ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରିଲିଜ୍ ହୋଇଛି ବହୁଚର୍ଚ୍ଚିତ ବଲିଉଡ୍ କମେଡି ଫିଲ୍ମ ଗୋଲ୍ମାଲ୍ର ଚତୁର୍ଥ ସିକୁଏଲ୍ 'ଗୋଲ୍ମାଲ୍ ଏଗେନ୍'। ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ମୁଭିରେ ଲିଡ୍ ରୋଲରେ ଅଛନ୍ତି ଅଜୟ ଦେବଗନ୍, ତବ୍ବୁ, ପରିଣିତି ଚୋପ୍ରା, ତୁଷାର କପୁର, ଅର୍ସଦ ୱାର୍ସି, ଶ୍ରେୟସ୍ ତଲପଡ଼େ ଓ କୁନାଲ ଖେମୁ। ପୂର୍ବରୁ ଆସିଥିବା ‘ଗୋଲମାଲ’ର ତିନିଟି ଯାକ ଫିଲ୍ମ ଗୋଲମାଲ (୨୦୦୬), ଗୋଲମାଲ ରିଟର୍ଣ୍ଣସ୍ (୨୦୦୮) ଏବଂ ଗୋଲମାଲ-୩ (୨୦୧୦) ରେ ମୁକ ଭୂମିକାରେ ନଜର ଆସିଥିବା ତୁଷାର କପୁର ଏଥର ‘<strong>ଗୋଲମାଲ ଏଗେନ୍’</strong>ରେ କଥା କହୁଛନ୍ତି। ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ତାଙ୍କ ପାଟି ଫିଟିଲା ତାକୁ ନେଇ ସସପେନ୍ସ। କେବଳ ଏତିକି ନୁହେଁ ଆହୁରି ଅନେକ ସସପେନ୍ସ ଓ କମେଡିକୁ ନେଇ ଫ୍ଲୋର୍କୁ ଆସିଛି ‘ଗୋଲମାଲ ଏଗେନ୍’।
ଫିଲ୍ମଟି ରିଲିଜ ହେବା ପରେ ପ୍ରଥମ ଦିନ ବକ୍ସ ଅଫିସରେ କମାଇଥିଲା ୩୩ରୁ ୩୫ କୋଟି ଟଙ୍କା ତେଣୁ ଆଶା କରାଯାଉଥିଲା ଦୀପାବଳିର ଏବଂ ୱିକେଣ୍ଡରେ ଏହା ଆହୁରି ଭଲ କଲେକ୍ସନ୍ କରିବ। କିନ୍ତୁ ଏବେ ଜଣାପଡ଼ିଲାଣି ଦର୍ଶକେ ଫିଲ୍ମଟିକୁ ସେତେ ଅଧିକ ପସନ୍ଦ କରି ନାହାଁନ୍ତି। ଦର୍ଶକଙ୍କ ପସନ୍ଦ ଜାଣିବାକୁ ‘ଓଡ଼ିଶା ରିପୋର୍ଟର’ ପ୍ରତିନିଧି ପହଞ୍ଚିଥିଲେ ଭୁବନେଶ୍ୱରର କିଛି ହଲ୍ରେ। (ଦେଖନ୍ତୁ ଭିଡିଓ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
