Advertisment

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଜନ୍ମ ଦିନ କେକ୍‌, ଦାମ୍‌ ଜାଣିଲେ ହୋସ୍‌ ଉଡ଼ିଯିବ

ମୁମ୍ବାଇ: ଜୁଲାଇ ୧୮ ତାରିଖରେ ୩୭ତମ ଜନ୍ମଦିନ ପାଳନ କରିଥିଲେ ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ମିଆମିରେ ସ୍ୱାମୀ ନିକ୍‌, ମାଆ ମଧୁ ଚୋପ୍ରା ଏବଂ ଭଉଣୀ ପରିଣୀତିଙ୍କ ଉପସ୍ଥିତିରେ ସେ ତାଙ୍କ ଜନ୍ମଦିନକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା। ତେବେ ଯାହା ଶୁଣିବାକୁ ମିଳିଛି, ଏହି ଜନ୍ମଦିନ ପାର୍ଟି ପାଇଁ ମାସେ ପୂର୍ବରୁ ଯୋଜନା ଆରମ୍ଭ କରିଥିଲେ ତାଙ୍କ ସ୍ୱାମୀ ନିକ୍‌ ଏବଂ ଭଉଣୀ ପରିଣୀତି। ସେମାନେ ପ୍ରିୟଙ୍କାଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଥିଲେ। ଆଉ ସେମାନେ […]

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଜନ୍ମ ଦିନ କେକ୍‌, ଦାମ୍‌ ଜାଣିଲେ ହୋସ୍‌ ଉଡ଼ିଯିବ

853971-priyankachopra-nickj

Advertisment

ମୁମ୍ବାଇ: ଜୁଲାଇ ୧୮ ତାରିଖରେ ୩୭ତମ ଜନ୍ମଦିନ ପାଳନ କରିଥିଲେ ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା। ମିଆମିରେ ସ୍ୱାମୀ ନିକ୍‌, ମାଆ ମଧୁ ଚୋପ୍ରା ଏବଂ ଭଉଣୀ ପରିଣୀତିଙ୍କ ଉପସ୍ଥିତିରେ ସେ ତାଙ୍କ ଜନ୍ମଦିନକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥିଲା। ତେବେ ଯାହା ଶୁଣିବାକୁ ମିଳିଛି, ଏହି ଜନ୍ମଦିନ ପାର୍ଟି ପାଇଁ ମାସେ ପୂର୍ବରୁ ଯୋଜନା ଆରମ୍ଭ କରିଥିଲେ ତାଙ୍କ ସ୍ୱାମୀ ନିକ୍‌ ଏବଂ ଭଉଣୀ ପରିଣୀତି। ସେମାନେ ପ୍ରିୟଙ୍କାଙ୍କୁ ସରପ୍ରାଇଜ୍‌ ଦେବାକୁ ଚାହୁଁଥିଲେ। ଆଉ ସେମାନେ ସେହି ଯୋଜନା ସଫଳ ମଧ୍ୟ ହୋଇଥିଲେ। ପ୍ରିୟଙ୍କାଙ୍କ ବର୍ଥ ଡେ ଏକଦମ୍‌ ‘ଗ୍ରାଣ୍ଡ ବର୍ଥ ଡେ’ ହୋଇଥିଲା।

Advertisment

publive-imageଏହି ବର୍ଥ ଡେ’ରେ ସବୁଠୁ ଆକର୍ଷଣୀୟ ହୋଇଥିଲା ପାଞ୍ଚ ଥାକିଆ କେକ୍‌। ନିକ୍‌ ସ୍ୱତନ୍ତ୍ର ଭାବେ ଏହି କେକ୍‌ର ଅର୍ଡର ଦେଇଥିଲେ। ତେବେ ଏହାର ଦାମ୍ କେତେ ଜାଣନ୍ତି। ଏହାକୁ ନିକ୍‌ ୫ ହଜାର ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩.୪୫ ଲକ୍ଷ ଟଙ୍କା ଦେଇ ଅର୍ଡର କରିଥିଲେ। ଡିଭାଇନ ଡେଲିକାସିଜ୍‌ କେକ୍‌ସ ଦ୍ୱାରା ପ୍ରସ୍ତୁତ ଏହି କେକ୍‌ଟି ଚକୋଲେଟ ଓ ଭାନିଲା ଫ୍ଲେଭରର ମିଶ୍ରଣରେ ପ୍ରସ୍ତୁତ ହୋଇଥିଲା।

publive-imageଏହି କେକ୍‌ଟି ଲାଲ ଓ ସୁନେଲୀ ରଙ୍ଗର ଥିଲା, ଯାହାକି ପ୍ରିୟଙ୍କାଙ୍କ ବାର୍ଥଡେ’ ଆଉଟ୍‌ଫିଟ ସହ ପୂରାପୂରି ମେଳ ଖାଉଥିଲା। ନିଜ ଜନ୍ମଦିନରେ ପ୍ରିୟଙ୍କା ଏକ ଗର୍ଜିଅସ ଲାଲ୍‌ ଓ ଗୋଲଡେନ୍‌ ରଙ୍ଗର ପୋଷାକ ପିନ୍ଧି ବେଶ୍‌ ସୁନ୍ଦର ଦେଖା ଯାଉଥିଲେ।

Advertisment

publive-image

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe