Advertisment

ଅମିତାଭଙ୍କ ପରେ ସହିଦଙ୍କ ପରିବାରକୁ ୫ ଲକ୍ଷ ଦେବେ ଏହି ସଙ୍ଗୀତକାର

ମୁମ୍ବାଇ: ଅମିତାଭ୍‌ ବଚ୍ଚନଙ୍କ ପରେ ଏବେ ପ୍ରଖ୍ୟାତ ସଙ୍ଗୀତକାର ମହମ୍ମଦ ଜାହୁର ଖୟାମ ସହିଦ୍‌ ମାନଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼େଇଛନ୍ତି। ସେ ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଖୟାମ ନିଜ ୯୨ ତମ ଜନ୍ମ ଦିନରେ ଏହି ବିଷୟରେ ଜଣାଇଥିଲେ। ଜନ୍ମଦିନରେ ତାଙ୍କୁ  ଉର୍ଦ୍ଦୁ ଆୱାର୍ଡ୍‌ରେ ତାଙ୍କୁ ତାଙ୍କ ଘରେ ସମ୍ମାନିତ କରାଯାଇଥିଲା। ଯବାନ୍‌ ମାନଙ୍କ ତ୍ୟାଗକୁ କେବେ ଭୁଲି ହେବ ନାହିଁ […]

ଅଦ୍ୟତନ ହୋଇଛି
ଅମିତାଭଙ୍କ ପରେ ସହିଦଙ୍କ ପରିବାରକୁ ୫ ଲକ୍ଷ ଦେବେ ଏହି ସଙ୍ଗୀତକାର

khayam

Advertisment

ମୁମ୍ବାଇ: ଅମିତାଭ୍‌ ବଚ୍ଚନଙ୍କ ପରେ ଏବେ ପ୍ରଖ୍ୟାତ ସଙ୍ଗୀତକାର ମହମ୍ମଦ ଜାହୁର ଖୟାମ ସହିଦ୍‌ ମାନଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼େଇଛନ୍ତି। ସେ ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ୍‌ ହୋଇଥିବା ଯବାନମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଖୟାମ ନିଜ ୯୨ ତମ ଜନ୍ମ ଦିନରେ ଏହି ବିଷୟରେ ଜଣାଇଥିଲେ। ଜନ୍ମଦିନରେ ତାଙ୍କୁ  ଉର୍ଦ୍ଦୁ ଆୱାର୍ଡ୍‌ରେ ତାଙ୍କୁ ତାଙ୍କ ଘରେ ସମ୍ମାନିତ କରାଯାଇଥିଲା।
ଯବାନ୍‌ ମାନଙ୍କ ତ୍ୟାଗକୁ କେବେ ଭୁଲି ହେବ ନାହିଁ ବୋଲି ଖୟାମ କହିଥିଲେ। ଏହା ସହ ସେ ସହିଦ୍‌ଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଖୟାମ ଜଣେ ପତ୍ରକାରଙ୍କୁ କହିଥିଲେ,‘‘ପୁଲୱାମାରେ ଯାହା କିଛି ଘଟିଲା, ସେଥିରେ ମୁଁ ଖୁବ୍‌ ମର୍ମାହତ ସେଥିପାଇଁ ମୋତେ ମୋ ଜନ୍ମ ଦିନ ପାଳନ କରିବାକୁ ମନ ହେଲା ନାହିଁ। ଆକ୍ରମରେ ଯେଉଁମାନେ ସହିଦ୍‌ ହୋଇଛନ୍ତି, ସେମାନଙ୍କ ପରିବାର ସମବେଦନା ଜଣାଇବା ସହ ସେମାନଙ୍କ ସହ ସବୁବେଳେ ଛିଡ଼ା ହୋଇଛି ବୋଲି କହିଥିଲେ।

ଖୟାମ୍‌ ଆହୁରି କହିଥିଲେ, ‘‘ମୋତେ ଭରସା ଅଛି ଯେ, ଏହି ଘଟଣା ଉପରେ ଭାରତ ସରକାର କିଛି ନା କିଛି ସମାଧାନ ବାହାର କରିବେ।

Advertisment

ସୂଚନାଯୋଗ୍ୟ ଯେ, ଖୟାମ୍‌ ୨୦୧୬ରେ ନିଜ ୯୦ତମ ଜନ୍ମ ଦିନରେ ୧୦ କୋଟିର ସମ୍ପତ୍ତି ଦାନ କରିଦେଇଥିଲେ। ଖୟାମ୍‌ଙ୍କର ସଙ୍ଗୀତ ପ୍ରତି ଖୁବ୍‌ ଆଗ୍ରହ ଥିଲା। କିନ୍ତୁ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜବରଦସ୍ତ ସେନାରେ ଭର୍ତ୍ତ କରାଯାଉଥିଲା। ସେ ସମୟରେ ଖୟାମ୍‌ ବି ସେନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଦୁଇ ବର୍ଷ ପରେ ସେ ଚାକିରି ଛାଡ଼ି ଦେଇଥିଲେ। ତା’ପରେ ସେ ଅଭିନେତା ହେବା ପାଇଁ ମୁମ୍ବାଇ ଆସିଥିଲେ।

ଅଭିନେତା ଭାବେ ତାଙ୍କୁ ପ୍ରଥମେ ୧୯୪୮ରେ ଫିଲ୍ମ ‘ୟେ ହୈ ଜିନ୍ଦେଗୀ’ରେ ସୁଯୋଗ ମିଳିଥିଲା। କିନ୍ତୁ ତା’ପରେ ସେ ଆଉ ଅଭିନୟ କରିନଥିଲେ। ତା’ପରେ ସେ ପ୍ରଥମ କରି ଫିଲ୍ମ ‘ହୀର୍‌ ରାଞ୍ଝା’ରେ ସଙ୍ଗୀତ ଦେଇଥିଲେ। କିନ୍ତୁ ମହମ୍ମଦ ରଫିଙ୍କ ଗୀତ ‘ଅକେଲେ ମେ ୱହ ଘବରାତେ ତୋ ହୋଗେ’ରେ ତାଙ୍କୁ ପରିଚୟ ମିଳିଥିଲା।ଫିଲ୍ମ ‘ଶୋଲା ଓ ସବନମ୍‌’ତାଙ୍କୁ ଜଣେ ପ୍ରସିଦ୍ଧ ସଙ୍ଗୀତକାର ଭାବେ ପରିଚୟ ଦେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe