Advertisment

‘ନିକ୍‌ଙ୍କ ଭିତରେ ବାପାଙ୍କ ଛବିକୁ ଦେଖିଥାଏ’

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର୍‌ ନିକ୍‌ ଜୋନସଙ୍କ ଯୋଡ଼ି ସର୍ବଦା ମିଡିଆରେ ଚର୍ଚ୍ଚାରେ ରହିଥାଏ। ଦୁହିଁଙ୍କର ଫଟୋ ଓ ଭିଡିଓକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥାଏ। ନିକଟରେ ପ୍ରିୟଙ୍କା ସ୍ପଟବଏର ଅପକମିଙ୍ଗ ପୋଡକାଷ୍ଟରେ ନିଜ ଲଭ୍‌ ଲାଇଫ୍‌କୁ ନେଇ କିଛି ସିକ୍ରେଟ୍‌ ଶେଆର୍‌ କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ନିକ ଟ୍ୱିଟରରେ ନିକ୍‌ ପ୍ରଥମେ ତାଙ୍କୁ ମେସେଜ୍‌ କରିଥିବା କଥା କହିଥିଲେ। ଆହୁରି ମଧ୍ୟ ପ୍ରିୟଙ୍କା ନିକ୍‌ଙ୍କୁ ବାପା ଅଶୋକ […]

‘ନିକ୍‌ଙ୍କ ଭିତରେ ବାପାଙ୍କ ଛବିକୁ ଦେଖିଥାଏ’

pcccc

Advertisment

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଆମେରିକାନ୍‌ ସିଙ୍ଗର୍‌ ନିକ୍‌ ଜୋନସଙ୍କ ଯୋଡ଼ି ସର୍ବଦା ମିଡିଆରେ ଚର୍ଚ୍ଚାରେ ରହିଥାଏ। ଦୁହିଁଙ୍କର ଫଟୋ ଓ ଭିଡିଓକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥାଏ। ନିକଟରେ ପ୍ରିୟଙ୍କା ସ୍ପଟବଏର ଅପକମିଙ୍ଗ ପୋଡକାଷ୍ଟରେ ନିଜ ଲଭ୍‌ ଲାଇଫ୍‌କୁ ନେଇ କିଛି ସିକ୍ରେଟ୍‌ ଶେଆର୍‌ କରିଛନ୍ତି।

Advertisment

ଯେଉଁଥିରେ ପ୍ରିୟଙ୍କା ନିକ ଟ୍ୱିଟରରେ ନିକ୍‌ ପ୍ରଥମେ ତାଙ୍କୁ ମେସେଜ୍‌ କରିଥିବା କଥା କହିଥିଲେ। ଆହୁରି ମଧ୍ୟ ପ୍ରିୟଙ୍କା ନିକ୍‌ଙ୍କୁ ବାପା ଅଶୋକ ଚୋପ୍ରାଙ୍କ ସହିତ ତୁଳନା କରିଛନ୍ତି ଏବଂ ତାଙ୍କ ସଫଳତା ନେଇ ନିକ୍‌ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।

ବାପା ଅଶୋକ ଚୋପ୍ରାଙ୍କ ସହିତ ନିକ୍‌ଙ୍କୁ ତୁଳନା କରି ପ୍ରିୟଙ୍କା କହିଛନ୍ତି, ‘ମୋତେ ସଶକ୍ତ ହେଉଥିବାର ଦେଖି ନିକ୍‌ ନିଜେ ସଶକ୍ତ ଅନୁଭବ କରନ୍ତି। ଯେବେ ବି ଲେନ୍ସମ୍ୟାନ୍‌ ରେଡ୍‌ କାର୍ପେଟ୍‌ ମୋର ଫଟୋ ଉଠାଯାଇଥାଏ, ସୋ ମୋ ପାଖରେ ଛିଡ଼ା ହୋଇଥା’ନ୍ତି। କାରଣ ନିକ ମୋ ସଫଳତାକୁ ଭଲପାଆନ୍ତି।’

Advertisment

https://www.instagram.com/p/B9bHRvvpFqd/?utm_source=ig_web_copy_link

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି, ‘କୁହାଯାଏ ଯଦି ଆପଣ ନିଜ ବାପାଙ୍କୁ ଅଧିକ ଭଲପାଆନ୍ତି, ତେବେ ଏପରି ବ୍ୟକ୍ତିଙ୍କୁ ବିବାହ କରନ୍ତୁ, ଯିଏ ବାପାଙ୍କ ପରି ତୁମକୁ ସ୍ନେହ କରୁଥିବ। ଆଉ ନିକ୍‌ ଠିକ୍‌ ମୋ ବାପାଙ୍କ ପରି। ସେ ଜଣେ ସାଧୁ ଓ ଦୟାଳୁ ସ୍ୱଭାବର ବ୍ୟକ୍ତି। ବୁଝି-ବିଚାରି ସମସ୍ତ କାର୍ଯ୍ୟ କରିଥା’ନ୍ତି। ମୋତେ ଲାଗୁଛି ଯେ ମୁଁ ମୋ ବାପାଙ୍କ ଦ୍ୱିତୀୟ ଛବିକୁ ବିବାହ କରିଛି।’

ପ୍ରିୟଙ୍କା ଓ ନିକଙ୍କର ଏପରି ସମ୍ପର୍କକୁ ନେଇ ଫ୍ୟାନ୍ସ ବେଶ୍ ଖୁସି ଅଛନ୍ତି।

ସୂଚନାଯୋଗ୍ୟ, ଶେଷଥର ପାଇଁ ପ୍ରିୟଙ୍କା ବଲିଉଡ୍ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ରେ ଅଭିନୟ କରିଥିଲେ। ପାଖାପାଖି ୩ ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ପ୍ରିୟଙ୍କା ବଲିଉଡ୍‌କୁ ଫେରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe