Advertisment

ଭଂଶାଲୀଙ୍କ ଫିଲ୍ମରେ ସଲମାନ ଓ ପ୍ରିୟଙ୍କା !

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଫିଲ୍ମ ‘‘ଭାରତ’’ ଜରିଆରେ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରିବାର ଥିଲେ।  କିନ୍ତୁ ଶୁଟିଂ ଆରମ୍ଭ ହେବା ପୂର୍ବରୁ ସେ  ଫିଲ୍ମକୁ ଛାଡ଼ି ଦେଇଥିଲେ। ଏହାପରେ ଖବର ଆସିଥିଲା ଯେ, ସଲ୍‌ମାନ୍‌ ଖାନ୍‌ ଓ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା। ହଠାତ ଫିଲ୍ମ ଛାଡ଼ିବା ନେଇ  ସଲ୍‌ମାନ୍‌ ଖାନ୍‌ ପ୍ରିୟଙ୍କାଙ୍କ ଉପରେ ରାଗି ଯାଇଥିଲେ। ପ୍ରିୟଙ୍କା ସଲ୍‌ମାନ୍‌ଙ୍କୁ ମନେଇବାକୁ ବହୁତ୍‌ ଚେଷ୍ଟା କରିଥିଲେ। ଯାହାର ଝଲକ ଅନେକ ଥର ସୋଶାଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା। […]

ଭଂଶାଲୀଙ୍କ ଫିଲ୍ମରେ ସଲମାନ ଓ ପ୍ରିୟଙ୍କା !

2w

Advertisment

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଫିଲ୍ମ ‘‘ଭାରତ’’ ଜରିଆରେ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରିବାର ଥିଲେ।  କିନ୍ତୁ ଶୁଟିଂ ଆରମ୍ଭ ହେବା ପୂର୍ବରୁ ସେ  ଫିଲ୍ମକୁ ଛାଡ଼ି ଦେଇଥିଲେ। ଏହାପରେ ଖବର ଆସିଥିଲା ଯେ, ସଲ୍‌ମାନ୍‌ ଖାନ୍‌ ଓ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା। ହଠାତ ଫିଲ୍ମ ଛାଡ଼ିବା ନେଇ  ସଲ୍‌ମାନ୍‌ ଖାନ୍‌ ପ୍ରିୟଙ୍କାଙ୍କ ଉପରେ ରାଗି ଯାଇଥିଲେ। ପ୍ରିୟଙ୍କା ସଲ୍‌ମାନ୍‌ଙ୍କୁ ମନେଇବାକୁ ବହୁତ୍‌ ଚେଷ୍ଟା କରିଥିଲେ। ଯାହାର ଝଲକ ଅନେକ ଥର ସୋଶାଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା।

Advertisment

ଆଉ ପ୍ରିୟଙ୍କା ଏଥିରେ ସଫଳ ବି ହୋଇଥିଲେ। କାରଣ ପ୍ରିୟଙ୍କାଙ୍କ ବାହାଘରର ରିସେପ୍‌ସନ୍‌ ପାର୍ଟିରେ ସଲ୍‌ମାନ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ, ସଲ୍‌ମାନ ଆଉ ପ୍ରିୟଙ୍କାଙ୍କ ଉପରେ ରାଗି  ନାହାନ୍ତି।

ଏସବୁ ପରେ ଏବେ ଖବର ଆସୁଛି ଯେ, ସଞ୍ଜୟଲୀଲା ଭଂଶାଲୀଙ୍କ ଆଗାମୀ ପ୍ରୋଜେକ୍ଟରେ ସଲ୍‌ମାନଙ୍କ ସହ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିପାରେ। ଆଉ ଏହି  ଆଭାସ୍ ନିଜେ ପ୍ରିୟଙ୍କା ‘କଫି ଉଇଥ୍‌ କରନ୍‌-୬’ ରେ ଅତିଥି ଭାବେ ଆସି କହିଛନ୍ତ। କରନ୍‌ ପ୍ରିୟଙ୍କାଙ୍କୁ ପଚାରିଥିଲେ ଯେ,  ସେ ସଞ୍ଜୟଲୀଲା ଭଂଶାଲୀ ଓ ଭିଶାଲ୍‌ ଭରଦ୍ୱାଜଙ୍କ ମଧ୍ୟରୁ କାହା ସହ କାମ କରିବାକୁ ଚାହାନ୍ତି। ଉତ୍ତରରେ ପ୍ରିୟଙ୍କା କହିଲେ  ମୁଁ  ଦୁଇଜଣଙ୍କ ସହ କଥା ହେଉଛି।’’

Advertisment

ଏହା ଅର୍ଥ ସେ ଆଗକୁ ଏହି ଦୁଇ ଜଣଙ୍କ ସହ କାମ କରିବେ।

ଏହା ପୂର୍ବରୁ ବି ଖବର  ଆସିଥିଲା ଯେ,  ଭଂଶାଲୀ ଏକ ରୋମାଣ୍ଟିକ୍‌ ଫିଲ୍ମ  ପାଇଁ ସଲ୍‌ମାନ୍‌ଙ୍କୁ କାଷ୍ଟ କରିବାକୁ ଯାଉଛନ୍ତି। ଏମିତିରେ ଅନୁମାନ୍‌ କରାଯାଉଛି ଯେ,  ପ୍ରିୟଙ୍କା ଯେଉଁ ପ୍ରୋଜେକ୍ଟକୁ ନେଇ ସଞ୍ଜୟଙ୍କ ସହ ଆଲୋଚନା କରୁଛନ୍ତି, ଏହା ସଲ୍‌ମାନ୍ ଙ୍କ ସହ  ଜଡ଼ିତ ପ୍ରୋଜେକ୍ଟ୍‌ ହୋଇପାରେ।

ଅଭିନେତ୍ରୀଙ୍କ ଏହି ବୟାନ୍‌ ପରେ ସେ ସଲ୍‌ମାନ୍‌ଙ୍କ ସହ କାମ କରିବା ଖବରକୁ ନେଇ ଚର୍ଚ୍ଚା ହେଉଛି। ଏମିତିରେ ଅନେକ ଦିନ ହେବ ଦୁହିଁଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିନାହିଁ। ତେବେ ନିର୍ମାତା ଦୁହିଁଙ୍କୁ ଏକାଠି ସିଲ୍‌ଭର୍‌ ସ୍କ୍ରିନ୍‌ରେ ଆଣଇବା ନିଶ୍ଚିତ ଭାବେ ଲାଭ ଦାୟକ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe