ପ୍ରଫେସର ‘ଶକ୍ତି କପୁର’

ମୁମ୍ବାଇ: ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁରଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ଅନଟଚଡ୍ ଲଭ’ରେ ଦେଖିବାକୁ ମିଳିବ ପୂରାପୂରି ଭିନ୍ନ ରୋଲରେ। ଏଥିରେ ସେ ଆସିବେ ପ୍ରଫେସର ଭୂମିକାରେ । ପ୍ରଫେସର ଶକ୍ତି କପୁର ଏହି ଫିଲ୍ମରେ ଖୋଜୁଛନ୍ତି ଉଭୟ ଜୀବନ ଓ ମୃତ୍ୟୁର ଅର୍ଥ । ସେ ନିଜ ମୃତ୍ୟୁର ଦିନ ବି ଜାଣିପାରୁଛନ୍ତି। ଏପରିକି ସେ ତାଙ୍କର ମରିଯାଇଥିବା ପୁଅକୁ ବଞ୍ଚାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ଫିଲ୍ମଟିର ସ୍କ୍ରିପ୍ଟ ଶୁଣି କୁଆଡେ ଶକ୍ତି କପୁର ସଙ୍ଗେ ସଙ୍ଗେ ହଁ ଭରି ଦେଇଥିଲେ। ତାଙ୍କୁ ପୂର୍ବରୁ ସେ କରିଥିବା ଫିଲ୍ମଗୁଡ଼ିକ ଠାରୁ ଏହାର କାହାଣୀ ସଂପୂର୍ଣ୍ଣ ଭିନ୍ନ ବୋଲି ସେ କହିଥିବା ଜଣାପଡ଼ିଛି।

‘ଅନଟଚଡ୍ ଲଭ’ ବ୍ୟତିତ ଶକ୍ତି କପୁରଙ୍କୁ ‘ସିମଲା ମିର୍ଚି’, ‘କ୍ୟା କୁଲ୍ ହେଁ ହମ୍ ୩’ ଓ ‘ସୁରଖ ୱାଲା ଲଭ୍’ରେ ମଧ୍ୟ ଦେଖିବାକୁ ମିଳିବ।