Advertisment

ନୂଆ ଘର କିଣିଲେ ନିକ୍‌-ପ୍ରିୟଙ୍କା: ଦାମ୍‌ କେତେ ଜାଣନ୍ତି?

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ଯେବେଠୁ ହଲିଉଡ୍ ପପ୍‌ ସିଙ୍ଗର୍‌ ନିକ୍‌ ଜୋନସ୍‌ଙ୍କୁ ବାହା ହେଲେଣି ସେବେଠୁ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଏହି କପଲ୍‌ଙ୍କ ପ୍ରତିଟି ମୁଭ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଏବେ ପୁଣି ଖବର ଆସିଛି ଯେ ଏହି କପଲ୍‌ ଆମେରିକାରେ ଏକ ଘର କିଣିଛନ୍ତି। ଆଉ ଯାହାର ମୂଲ୍ୟ ରହିଛି ୨୦ ମିଲିୟନ୍‌ ଡଲାର୍। ପ୍ରିୟଙ୍କା ଓ ନିକ୍‌ ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଏହି ନୂଆ ଘର କିଣିଛନ୍ତି। ଏହି ଘରର ମୂଲ୍ୟ […]

ଅଦ୍ୟତନ ହୋଇଛି
ନୂଆ ଘର କିଣିଲେ ନିକ୍‌-ପ୍ରିୟଙ୍କା: ଦାମ୍‌ କେତେ ଜାଣନ୍ତି?

nick-priyanka

Advertisment

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ଯେବେଠୁ ହଲିଉଡ୍ ପପ୍‌ ସିଙ୍ଗର୍‌ ନିକ୍‌ ଜୋନସ୍‌ଙ୍କୁ ବାହା ହେଲେଣି ସେବେଠୁ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଏହି କପଲ୍‌ଙ୍କ ପ୍ରତିଟି ମୁଭ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଏବେ ପୁଣି ଖବର ଆସିଛି ଯେ ଏହି କପଲ୍‌ ଆମେରିକାରେ ଏକ ଘର କିଣିଛନ୍ତି। ଆଉ ଯାହାର ମୂଲ୍ୟ ରହିଛି ୨୦ ମିଲିୟନ୍‌ ଡଲାର୍।

Advertisment

ପ୍ରିୟଙ୍କା ଓ ନିକ୍‌ ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଏହି ନୂଆ ଘର କିଣିଛନ୍ତି। ଏହି ଘରର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ୧୪୪ କୋଟି ଟଙ୍କା ହେବ। ୨୦ ହଜାର ସ୍କୋୟାର ଫୁଟ୍‌ର ଏହି ପ୍ରପୋର୍ଟିରେ ପାଖାପାଖି ୭ଟି ବେଡ୍‌ରୁମ୍‌, ୧୧ଟି ବାଥ୍‌ରୁମ୍‌, ବାଲକୋନି ଏବଂ ବଗିଚା ଏରିଆ ରହିଛି।

https://www.instagram.com/p/Bu7YQKkl_Wf/?utm_source=ig_web_copy_link

ଗତ ଅଗଷ୍ଟ ମାସରେ ଖବର ଆସିଥିଲା ଯେ ନିକ୍‌ ଜୋନସ୍‌ ତାଙ୍କର ଘରକୁ ବିକ୍ରି କରିଦେଇଛନ୍ତି ଏବଂ ଖୁବଶୀଘ୍ର ସେ ପ୍ରିୟଙ୍କାଙ୍କ ସହ ଏକ ନୂଆ ଘରକୁ ସିଫ୍ଟ ହୋଇଯିବେ। ବର୍ତ୍ତମାନ ଏହି ଆଲିସାନ୍‌ ଘର ପ୍ରିୟଙ୍କା ଓ ନିକ୍‌ଙ୍କର ନୂଆ ଠିକଣା ପାଲଟିଛି।

Advertisment

ସୂଚନା ଅନୁଯାୟୀ, ନିକ୍‌ଙ୍କ ଭାଇ ଜୋ ଜୋନସ୍‌ ଓ ତାଙ୍କ ପତ୍ନୀ ସୋଫି ଟର୍ନର ମଧ୍ୟ ପ୍ରିୟଙ୍କା ଓ ନିକ୍‌ଙ୍କ ଘରଠୁ ମାତ୍ର ୩ ମାଇଲ୍‌ ଦୂରରେ ୧୪ ମିଲିୟନ ଡଲାର୍‌ର ଏକ ଘର କିଣିଛନ୍ତି।

https://www.instagram.com/p/B4G4ULbHNur/?utm_source=ig_web_copy_link

ସୂଚନାଯୋଗ୍ୟ, ଖୁବ୍‌ଶୀଘ୍ର ପ୍ରିୟଙ୍କା ଆଉ ଏକ ହଲିଉଡ୍‌ ଫିଲ୍ମ କରିବାକୁ ଯାଉଛନ୍ତି। ସେ ରବର୍ଟ ଗୋଡ୍ରିଗ୍ଜଙ୍କ ଫିଲ୍ମ ‘ୱି କ୍ୟାନ୍‌ ବି ହିରୋଜ୍‌’ରେ ନଜର ଆସିବେ। ଏହା ବ୍ୟତୀତ ସେ ରାଜକୁମାର ରାଓଙ୍କ ସହ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର୍’ରେ ନଜର ଆସିବେ। ଏହାର ଶୁଟିଂ ଏବେ ଦିଲ୍ଲୀରେ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe