Advertisment

ବିଗ୍‌ ସ୍କ୍ରିନ୍‌ରେ ମାଲକାନଗିରିକୁ ଦେଖିବ ପୂରା ଦେଶ

ସାଉଥ୍‌ ଫିଲ୍ମ ‘ପୁଷ୍ପା’ର ଅପୂର୍ବ ସଫଳତା ପରେ ଶୁଟିଂ ହେଉଛି ପାର୍ଟ-୨। ଏହି ଫିଲ୍ମର କିଛି ଅଂଶ ପ୍ରାକୃତିକ ସୌର୍ଯ୍ୟରେ ଭରା ମାଲକାନଗିରି ଶୁଟିଂ ହେବ। ସେଥିପାଇଁ ପୂରା ପ୍ରସ୍ତୁତି କରିଛି ପ୍ରଡକ୍ସନ୍‌ ଟିମ୍‌। କାଲିମେଳା ବ୍ଲକ୍‌ ମାନ୍ୟମକୋଣ୍ଡା ପଞ୍ଚାୟତର ପୋଲେରୁ ଗାଁରେ ପହଞ୍ଚିଛି ଶୁଟିଂ ସାମଗ୍ରୀ।

Puspa-2

Puspa-2

Advertisment

କେବେ ଦିନେ ଉପାନ୍ତ ଇଲାକର ଟ୍ୟାଗ ପାଇଥିଲା ମାଲକାନଗିରି। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସେହି ଟ୍ୟାଗ୍‌ ହଟିଛି। ଆଉ ଲୋକଙ୍କ ମନରୁ ଦୂରେଇ ଯାଇଛି ନକ୍ସଲଙ୍କ ଭୟ। ଏବେ ସେହି ଇଲାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପୂରା ଦେଶ ଦେଖିବ ବିଗ୍‌ ସ୍କ୍ରିନ୍‌ରେ। ‘ପୁଷ୍ପା’ ଡାଇଲଗ୍‌ରେ ପ୍ରକମ୍ପିତ ହେବ ମାଲକାନଗିରି ଘଞ୍ଚ ଜଙ୍ଗଲ। ଆଉ କୁଳୁ କୁଳୁ ନାଦ କରି ବୋହି ଯାଉଥିବା ପୋଲେରୁ ନଦୀରେ ଭାସିବ ରକ୍ତନକାଠ।

Advertisment

ସାଉଥ୍‌ ଫିଲ୍ମ ‘ପୁଷ୍ପା’ର ଅପୂର୍ବ ସଫଳତା ପରେ ଶୁଟିଂ ହେଉଛି ପାର୍ଟ-୨। ଏହି ଫିଲ୍ମର କିଛି ଅଂଶ ପ୍ରାକୃତିକ ସୌର୍ଯ୍ୟରେ ଭରା ମାଲକାନଗିରି ଶୁଟିଂ ହେବ। ସେଥିପାଇଁ ପୂରା ପ୍ରସ୍ତୁତି କରିଛି ପ୍ରଡକ୍ସନ୍‌ ଟିମ୍‌। କାଲିମେଳା ବ୍ଲକ୍‌ ମାନ୍ୟମକୋଣ୍ଡା ପଞ୍ଚାୟତର ପୋଲେରୁ ଗାଁରେ ପହଞ୍ଚିଛି ଶୁଟିଂ ସାମଗ୍ରୀ। ରକ୍ତ ଚନ୍ଦନ କାଠ ଗଣ୍ଡି ଭଳି ଦେଖାଯାଉଥିବା ସାମଗ୍ରୀ ପହଞ୍ଚିଛି। ଆସନ୍ତାକାଲିଠାରୁ ମାଲକାନଗିରିରେ ଶୁଟିଂ ଆରମ୍ଭ ହେବ। ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସେପଟେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ହନ୍ତାଳଗୁଡା ତାବେରୁ ଜଳ ପ୍ରପାତଠାରେ ‘ପୁଷ୍ପା-୨’ ଶୁଟିଂ ହେବାର ସମ୍ଭାବନା ରହିଛି। ସେଥିପାଇଁ ଗତ ମାସରେ ମୈତ୍ରୀ ମୁଭିମେକର ଟିମ୍‌ ସେଠାରେ ପହଞ୍ଚି ସ୍ଥାନ ପରିଦର୍ଶନ କରିଥିଲା। ସେହିପରି କିଛିଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣକାରୀ ସଂସ୍ଥାର ଏକ ସ୍ୱତନ୍ତ୍ର ଟିମ୍‌ ଓଡ଼ିଶାର ପୋଲେରୁ ଓ ମାନ୍ୟମକୋଣ୍ଡା ପଞ୍ଚାୟତର ବଡ଼ଯାତ୍ରାଙ୍କ ସ୍ନାନ ସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ। ଶୁଟିଂ ସେଟ୍ ସହ ଟିମ୍ ପହଞ୍ଚିବା ପରେ ଦର୍ଶକଙ୍କ ଏବେ ଭିଡ଼ ଜମିବାରେ ଲାଗିଛି। ତା’ସହ ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Advertisment

ରିପୋର୍ଟ-ମାଲକାନଗିରୁ ଜିତେନ୍ଦ୍ର ବେଉରା

Malkangiri Bollywood News Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe