ତି, ଆମେରିକାର ଜଣାଶୁଣା ନିର୍ଦ୍ଦେଶକ ରବର୍ଟ ରେଡ୍‌ଫୋର୍ଡ, ଫ୍ରେଞ୍ଚ୍ ଫିଲ୍ମ ନିର୍ମାତା ବରଟ୍ରାଣ୍ଡ ତାବେର୍ନିୟର୍ ଓ ମୋରୋକ୍କୋର ଫିଲ୍ମ ଷ୍ଟାର୍‌ ମୋଆନା ଫତ୍ତେୟୁ।

https://www.instagram.com/p/B5i5BuUnKqV/?utm_source=ig_web_copy_link

ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ଙ୍କର ବିବାହ ଗତବର୍ଷ ଡିସେମ୍ବର୧-୨ରେ ଯୋଧପୁର୍‌ର ଉମୈଦ ଭବନ୍‌ରେ ହୋଇଥିଲା। ସେମାନଙ୍କ ବାହାଘର ପୂରା ରାଜକୀୟ ଢଙ୍ଗରେ ହୋଇଥିଲା।

Advertisment

https://www.instagram.com/p/B5ipkt5nav7/?utm_source=ig_web_copy_link