Advertisment

ପ୍ରିୟଙ୍କାଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଏବେ କେବଳ ବଲିଉଡ୍‌ରେ ସୀମୀତ ନାହାନ୍ତି। ସେ ହଲିଉଡ୍‌ରେ ମଧ୍ୟ ନିଜର ଏକ ସଫଳ ପରିଚୟ ସୃଷ୍ଟି କରିସାରିଲେଣି। ପ୍ରିୟଙ୍କା ଏବେ ଗ୍ଲୋବାଲ ଆଇକନ୍‌ ହୋଇଗଲେଣି। ସେ ସାରା ବିଶ୍ୱରେ ସମସ୍ତଙ୍କ ପ୍ରଥମ ପସନ୍ଦର ନାୟିକା ପାଲଟିଛନ୍ତି। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଆୱାର୍ଡ଼ ସେ ନିଜ ନାଁରେ କରିସାରିଲେଣି। ତେବେ ଅଭିନୟ ବ୍ୟତୀତ ୟୁନିସେଫ୍‌ ଜରିଆରେ ସମାଜ ସେବା ପାଇଁ ମଧ୍ୟ ସେ ଜଣାଶୁଣା। ଦୀର୍ଘ ସମୟରୁ ସେ ୟୁନିସେଫ୍‌ର […]

ଅଦ୍ୟତନ ହୋଇଛି
ପ୍ରିୟଙ୍କାଙ୍କୁ ଅନ୍ତର୍ଜାତୀୟ ସମ୍ମାନ

priyank

Advertisment

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଏବେ କେବଳ ବଲିଉଡ୍‌ରେ ସୀମୀତ ନାହାନ୍ତି। ସେ ହଲିଉଡ୍‌ରେ ମଧ୍ୟ ନିଜର ଏକ ସଫଳ ପରିଚୟ ସୃଷ୍ଟି କରିସାରିଲେଣି। ପ୍ରିୟଙ୍କା ଏବେ ଗ୍ଲୋବାଲ ଆଇକନ୍‌ ହୋଇଗଲେଣି। ସେ ସାରା ବିଶ୍ୱରେ ସମସ୍ତଙ୍କ ପ୍ରଥମ ପସନ୍ଦର ନାୟିକା ପାଲଟିଛନ୍ତି। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଆୱାର୍ଡ଼ ସେ ନିଜ ନାଁରେ କରିସାରିଲେଣି। ତେବେ ଅଭିନୟ ବ୍ୟତୀତ ୟୁନିସେଫ୍‌ ଜରିଆରେ ସମାଜ ସେବା ପାଇଁ ମଧ୍ୟ ସେ ଜଣାଶୁଣା। ଦୀର୍ଘ ସମୟରୁ ସେ ୟୁନିସେଫ୍‌ର ଗୁଡ୍‌ୱିଲ୍‌ ଆମ୍ବାସଡର ଅଛନ୍ତି। ତେବେ ନିକଟରେ ତାଙ୍କୁ ୟୁନିସେଫ୍‌ ତରଫରୁ ଏକ ବଡ଼ ସମ୍ମାନ ମିଳିଛି।

Advertisment

https://www.instagram.com/p/B5qm7fZH-K4/?utm_source=ig_web_copy_link

ଗ୍ଲୋବାଲ୍‌ ଆଇକନ୍‌ ପ୍ରିୟଙ୍କାଙ୍କୁ ତାଙ୍କ ସମାଜ ସେବା ପାଇଁ ୟୁନିସେଫ୍ ତରଫରୁ ‘Danny Kaye Humanitarian Award’ରେ ସମ୍ମାନିତ କରାଯାଇଛି। ଏହି ଆୱାର୍ଡ ତାଙ୍କୁ ନ୍ୟୁୟର୍କରେ ଆୟୋଜିତ ୧୫ଶ ବାର୍ଷିକ ‘UNICEF Snowflake Ball’ ସମାରୋହରେ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଏହି ପୁରସ୍କାରର ଘୋଷଣା ଗତ ଜୁନ୍‌ରେ ହୋଇଥିଲା। ଯେଉଁଥିରେ ପ୍ରିୟଙ୍କାଙ୍କୁ ନୋମିନେଟ୍‌ କରାଯାଇଥିଲା। ଏହି ଆୱାର୍ଡ଼ ସେରିମନିରେ ପ୍ରିୟଙ୍କା ଏକ ରେଡ୍‌ କଲର୍‌ର ୱାନ୍‌-ସୋଲ୍ଡର୍ ଗାଉନ୍‌ ପିନ୍ଧିଥଲେ। ଏହି ଡ୍ରେସ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

https://www.instagram.com/tv/B5qv08JnyUC/?utm_source=ig_web_copy_link

ପ୍ରିୟଙ୍କା ପାଖାପାଖି ୧୦ ବର୍ଷ ହେଲାଣି United Nations Children's Fund's (UNICEF) ସହ ଜଡ଼ିତ। ଏହି ସମାରେହରେ ପ୍ରିୟଙ୍କାଙ୍କୁ ପରିବେଶ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କାମ କରିଥିବାରୁ ମିଳିଛି। ଜଣାଇ ଦେବାକୁ ଚାହୁଁ ଯେ ଏହି ସମ୍ମାନ (Danny Kaye Humanitarian Award) ଆମେରିକୀୟ ଅଭିନେତା ତଥା ସମାଜସେବକ ଡ୍ୟାନି କାୟେଙ୍କ ନାଁରେ ରଖାଯାଇଛି, ଯିଏକି ୟୁନିସେଫ୍‌ର ପ୍ରଥମ ଗୁଡ୍‌ୱିଲ୍‌ ଆମ୍ବାସଡର୍‌ ଥିଲେ।

Advertisment

https://www.instagram.com/p/B5qgr9PH6FX/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe