p11
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହେବେ ଭାରତର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସ୍ୱାମୀ ନିକ୍ ଜୋନ୍ସ ହେବେ ଆମେରିକା ରାଷ୍ଟ୍ରପତି। ଏହା ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ଏହା ଆମେ କହୁନାହୁଁ । ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଖୋଦ କହିଛନ୍ତି ନିଜ ମନର କଥା।
ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ପ୍ରିୟଙ୍କା ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛାବ୍ୟକ୍ତ କରିଛନ୍ତି। ଏହା ସହ ତାଙ୍କ ସ୍ୱାମୀ ନିକ୍ ଜୋନସ୍ ମଧ୍ୟ ଆମେରିକା ରାଷ୍ଟ୍ରପତି ହୁଅନ୍ତୁ ବୋଲି ତାଙ୍କର ଇଚ୍ଛା ଅଛି।
/odisha-reporter/media/post_attachments/wp-content/uploads/2019/06/p22-300x172.jpg)
ତାଙ୍କ କହିବା ଅନୁଯାୟୀ, ଦୁହେଁ ରାଜନୀତି କରିବାକୁ ପସନ୍ଦ କରନ୍ତି। ଜନତାଙ୍କ ସେବା ସହ ଦେଶରେ ପରିବର୍ତ୍ତନ ଆଣିବାକୁ ଦୁହିଁଙ୍କ ମଧ୍ୟରେ ଇଚ୍ଛା ଅଛି। ଏଥିପାଇଁ ମୁଁ ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଛି ବୋଲି ପ୍ରିୟଙ୍କା କହିଛନ୍ତି।
ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ପ୍ରିୟଙ୍କା ବଲିଉଡ୍ରେ ଯେତେ ସଫଳ ହୋଇପାରିଛନ୍ତି, ହଲିଉଡ୍ରେ ମଧ୍ୟ ନିଜର ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତ। ବଲିଉଡ୍ ଓ ହଲିଉଡ୍ରେ ସେ ସଫଳତା ପାଇବା ପରେ ନିକ୍ଙ୍କୁ ବିବାହ କରିଥିଲେ। କେବଳ ଅଭିନୟ ନୁହେଁ ସେ ବ୍ୟବସାୟରେ ମଧ୍ୟ ନିବେଶ କରିବା ଆରମ୍ଭ କରିଦେଇଛନ୍ତି। ଏସବୁ କ୍ଷେତ୍ରରେ ସଫଳତା ମିଳିବା ପରେ ସେ ଏବେ ରାଜନୀତିରେ ପାଦ ଥାପି ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି।
ପ୍ରିୟଙ୍କା ସଲ୍ମାନ୍ଙ୍କ ଫିଲ୍ମ ‘ଭାରତ’ ଛାଡ଼ିବା ପରେ ଫିଲ୍ମରେ କ୍ୟାଟ୍ରିନାଙ୍କୁ ନିଆଯାଇଥିଲା। ସଲ୍ମାନ୍ ଏବେ ଯେଉଁ ଫିଲ୍ମର ପ୍ରମୋସନ୍ କରିବାକୁ ଯେଉଁଠିକୁ ଯାଉଛନ୍ତି , ପ୍ରିୟଙ୍କାଙ୍କ ପ୍ରତି ଥିବା ତାଙ୍କ ଆକ୍ରୋଶ ଭାବନା ବ୍ୟକ୍ତ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/06/p11.jpg)