ବିଦେଶୀ ସ୍ୱାମୀଙ୍କୁ ଦେଶୀ ନାଁ ଦେଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନାସ୍‌ଙ୍କୁ ଏବେ ଏକ ଦେଶୀ ନାଁରେ ଡାକୁଛନ୍ତି। ସେ କରିଥିବା ଏକ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟରୁ ଏ କଥା ସାମ୍ନାକୁ ଆସିଛି। ତା’ହେଲେ ଦେଶୀ ଗର୍ଲଙ୍କର ବିଦେଶୀ ସ୍ୱାମୀଙ୍କର ସେହି ଦେଶୀ ନାଁଟି କ’ଣ? ପ୍ରିୟଙ୍କା ତାଙ୍କୁ ‘ବାବୁ’ ବୋଲି ଡାକୁଛନ୍ତି। https://www.instagram.com/p/B5WDDuNH0Bs/?utm_source=ig_web_copy_link ଆପଣମାନେ ତ ଜାଣିଥିବେ ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ଙ୍କ ବାହାଘରକୁ ବର୍ଷେ ପୂରିବାକୁ ବସିଲାଣି। ଏଥିପାଇଁ ଆନିଭର୍ସରି ପୂର୍ବରୁ ପ୍ରିୟଙ୍କା ନିଜ ସ୍ୱାମୀଙ୍କୁ ଏକ […]

Priyanick11

Priyanick11

Chinmayee Roy
  • Published: Wednesday, 27 November 2019
  • Updated: 27 November 2019, 01:43 PM IST

Sports

Latest News

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନାସ୍‌ଙ୍କୁ ଏବେ ଏକ ଦେଶୀ ନାଁରେ ଡାକୁଛନ୍ତି। ସେ କରିଥିବା ଏକ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟରୁ ଏ କଥା ସାମ୍ନାକୁ ଆସିଛି। ତା’ହେଲେ ଦେଶୀ ଗର୍ଲଙ୍କର ବିଦେଶୀ ସ୍ୱାମୀଙ୍କର ସେହି ଦେଶୀ ନାଁଟି କ’ଣ? ପ୍ରିୟଙ୍କା ତାଙ୍କୁ ‘ବାବୁ’ ବୋଲି ଡାକୁଛନ୍ତି।

https://www.instagram.com/p/B5WDDuNH0Bs/?utm_source=ig_web_copy_link

ଆପଣମାନେ ତ ଜାଣିଥିବେ ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ଙ୍କ ବାହାଘରକୁ ବର୍ଷେ ପୂରିବାକୁ ବସିଲାଣି। ଏଥିପାଇଁ ଆନିଭର୍ସରି ପୂର୍ବରୁ ପ୍ରିୟଙ୍କା ନିଜ ସ୍ୱାମୀଙ୍କୁ ଏକ କ୍ୟୁଟ୍ ଉପହାର ଦେଇଛନ୍ତି। ସେ ନିକ୍‌ଙ୍କୁ ‘ଗିନୋ’ ନାମକ ଏକ ଜର୍ମନ ଶେଫର୍ଡ଼ କୁକୁର ଉପହାରରେ ଦେଇଛନ୍ତି। ଏ ଗିଫ୍ଟ ବିଷୟରେ ନିକ୍‌ ନିଜ ଇନ୍‌ଷ୍ଟାଗ୍ରମ୍‌ରେ ଫଟୋ ଓ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆଉ ଏହି ପୋଷ୍ଟରେ ପ୍ରିୟଙ୍କା କମେଣ୍ଟ ଦେଇ ଲେଖିଛନ୍ତି, ‘ହାପି ଅଲ୍‌ମୋଷ୍ଟ ଆନିଭର୍ସରି ବାବୁ। ତୁମର ଚେହେରା ବହୁତ ମଜାଦାର୍‌ ଲାଗୁଛି ବାବୁ।’

ଏହି କମେଣ୍ଟରୁ ଜଣାପଡ଼ୁଛି ଯେ ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କର ଏହି ଦେଶୀ ନାଁ ରଖିଛନ୍ତି। ନାଁଟି ବି ଭାରି ବଢ଼ିଆ ହୋଇଛି।  ଆପଣମାନେ ତ ଜାଣିଥିବେ ଭାରତରେ ଏହି ‘ବାବୁ’ ନାଁଟି କେତେ ପ୍ରିୟ। ନିଜ ପ୍ରେମୀ ତଥା ସ୍ୱାମୀଙ୍କୁ ପ୍ରାୟ ଝିଅ ଏହି ନାଁରେ ଡାକିବାକୁ ଭଲପା’ନ୍ତି। ତେଣୁ ପ୍ରିୟଙ୍କା ଅବା ଏଥିରୁ କେମିତି ବର୍ତ୍ତିଥା’ନ୍ତେ!

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos