Advertisment

ମ୍ୟାଡାମ ତୁଷାଦରେ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି

ମୁମ୍ବାଇ: ବଲିଉଡ୍‌ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ବଲିଉଡ୍‌ ଏହି ବ୍ୟୁଟି ବିଦେଶରେ ବିବାହ ପରେ ତାଙ୍କୁ ନେଇ ଅନେକ ଖବର। ନିକଟରେ ସେମିତି ଘଟଣା ଘଟିଛି। ମଙ୍ଗଳବାର ଲଣ୍ଡନର ମ୍ୟାଡାମ ତୁଷାଦ ମ୍ୟୁଜିୟମ୍‌ରେ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ଏହି ପ୍ରତିମୂର୍ତ୍ତିର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦିଓ ଲଣ୍ଡନର ମ୍ୟାଡାମ ତୁଷାଦ ମ୍ୟୁଜିୟମ୍‌ରେ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ […]

author-image
Biswobandita Swain
ଅଦ୍ୟତନ ହୋଇଛି
ମ୍ୟାଡାମ ତୁଷାଦରେ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି

priyanka murti

ମୁମ୍ବାଇ: ବଲିଉଡ୍‌ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଲୋକପ୍ରିୟ। ବଲିଉଡ୍‌ ଏହି ବ୍ୟୁଟି ବିଦେଶରେ ବିବାହ ପରେ ତାଙ୍କୁ ନେଇ ଅନେକ ଖବର। ନିକଟରେ ସେମିତି ଘଟଣା ଘଟିଛି। ମଙ୍ଗଳବାର ଲଣ୍ଡନର ମ୍ୟାଡାମ ତୁଷାଦ ମ୍ୟୁଜିୟମ୍‌ରେ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ଏହି ପ୍ରତିମୂର୍ତ୍ତିର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

priyanka murtiଯଦିଓ ଲଣ୍ଡନର ମ୍ୟାଡାମ ତୁଷାଦ ମ୍ୟୁଜିୟମ୍‌ରେ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ ସମୟରେ ପ୍ରିୟଙ୍କା ନିଜେ ଉପସ୍ଥିତ ନଥିଲେ। କିନ୍ତୁ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି ଅବିକଳ ତାଙ୍କ ଭଳି ଦେଖାଯାଉଛି। ଏହାକୁ ଦେଖିବା ପରେ କିଏ ଅସଲି ଓ କିଏ ନକଲି, କେହି ବି ସନ୍ଦେହରେ ପଡ଼ିଯିବେ। ପ୍ରିୟଙ୍କାଙ୍କ ଏହି ମହମ ପ୍ରତିମୂର୍ତ୍ତି ତାଙ୍କ ୨୦୧୭ ଗୋଲ୍ଡେନ୍‌ ଗ୍ଲୋବ୍ସ ଲୁକ୍‌ରୁ ପ୍ରେରିତ ହୋଇଛି। ଏହାକୁ ଗୋଲ୍ଡେନ୍‌ ଗାଉନ୍‌ରେ ଷ୍ଟାଇଲ୍‌ କରାଯାଇଛି। ଏହି ପ୍ରତିମୂର୍ତ୍ତିରେ ମଧ୍ୟ ପ୍ରିୟଙ୍କାଙ୍କ ବୋଲ୍ଡନେସ୍‌ ଦେଖିବାକୁ ମିଳୁଛି।

ପ୍ରିୟଙ୍କାଙ୍କ ଏହି ମହମ ପ୍ରତିମୂର୍ତ୍ତିରେ ଡିପ୍‌ ନେକ୍‌ ଗାଉନ୍‌ ପିନ୍ଧିଥିବା ଦେଖିବାକୁ ମିଳୁଛି। ତାଙ୍କର ଏହି ମହମ ପ୍ରତିମୂର୍ତ୍ତି ଫଟୋକୁ ବହୁତ ପସନ୍ଦ କରାଯାଉଛି। ସୂଚନାଯୋଗ୍ୟ ଲଣ୍ଡନ ବ୍ୟତୀତ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି ନ୍ୟୁୟର୍କ, ସିଡ୍‌ନୀ ଓ ସିଙ୍ଗାପୁରରେ ମଧ୍ୟ ରହିଛି।

Advertisment