Advertisment

RSSରେ ଯୋଗ ଦେଲେ କି ଦେଶୀ ଗାର୍ଲ?

ମୁମ୍ବାଇ: କ’ଣ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(RSS)ର ସଦସ୍ୟ ହୋଇଗଲେ କି? କାରଣ ନିକଟରେ ପ୍ରିୟଙ୍କାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଖାକି ପ୍ୟାଣ୍ଟ ଏବଂ କଳା ରଙ୍ଗର ଟପ୍ ପିନ୍ଧିଛନ୍ତି। ସେ ପିନ୍ଧିଥିବା ପ୍ୟାଣ୍ଟ ପୁରା ପୁରି RSSର ପ୍ୟାଣ୍ଟ ଭଳି ଦେଖାଯାଉଛି। ଫଟୋରେ ତାଙ୍କ ସହ ତାଙ୍କ ସ୍ୱାମୀ ନିକ୍‌ ଜୋନ୍ସ ଥିବାର ଦେଖାଯାଉଛନ୍ତି। ପ୍ରିୟଙ୍କାଙ୍କ ଏହି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ […]

RSSରେ ଯୋଗ ଦେଲେ କି ଦେଶୀ ଗାର୍ଲ?

m11

Advertisment

ମୁମ୍ବାଇ: କ’ଣ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(RSS)ର ସଦସ୍ୟ ହୋଇଗଲେ କି? କାରଣ ନିକଟରେ ପ୍ରିୟଙ୍କାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଖାକି ପ୍ୟାଣ୍ଟ ଏବଂ କଳା ରଙ୍ଗର ଟପ୍ ପିନ୍ଧିଛନ୍ତି। ସେ ପିନ୍ଧିଥିବା ପ୍ୟାଣ୍ଟ ପୁରା ପୁରି RSSର ପ୍ୟାଣ୍ଟ ଭଳି ଦେଖାଯାଉଛି। ଫଟୋରେ ତାଙ୍କ ସହ ତାଙ୍କ ସ୍ୱାମୀ ନିକ୍‌ ଜୋନ୍ସ ଥିବାର ଦେଖାଯାଉଛନ୍ତି।

Advertisment

publive-image

ପ୍ରିୟଙ୍କାଙ୍କ ଏହି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ୟୁଜର୍‌ମାନେ ବହୁତ ଟ୍ରଲ୍‌ କରିଛନ୍ତି। ପ୍ରିୟଙ୍କା RSSର ମିଟିଂରେ ଯୋଗ ଦେବାକୁ ଯାଉଛନ୍ତି ବୋଲି କହି ୟୁଜର୍‌ ତାଙ୍କୁ ଟ୍ରଲ୍‌ କରିଛନ୍ତି। ଆଉ ଜଣେ ୟୁଜର୍‌ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ହେବେ କହି ଟ୍ରଲ୍‌ କରିଛନ୍ତି।

publive-image

ସେହିଭଳି ଆଉ କିଛି ୟୁଜର୍‌ ତାଙ୍କ ଫଟୋ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଯୋଡ଼ି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲା ପରେ ପ୍ରିୟଙ୍କା RSSରେ ଯୋଗ ଦେବେ ବୋଲି ନିଷ୍ପତି ନେଇଛନ୍ତି। ଆଉ କିଛି ୟୁଜର୍‌ ପ୍ରିୟଙ୍କାଙ୍କୁ RSSର ବ୍ରାଣ୍ଡ୍‌ ଆମ୍ବାସଡାର ବୋଲି ମଧ୍ୟ କହିଛନ୍ତି।

Advertisment

publive-image

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ପ୍ରିୟଙ୍କା ପ୍ରାୟ ଅନେକ ସମୟରେ ତାଙ୍କ ପୋଷାକକୁ ନେଇ ଟ୍ରଲ୍‌ର ଶିକାର ହୋଇଥାନ୍ତି। ପୂର୍ବରୁ ମେଟ୍‌ ଗାଲା ଫିଲ୍ମ ଫେଷ୍ଟିଭାଲ୍‌ରେ ନିଜର ଅଜବ୍‌ କେଶ ସଜ୍ଜା ପାଇଁ ଟ୍ରଲ୍‌ର ଶିକାର ହୋଇଥିଲେ। ଏହା ପରେ ସେ ଏକ ଅନ୍ତଜାର୍ତୀୟ ମାଗାଜିନ୍‌ରେ ନିଜର ବ୍ୟାକ୍‌ଲେସ୍‌ ଫଟୋ ପାଇଁ ସୋଶାଲ୍‌ ମିଡିଆ ୟୁଜର୍‌ ତାଙ୍କର ଖୁବ୍‌ ଟ୍ରଲ୍‌ କରିଥିଲେ।

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe