Advertisment

ପୁଲ୍‌ୱାମା ଆଟାକ୍‌: ଅଟକିଲା ଏହି ଫିଲ୍ମର ରିଲିଜ୍‌ ଡେଟ୍‌, କାହାଣୀରେ କିଛି ଅଛି କି ? ପଢ଼ନ୍ତୁ

ମୁମ୍ବାଇ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଜମ୍ମୁ କାଶ୍ମୀର ସମ୍ପର୍କିତ ଏକ ଫିଲ୍ମର ରିଲିଜ୍‌ ଡେଟ୍‌କୁ ସ୍ଥଗିତ ରଖାଯାଇଛି। ଫିଲ୍ମଟି କାଶ୍ମୀରର ଜଣେ ୮ ବର୍ଷ ପିଲାର ଜୀବନ ସଂଘର୍ଷ ଉପରେ ପର୍ଯ୍ୟବଶିତ। ଫିଲ୍ମର ନାଁ ହେଉଛି ‘ହାମିଦ୍‌’। ପୁଲ୍‌ୱାମା ଆକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତା ଉକ୍ତ ଫିଲ୍ମର ରିଲିଜ୍‌ ଡେଟ୍‌କୁ ସ୍ଥଗିତ ରଖିଛନ୍ତି। ସମ୍ପୃକ୍ତ  ୮ ବର୍ଷର ବାଳକ ନିଜ ହଜିଯାଇଥିବା ବାପାଙ୍କୁ ଖୋଜିବା […]

ଅଦ୍ୟତନ ହୋଇଛି
ପୁଲ୍‌ୱାମା ଆଟାକ୍‌: ଅଟକିଲା ଏହି ଫିଲ୍ମର ରିଲିଜ୍‌ ଡେଟ୍‌, କାହାଣୀରେ କିଛି ଅଛି କି ? ପଢ଼ନ୍ତୁ

hamid1

Advertisment

ମୁମ୍ବାଇ: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଜମ୍ମୁ କାଶ୍ମୀର ସମ୍ପର୍କିତ ଏକ ଫିଲ୍ମର ରିଲିଜ୍‌ ଡେଟ୍‌କୁ ସ୍ଥଗିତ ରଖାଯାଇଛି। ଫିଲ୍ମଟି କାଶ୍ମୀରର ଜଣେ ୮ ବର୍ଷ ପିଲାର ଜୀବନ ସଂଘର୍ଷ ଉପରେ ପର୍ଯ୍ୟବଶିତ। ଫିଲ୍ମର ନାଁ ହେଉଛି ‘ହାମିଦ୍‌’। ପୁଲ୍‌ୱାମା ଆକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତା ଉକ୍ତ ଫିଲ୍ମର ରିଲିଜ୍‌ ଡେଟ୍‌କୁ ସ୍ଥଗିତ ରଖିଛନ୍ତି। ସମ୍ପୃକ୍ତ  ୮ ବର୍ଷର ବାଳକ ନିଜ ହଜିଯାଇଥିବା ବାପାଙ୍କୁ ଖୋଜିବା ପାଇଁ କେମିତି ସଂଘର୍ଷ କରୁଛନ୍ତି ତାହା ଏହି ଫିଲ୍ମରେ ଦର୍ଶାଯାଇଛି। ଚଳଚ୍ଚିତ୍ରରେ ସିଆର୍‌ପିଏଫ୍‌ର ଜଣେ ଯବାନ ଓ ‘ହାମିଦ୍‌’ ନାମକ ଜଣେ ୮ ବର୍ଷ ପିଲାର ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଯାଇଥିବାରୁ ଫିଲ୍ମଟିକୁ ଏଭଳି ପରିସ୍ଥିତିରେ ରିଲିଜ୍‌ ନକରିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

ଫିଲ୍ମଟି ମାର୍ଚ୍ଚ ୧କୁ ରିଲିଜ୍‌ ହେବାର ଥିଲା। ‘ହାମିଦ୍’ ଫିଲ୍ମର କାହାଣୀ କାଶ୍ମୀରର ମାନବୀୟସ୍ଥିତି ତଥା ସମ୍ବେଦନଶୀଳ ଘଟଣାକୁ ଗତିଶୀଳ। ଯାହା ଲୋକଙ୍କ ପାଇଁ  ଶାନ୍ତିର ବାର୍ତ୍ତା ରହିଛି। କିନ୍ତୁ ଏବେକାର ପରିସ୍ଥିତିରେ ଉକ୍ତ ଚଳଚ୍ଚିତ୍ରର ଅର୍ଥ ହୁଏତ ଲୋକଙ୍କ ପକ୍ଷେ ବୁଝିବା କଷ୍ଟକର ହୋଇଯିବ। ତେଣୁ ଏ ସମୟରେ ରିଲିଜ୍‌ କରିବା ଠିକ୍‌ ହେବ ନାହିଁ ବୋଲି ଫିଲ୍ମ ନିର୍ମାତା ଏଜାଜ୍‌ ଖାନ୍‌ କହିଛନ୍ତି।

publive-imageଏହି ଫିଲ୍ମଟି ସୋମବାର ଶ୍ରୀନଗରରେ ସିଆର୍‌ପିଏଫ୍‌ ଯବାନ୍‌ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂର ଯୋଜନା କରାଯାଇଥିଲା। କିନ୍ତୁ ଏବେ ଏହାକୁ ବାତିଲ ରଖାଯାଇଛି।

Advertisment

ସୂଚନାଯୋଗ୍ୟ, ଗତ ଗୁରୁବାର ଜମ୍ମୁ-ଶ୍ରୀନଗର ରାଜପଥରେ ଆତ୍ମଘାତୀ ଆତଙ୍କବାଦୀ ହମ୍‌ଲା ହୋଇଥିଲା। ଏଥିରେ ୪୦ ଜଣ ସିଆରପିଏଫ୍‌ ଯବାନ୍‌ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ନିଜକୁ ଦାୟୀ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe