Advertisment

‘ଭାରତ’ ଛାଡ଼ିବା ପ୍ରିୟଙ୍କାଙ୍କୁ ମହଙ୍ଗା ପଡ଼ିଲା !

ମୁମ୍ୱାଇ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ବକ୍ସ ଅଫିସ୍‌ରେ ଖରାପ ପ୍ରଦର୍ଶନ କରିଛି। ୫୦ କୋଟି ବଜେଟ୍‌ରେ ନିର୍ମିତ ହୋଇଥିବା ଏହି ଫିଲ୍ମ ପ୍ରଥମ ତିନି ଦିନରେ କେବଳ ୧୦ କୋଟି ଟଙ୍କାର ବ୍ୟବସାୟ କରିଛି। ପ୍ରାୟ ସାଢ଼େ ତିନି ବର୍ଷ ପରେ ପିସି ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌କୁ ବ୍ୟାକ୍ କରିଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିପାରିନି ବୋଲି କୁହାଯାଉଛି। ହେଲେ ଏବେ ଖବର ଉଡ଼ୁଛି ଯେ […]

‘ଭାରତ’ ଛାଡ଼ିବା ପ୍ରିୟଙ୍କାଙ୍କୁ ମହଙ୍ଗା ପଡ଼ିଲା !

priyanka

Advertisment

ମୁମ୍ୱାଇ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ବକ୍ସ ଅଫିସ୍‌ରେ ଖରାପ ପ୍ରଦର୍ଶନ କରିଛି। ୫୦ କୋଟି ବଜେଟ୍‌ରେ ନିର୍ମିତ ହୋଇଥିବା ଏହି ଫିଲ୍ମ ପ୍ରଥମ ତିନି ଦିନରେ କେବଳ ୧୦ କୋଟି ଟଙ୍କାର ବ୍ୟବସାୟ କରିଛି। ପ୍ରାୟ ସାଢ଼େ ତିନି ବର୍ଷ ପରେ ପିସି ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌କୁ ବ୍ୟାକ୍ କରିଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିପାରିନି ବୋଲି କୁହାଯାଉଛି।

Advertisment

ହେଲେ ଏବେ ଖବର ଉଡ଼ୁଛି ଯେ ସେ ସଲ୍‌ମାନ୍‌ଙ୍କ ‘ଭାରତ’ ଫିଲ୍ମ ଛାଡ଼ି ନଥିଲେ ଏଭଳି ଅବସ୍ଥା ହୋଇ ନଥା’ନ୍ତା। ‘ଭାରତ’ ଛାଡ଼ିବା ଯୋଗୁ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ମାନେ ପିସିଙ୍କ ଉପରେ କୁଆଡ଼େ ରାଗି ଯାଇଛନ୍ତି। ସେହିପରି ତାଙ୍କର ନିଜର ବହୁ ଫ୍ୟାନ୍‌ ମଧ୍ୟ ଏ ନିଷ୍ପତ୍ତିକୁ ପସନ୍ଦ କରି ନଥିଲେ। ଫ୍ୟାନ୍‌ ବେସ୍ ଦୁର୍ବଳ ହୋଇପଡ଼ିବାରୁ ତାଙ୍କର ଏହି ଫିଲ୍ମ ଚାଲିଲା ନାହିଁ ବୋଲି କୁହାଯାଉଛି। ଫଳରେ ସାଢ଼େ ୩ ବର୍ଷ ପରେ ବଲିଉଡ୍‌କୁ ତାଙ୍କର ଏକ ଦମ୍‌ଦାର୍ କମ୍‌ବ୍ୟାକ୍ ହୋଇପାରିଲା ନାହିଁ।

ଆପଣମାନେ ତ ଜାଣିଥିବେ, ‘ଭାରତ’ରେ ଅଭିନୟ କରିବା ପାଇଁ ପ୍ରଥମେ ପ୍ରିୟଙ୍କା ହଁ ଭରିଥିଲେ। ହେଲେ ଅଚାନକ ସେ ଏଥିରୁ ଓହରି ଯାଇଥିଲେ। ଅବଶ୍ୟ ବିବାହ କରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଏ। କେବେ ପ୍ରକାଶ ନ କରିଥିଲେ ମଧ୍ୟ ସଲ୍‌ମାନ୍‌ କୁଆଡ଼େ ଏଥିପାଇଁ ତାଙ୍କ ଉପରେ ଭାରି କ୍ଷୁବ୍ଧ ହୋଇଥିଲେ। ଏପରିକି ନିକଟରେ ସେ ପ୍ରିୟଙ୍କାଙ୍କ ସହିତ ଏକ ଫିଲ୍ମ କରିବାକୁ ମନା ମଧ୍ୟ କରି ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ୩ ବର୍ଷ ତଳେ ପିସି ବଲିଉଡ୍ ଛାଡ଼ି ହଲିଉଡ୍‌କୁ ଯାଇଥିଲେ। ସେବଠାରୁ ସେ ଲଗାତାର ଭାବେ ସେଠାରେ ହିଁ ରହି ଆସୁଛନ୍ତି। ଗତବର୍ଷ ସେ ଆମେରିକୀୟ ଗାୟକ ନିକ୍ ଜୋନାସଙ୍କୁ ବାହା ହୋଇଥିଲେ। ସଦ୍ୟ ଖବର ଅନୁଯାୟୀ, ହଲିଉଡ୍‌ ଫିଲ୍ମ ‘ଆଭେଞ୍ଜର: ଏଣ୍ଡଗେମ୍‌’ର ନିର୍ଦ୍ଦେଶକ ରୁସୋ ଭ୍ରାତା (ଆନ୍ଥୋନି ରୁସୋ ଓ ଜୋ ରୁସୋ) ତାଙ୍କୁ ଏକ ଫିଲ୍ମରେ ନେବା ପାଇଁ କଥାବାର୍ତ୍ତା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe