Advertisment

ପୁଣି ଏକ ବାୟୋପିକ ଫିଲ୍ମରେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡରେ ଚାଲିଛି ବାୟୋପିକ୍ ଫିଲ୍ମ ନିର୍ମାଣର ଟ୍ରେଣ୍ଡ। ଆଉ ଏହି ଫିଲ୍ମ ବକ୍ସଅଫିସରେ ହିଟ୍ ହେଉଛି। ଦର୍ଶକଙ୍କ କରତାଳି ସହ ବହୁ ପୁରସ୍କାର ପାଇଁ ମନୋନୀତ ମଧ୍ୟ ହେଉଛି। ଏହାକୁ ନଜରରେ ରଖି ବି-ଟାଉନରେ ବଢୁଛି ଏହି ଟ୍ରେଣ୍ଡ। ବଲିଉଡର ୱିଲ୍ଡକ୍ୟାଟ ପ୍ରିୟଙ୍କା ଚୋପ୍ରା ‘ମେରିକମ’ ପରେ ଆଉ ଏକ ବାୟୋପିକ ଫିଲ୍ମରେ ଲିଡ ରୋଲରେ ଆସୁଛନ୍ତି। ଏଥିପାଇଁ ସେ ଅନୁବନ୍ଧିତ ମଧ୍ୟ ହୋଇସାରିଲେଣି ବୋଲି ଚର୍ଚ୍ଚା ଜୋର ଧରିଛି। ମହାକାଶଚାରୀ କଳ୍ପନା ଚାୱାଲାଙ୍କ ଜୀବନୀକୁ […]

ପୁଣି ଏକ ବାୟୋପିକ ଫିଲ୍ମରେ ପ୍ରିୟଙ୍କା

kalpana-and-prynaka

Advertisment

ମୁମ୍ବାଇ: ବଲିଉଡରେ ଚାଲିଛି ବାୟୋପିକ୍ ଫିଲ୍ମ ନିର୍ମାଣର ଟ୍ରେଣ୍ଡ। ଆଉ ଏହି ଫିଲ୍ମ ବକ୍ସଅଫିସରେ ହିଟ୍ ହେଉଛି। ଦର୍ଶକଙ୍କ କରତାଳି ସହ ବହୁ ପୁରସ୍କାର ପାଇଁ ମନୋନୀତ ମଧ୍ୟ ହେଉଛି। ଏହାକୁ ନଜରରେ ରଖି ବି-ଟାଉନରେ ବଢୁଛି ଏହି ଟ୍ରେଣ୍ଡ। ବଲିଉଡର ୱିଲ୍ଡକ୍ୟାଟ ପ୍ରିୟଙ୍କା ଚୋପ୍ରା ‘ମେରିକମ’ ପରେ ଆଉ ଏକ ବାୟୋପିକ ଫିଲ୍ମରେ ଲିଡ ରୋଲରେ ଆସୁଛନ୍ତି। ଏଥିପାଇଁ ସେ ଅନୁବନ୍ଧିତ ମଧ୍ୟ ହୋଇସାରିଲେଣି ବୋଲି ଚର୍ଚ୍ଚା ଜୋର ଧରିଛି। ମହାକାଶଚାରୀ କଳ୍ପନା ଚାୱାଲାଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ଏହି ଫିଲ୍ମ। କଳ୍ପନା ଚାୱାଲା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଭାବେ ମହାକାଶକୁ ଯାତ୍ରା କରିଥିଲେ। ମାତ୍ର ମହାକାଶ ଯାତ୍ରା ସମୟରେ ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ଏକ ଛୋଟ ଟାଉନରୁ କଳ୍ପନା ବିଶ୍ୱସ୍ତରରେ ଭାରତକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ ଅନରୂପ ଭାବେ ପ୍ରିୟଙ୍କା ମଧ୍ୟ ଏକ ଛୋଟ ଟାଉନରୁ ବଲିଉଡ ଓ ହଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

Advertisment

ସୂଚନାଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଏବେ ‘ବାଜିରାଓ ମସ୍ତାନୀ’ ଓ ଆମେରିକୀୟ ଟିଭି ଶୋ କ୍ୱାଣ୍ଟିକୋ ପାଇଁ ବ୍ୟସ୍ତ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe