Advertisment

ବିଦେଶରେ ଦୀପାବଳି ପାଳନ କଲେ ଦେଶୀ ଗର୍ଲ

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏଥର ବିଦେଶରେ ପାଳନ କରିଛନ୍ତି ଦୀପାବଳି। ଆମେରିକାର ବୋହୂ ହୋଇଥିଲେ ମଧ୍ୟ ସେ ନିଜ ଦେଶର ପରମ୍ପରାକୁ ଭୁଲି ନାହାନ୍ତି। ଗତକାଲି ସେ ଆମେରିକାରେ ସ୍ୱାମୀ ନିକ୍‌ ଜୋନାସ୍‌ ଓ ତାଙ୍କ ପରିବାର ଲୋକଙ୍କ ସହ ହସଖୁସିରେ ଦୀପାବଳି ପାଳିଥିଲେ। ସୂଚନାଯୋଗ୍ୟ, ବାହାଘର ପରେ ଏହା ଥିଲା ତାଙ୍କର ପ୍ରଥମ ଦୀପାବଳି। ଭାରତରେ ଥିବା ବେଳେ ପ୍ରିୟଙ୍କା ଏହି ଉତ୍ସବକୁ ଭରପୂର ଉପଭୋଗ କରୁଥିଲେ। ଏଥର ସେ ଶାଶୂଘର ଲୋକଙ୍କ […]

ଅଦ୍ୟତନ ହୋଇଛି
ବିଦେଶରେ ଦୀପାବଳି ପାଳନ କଲେ ଦେଶୀ ଗର୍ଲ

pc

Advertisment

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏଥର ବିଦେଶରେ ପାଳନ କରିଛନ୍ତି ଦୀପାବଳି। ଆମେରିକାର ବୋହୂ ହୋଇଥିଲେ ମଧ୍ୟ ସେ ନିଜ ଦେଶର ପରମ୍ପରାକୁ ଭୁଲି ନାହାନ୍ତି। ଗତକାଲି ସେ ଆମେରିକାରେ ସ୍ୱାମୀ ନିକ୍‌ ଜୋନାସ୍‌ ଓ ତାଙ୍କ ପରିବାର ଲୋକଙ୍କ ସହ ହସଖୁସିରେ ଦୀପାବଳି ପାଳିଥିଲେ। ସୂଚନାଯୋଗ୍ୟ, ବାହାଘର ପରେ ଏହା ଥିଲା ତାଙ୍କର ପ୍ରଥମ ଦୀପାବଳି।

Advertisment

ଭାରତରେ ଥିବା ବେଳେ ପ୍ରିୟଙ୍କା ଏହି ଉତ୍ସବକୁ ଭରପୂର ଉପଭୋଗ କରୁଥିଲେ। ଏଥର ସେ ଶାଶୂଘର ଲୋକଙ୍କ ସହିତ ଆମେରିକାରେ ମଧ୍ୟ ଏହାକୁ ବେଶ୍‌ ଭଲ ଭାବେ ଉପଭୋଗ କରିଛନ୍ତି।

ଦୀପାବଳି ଅବସରରେ ପ୍ରିୟଙ୍କା ଗତକାଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିଥିଲେ। ଏଥିରେ ତାଙ୍କ ସହିତ ନିକ୍ ମଧ୍ୟ ଅଛନ୍ତି। ଦୁହେଁ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ଏହି ଫଟୋ ପାଇଁ ପୋଜ୍ ଦେଇଛନ୍ତି।

Advertisment

https://www.instagram.com/p/B4G4ULbHNur/?utm_source=ig_web_button_share_sheet

ଫଟୋରେ ପ୍ରିୟଙ୍କା ଶାଢ଼ି ପିନ୍ଧିଛନ୍ତି। ସେହିପରି ନିକ୍‌ ଧଳା ଶାର୍ଟ ଏବଂ କଳା ପ୍ୟାଣ୍ଟ୍ ପିନ୍ଧିଛନ୍ତି। ବ୍ୟାକ୍‌ଗ୍ରାଉଣ୍ଡରେ ଲିଚୁ ଲାଇଟ୍ ମଧ୍ୟ ଜଳୁଛି। ଏହି ଫଟୋ ଶେଆର କରି ପ୍ରିୟଙ୍କା ତାଙ୍କ ପ୍ରଶଂସକ ମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe