/odisha-reporter/media/post_attachments/uploads/2015/05/Priyanka-Chopra-Police-look.jpg)
Police-look
ମୁମ୍ବାଇ:ଆସୁଛି ଗଙ୍ଗାଜଲର ସ୍ୱିକେଲ୍। ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଗଙ୍ଗାଜଲ-୨ରେ ଦେଖିବାକୁ ମିଳିବ ପ୍ରିୟଙ୍କା ଚୋପ୍ରାଙ୍କୁ। ଏଥିରେ ଆଇପିଏସ୍ ଭୂମିକାରେ ଦେଖିବାକୁ ମିଳିବ ପ୍ରିୟଙ୍କାଙ୍କୁ। ପ୍ରିୟଙ୍କାଙ୍କ ପୋଲିସ୍ ଲୁକ୍ ନିକଟରେ ରିଲିଜ୍ ହୋଇଛି। ଫିଲ୍ମରେ ପ୍ରିୟଙ୍କାଙ୍କ ନାଁ ଆଭା ମାଥୁର ରଖାଯାଇଛି। ଏହି ଫିଲ୍ମର ଅଧିକାଂଶ ସିନ୍ ମଧ୍ୟପ୍ରେଦେଶରେ ସୁଟିଂ କରାଯିବ ବୋଲି କୁହାଯାଇଛି। ତେବେ ପ୍ରିୟଙ୍କା ବ୍ୟସ୍ତ ରହୁଥିବାରୁ ଫିଲ୍ମ ସୁଟିଂ ବିଳମ୍ବ ହୋଇପାରେ ବୋଲି ଜଣାପଡିଛି। ହଲିଉଡର ଏକ ଟେଲିଭିଜନ୍ ଶୋ କ୍ୱିନାଟିକୋ ପାଇଁ ସେ ଏବେ ଆମେରିକା ଯାଇପାରନ୍ତି। ଗଙ୍ଗାଜଳ ପାର୍ଟ-୧ଉତ୍ତର ଭାରତର ସତ ଘଟଣାକୁ ନେଇ ପର୍ଯ୍ୟବେସିତ ହୋଇଥିଲା । ଏଥିରେ ଅଜୟ ଦେବଗନ ଏସପି ଭୂମିକାରେ ଅଭିନୟ କରିଥିବା ବେଳେ ଗ୍ରେସୀ ସିଂ ତାଙ୍କ ଧର୍ମପତ୍ନୀ ଚରିତ୍ରରେ ଅଭିନୟ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
