Advertisment

ମହମ ପ୍ରତିମାରେ ଗହମ ରଙ୍ଗୀ ଦେଶୀ ଗର୍ଲ

ମୁମ୍ବାଇ: ଦେଶୀ ଗାର୍ଲ ତଥା ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ଏବେ ନିଜ ଜୀବନର ବେଷ୍ଟ୍‌ ସମୟ ଅତିବାହିତ କରୁଛନ୍ତି। ତାଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ମିଳି ଚାଲିଛି। ସେ ନିଜ ବୟଫ୍ରେଣ୍ଡ୍‌ ନିକ୍‌ଙ୍କ ସହ ବିବାହ କରିବା ପରେ ଏବେ ତାଙ୍କ ହାତରେ ଅନେକ ବଲିଉଡ୍‌ ଫିଲ୍ମ ସହ ହଲିଉଡ୍‌ ଫିଲ୍ମର ଅଫର ବି ରହିଛି। ନିକଟରେ ପ୍ରିୟଙ୍କାଙ୍କୁ ଆଉ ଏକ ଖୁସି ମିଳିଛି। ଜାଣିଛନ୍ତି କ’ଣ ? ମ୍ୟାଡାମ ତୁଷାଦ ୱାକ୍ସ ମ୍ୟୁଜିୟମ୍‌ରେ […]

ମହମ ପ୍ରତିମାରେ ଗହମ ରଙ୍ଗୀ ଦେଶୀ ଗର୍ଲ

priya

Advertisment

ମୁମ୍ବାଇ: ଦେଶୀ ଗାର୍ଲ ତଥା ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ଏବେ ନିଜ ଜୀବନର ବେଷ୍ଟ୍‌ ସମୟ ଅତିବାହିତ କରୁଛନ୍ତି। ତାଙ୍କୁ ଗୋଟିଏ ପରେ ଗୋଟିଏ ଖୁସି ମିଳି ଚାଲିଛି। ସେ ନିଜ ବୟଫ୍ରେଣ୍ଡ୍‌ ନିକ୍‌ଙ୍କ ସହ ବିବାହ କରିବା ପରେ ଏବେ ତାଙ୍କ ହାତରେ ଅନେକ ବଲିଉଡ୍‌ ଫିଲ୍ମ ସହ ହଲିଉଡ୍‌ ଫିଲ୍ମର ଅଫର ବି ରହିଛି।

Advertisment

publive-image

ନିକଟରେ ପ୍ରିୟଙ୍କାଙ୍କୁ ଆଉ ଏକ ଖୁସି ମିଳିଛି।

ଜାଣିଛନ୍ତି କ’ଣ ?

ମ୍ୟାଡାମ ତୁଷାଦ ୱାକ୍ସ ମ୍ୟୁଜିୟମ୍‌ରେ ତାଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ହେଉଛି।

ପ୍ରିୟଙ୍କାଙ୍କର ଏହି ଲୁକ୍‌ଟି ୨୦୧୬ର ବେଷ୍ଟ୍‌ ରେଡ୍‌ କାର୍‌ପେଟ୍‌ରେ ଚାଲୁଥିବା ଲୁକ୍‌। ସେହି ମୂର୍ତ୍ତିର ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରିୟଙ୍କା ପହଞ୍ଚିଥିଲେ। ସେ ଏକ ବ୍ଲାକ୍‌ କଲର୍‌ ଡ୍ରେସ୍‌ରେ ଖୁବ୍‌ ଗର୍ଜି‌ଅସ୍‌ ଲାଗୁଥିଲେ। ପ୍ରିୟଙ୍କା ହଲିଉଡ୍‌ରେ ନିଜ ପ୍ରଥମ ଗୀତ ‘ଇନ୍‌ ମାଇ ସିଟି’ ପାଇଁ ମଧ୍ୟ ଆମେରିକାରେ ବେଶ୍‌ ଲୋକପ୍ରିୟ ହୋଇଥିଲେ। ଏହାପରେ ସେ ଟିଭି ସିରିଜ୍‌ ‘କ୍ୱାଣ୍ଟିକୋ’ରେ କାମ କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରିବା ପରେ ପ୍ରିୟଙ୍କା ହଲିଉଡ୍‌ରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ପ୍ରିୟଙ୍କା କେବଳ ଭାରତ କିମ୍ବା ଆମେରିକାରେ ନୁହନ୍ତି, ଅନେକ ଏସୀୟ ଦେଶରେ ମଧ୍ୟ ଖୁବ୍‌ ଜଣାଶୁଣା।
ସୂଚନାଯୋଗ୍ୟ ଯେ ମ୍ୟାଡାମ ତୁଷାଦ ୱାକ୍ସ ମ୍ୟୁଜିୟମ୍‌ ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଛି। ଏହି ପୋଷ୍ଟରେ ପ୍ରିୟଙ୍କା ନିଜର ମହମ ପ୍ରତିମୂର୍ତ୍ତିକୁ ଆମେରିକାର ନ୍ୟୁୟର୍କରେ ଉଦ୍‌ଘାଟନ କରୁଥିବା ଦେଖିବାକୁ ମିଳୁଛି। ଏହାବ୍ୟତୀତ ପ୍ରିୟଙ୍କାଙ୍କ ମହମ ପ୍ରତିମୂର୍ତ୍ତି ୟୁକେ, ଅଷ୍ଟ୍ରେଲିଆ ଓ ଏସିଆରେ ମଧ୍ୟ ସ୍ଥାପିତ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe