Advertisment

ଏକତାଙ୍କୁ ମିଳିଲା ନୂଆ ଇଚ୍ଛାଧାରୀ ନାଗୁଣୀ

ମୁମ୍ୱାଇ : ଟିଭି ସିରିଏଲ୍ ‘ନାଗିନ୍‌-୪’ ପାଇଁ ଯେଉଁଭଳି ବିଷଧର ନାଗୁଣୀକୁ ଏକତା କପୁର ଖୋଜୁଥିଲେ, ସେହିପରି ନାଗୁଣୀ ତାଙ୍କୁ ମିଳିଯାଇଛି। ଟେଲି ଅଭିନେତ୍ରୀ ନିୟା ଶର୍ମାଙ୍କୁ ଏଥର ଇଚ୍ଛାଧାରୀ ନାଗୁଣୀ ଭାବରେ ଦର୍ଶକେ ଦେଖିବାକୁ ପାଇବେ। ଟ୍ୱିଟ୍‌ କରି ଏକତା ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ ଏକତା ଲେଖିଛନ୍ତି, ‘ନାଗିନ୍‌ର ଦୁନିଆରେ ଆପଣଙ୍କୁ ସ୍ୱାଗତ ଜଣାଉଛି ନିୟା ଶର୍ମା। ନାଗିନ୍‌-ଭାଗ୍ୟର ଏକ ବିଷଧର ଖେଳ।’  ଏକତାଙ୍କର ଏହି ଟ୍ୱିଟ୍‌ ପରେ ନିୟା ତାଙ୍କୁ ଟ୍ୱିଟ୍‌ କରି […]

author-image
Puspanjali Panda
ଏକତାଙ୍କୁ ମିଳିଲା ନୂଆ ଇଚ୍ଛାଧାରୀ ନାଗୁଣୀ

nia

ମୁମ୍ୱାଇ : ଟିଭି ସିରିଏଲ୍ ‘ନାଗିନ୍‌-୪’ ପାଇଁ ଯେଉଁଭଳି ବିଷଧର ନାଗୁଣୀକୁ ଏକତା କପୁର ଖୋଜୁଥିଲେ, ସେହିପରି ନାଗୁଣୀ ତାଙ୍କୁ ମିଳିଯାଇଛି। ଟେଲି ଅଭିନେତ୍ରୀ ନିୟା ଶର୍ମାଙ୍କୁ ଏଥର ଇଚ୍ଛାଧାରୀ ନାଗୁଣୀ ଭାବରେ ଦର୍ଶକେ ଦେଖିବାକୁ ପାଇବେ। ଟ୍ୱିଟ୍‌ କରି ଏକତା ଏହି ସୂଚନା ଦେଇଛନ୍ତି।

Advertisment

ଟ୍ୱିଟ୍‌ରେ ଏକତା ଲେଖିଛନ୍ତି, ‘ନାଗିନ୍‌ର ଦୁନିଆରେ ଆପଣଙ୍କୁ ସ୍ୱାଗତ ଜଣାଉଛି ନିୟା ଶର୍ମା। ନାଗିନ୍‌-ଭାଗ୍ୟର ଏକ ବିଷଧର ଖେଳ।’  ଏକତାଙ୍କର ଏହି ଟ୍ୱିଟ୍‌ ପରେ ନିୟା ତାଙ୍କୁ ଟ୍ୱିଟ୍‌ କରି ଧନ୍ୟବାଦ ଦେଇଛନ୍ତି।

https://twitter.com/Theniasharma/status/1186602703742308352

ସୂଚନାଯୋଗ୍ୟ, ‘ନାଗିନ୍‌-୪’ରେ କେଉଁ ଷ୍ଟାରକୁ କାଷ୍ଟ କରିବେ, ଏଥିପାଇଁ ଲମ୍ୱା ସମୟ ଧରି ଏକତା ଅଭିନେତ୍ରୀ ଖୋଜିବାରେ ବ୍ୟସ୍ତ ଥିଲେ। ‘ଜମାଇ ରାଜା’ ସିରିଏଲ୍‌ରୁ ଲୋକପ୍ରିୟତା ଅର୍ଜନ କରିଥିବା ନିୟା ଶର୍ମା ଇଚ୍ଛାଧାରୀ ନାଗୁଣୀ ଭୂମିକାରେ ଅଭିନୟ କରିବା ପାଇଁ ଏବେ ପ୍ରସ୍ତୁତ ଥିବା ଜଣାପଡ଼ିଛି।

Advertisment

ଏହା ପୂର୍ବରୁ ଟେଲି ଅଭିନେତ୍ରୀ ସୁରଭି ଜ୍ୟୋତି ଓ ମୌନି ରାୟ ନାଗିନ୍‌ ଭୂମିକାରେ ଅଭିନୟ କରୁଥିଲେ। ଏମାନଙ୍କୁ ଦର୍ଶକେ ଖୁବ୍‌ ପସନ୍ଦ ମଧ୍ୟ କରୁଥିଲେ। ନାଗିନ୍‌ ସିଜନ୍‌ ୧ ଓ ୨ ରେ ମୌନି ରାୟ ଓ ସୁରଭି ଜ୍ୟୋତି ସିଜନ୍‌ ୩ରେ ନାଗୁଣୀ ଚରିତ୍ରରେ ଅଭିନୟ କରିଥିଲେ।

‘ନାଗିନ୍‌-୪’ରେ ନିୟା ଶର୍ମାଙ୍କୁ ଡବଲ୍‌ ରୋଲ୍‌ରେ ଦେଖିବାକୁ ମିଳିବ। ୨୯ ସେପ୍ଟେମ୍ୱରରେ ଏକତା ଦୁଇଜଣ ନାଗୁଣୀଙ୍କର ଟିଜର୍‌ ଜାରି କରିଥିଲେ।

https://www.instagram.com/p/B3AFOV-A1XG/?utm_source=ig_web_copy_link