Advertisment

‘ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକଙ୍କ ସହ କାମ କରିବେ ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଜରିଆରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। ଫିଲ୍ମଟି ଗତ ଶୁକ୍ରବାକ ରିଲିଜ୍‌ ହୋଇଛି। ପ୍ରଥମ ଦିନରେ ଏହାକୁ ଦର୍ଶକଙ୍କର ଭଲ ରେସପନ୍ସ ମିଳିଥିଲା। ତେବେ ଏହି ଫିଲ୍ମ ପରେ ପ୍ରିୟଙ୍କା ପୁଣି ଥରେ ଏକ ବଡ଼ ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୂଯାୟୀ, ସେ ରେକର୍ଡ୍ ବ୍ରେକର୍‌ ଫିଲ୍ମ ‘ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକ ରୁସୋ ବ୍ରଦର୍ସ (ଆନ୍ଥୋନି ରୁସୋ ଓ ଜୋ […]

‘ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକଙ୍କ ସହ କାମ କରିବେ ପ୍ରିୟଙ୍କା

priyanka

Advertisment

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଜରିଆରେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। ଫିଲ୍ମଟି ଗତ ଶୁକ୍ରବାକ ରିଲିଜ୍‌ ହୋଇଛି। ପ୍ରଥମ ଦିନରେ ଏହାକୁ ଦର୍ଶକଙ୍କର ଭଲ ରେସପନ୍ସ ମିଳିଥିଲା। ତେବେ ଏହି ଫିଲ୍ମ ପରେ ପ୍ରିୟଙ୍କା ପୁଣି ଥରେ ଏକ ବଡ଼ ହଲିଉଡ୍‌ ପ୍ରୋଜେକ୍ଟରେ କାମ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୂଯାୟୀ, ସେ ରେକର୍ଡ୍ ବ୍ରେକର୍‌ ଫିଲ୍ମ ‘ଆଭେଞ୍ଜର୍: ଏଣ୍ଡଗେମ୍’ର ନିର୍ଦ୍ଦେଶକ ରୁସୋ ବ୍ରଦର୍ସ (ଆନ୍ଥୋନି ରୁସୋ ଓ ଜୋ ରୁସୋ)ଙ୍କ ସହ କାମ କରିବାକୁ ଯାଉଛନ୍ତି।

Advertisment

https://www.instagram.com/p/B3dRn19HgHm/?utm_source=ig_web_copy_link

ଏହା କୌଣସି ଶୁଣା କଥା କି ଗୁଜବ ନୁହେଁ। ନିଜେ ପ୍ରିୟଙ୍କା ଏକ ସାକ୍ଷାତକାର୍‌ରେ ଏ କଥା କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ରୁସୋ ବ୍ରଦର୍ସଙ୍କ ସହ ଏକ ପ୍ରୋଜେକ୍ଟକୁ ନେଇ କଥାବାର୍ତ୍ତା ଚାଲିଛି। ସୂଚନା ଅନୁଯାୟୀ, ଏହି  ଫିଲ୍ମଟି ଏକ ଆକ୍ସନ ଥ୍ରୀଲର୍‌ ହେବ।

publive-image‘ଆଭେଞ୍ଜର୍: ଏଣ୍ଡଗେମ୍’ର ପ୍ରମୋସନ୍‌ ପାଇଁ ରୁସୋ ବ୍ରଦର୍ସ ଭାରତ ଆସିଥିବା ବେଳେ ଏକ ସାକ୍ଷାତକାରରେ କହିଥିଲେ ଯେ ପ୍ରିୟଙ୍କା ଏବେ ଗ୍ଲୋବାଲ୍‌ ଷ୍ଟାର ହୋଇଗଲେଣି। ସେମାନେ ତାଙ୍କ ସହ ହଲିଉଡ୍ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି ବୋଲି ବି କହିଥିଲେ।

Advertisment

ସୂଚନାଯୋଗ୍ୟ, ପ୍ରିୟଙ୍କା ଏବେ ଆମେରିକାରେ ତାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଥିସହିତ ପ୍ରଥମ ଥର ପାଇଁ କୌଣସି ବଲିଉଡ୍‌ ଫିଲ୍ମକୁ ଆମେରିକୀୟ ଶୋ’ରେ ପ୍ରମୋସନ୍‌ କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe