Advertisment

ଭାରତୀୟ ସିନେମା ଇତିହାସରେ ନୂଆ କେରର୍ଡ; ୬ ଦିନରେ ହଜାରେ କୋଟି ପାର୍ କଲା ପୁଷ୍ପା-୨

ପ୍ରଥମ ଥର ପାଇଁ ଭାରତୀୟ ସିନେମା ଇତିହାସରେ କୌଣସି ଫିଲ୍ମ ମାତ୍ର ୬ ଦିନରେ ହଜାରେ କୋଟି ବକ୍ସ ଅଫିସ୍ କଲେକ୍ସନ କରିଛି। କେବଳ ହିନ୍ଦୀରେ ପୁଷ୍ପା-୨ ୩୭୦ କୋଟିରୁ ଅଧିକ ବ୍ୟବସାୟ କରିଛି।

author-image
Debadatta Aryashrestha
Pushpa 2 Poster

Pushpa 2 Poster

ଭାରତୀୟ ସିନେମା ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨। ମାତ୍ର ୬ ଦିନରେ ୧୦୦୦ କୋଟି ପାର୍ କରିଛି ଏହି ଗ୍ୟାଙ୍ଗଷ୍ଟାର ଡ୍ରାମା। ପ୍ରଥମ ଥର ପାଇଁ ଭାରତୀୟ ସିନେମା ଇତିହାସରେ କୌଣସି ଫିଲ୍ମ ମାତ୍ର ୬ ଦିନରେ ହଜାରେ କୋଟି ବକ୍ସ ଅଫିସ୍ କଲେକ୍ସନ କରିଛି। ଏହା ପୂର୍ବରୁ କୌଣସି ଭାରତୀୟ ଚଳଚ୍ଚିତ୍ର ଦର୍ଶକଙ୍କ ଭିତରେ ଏଭଳି କ୍ରେଜ ଭରିପାରିନଥିଲା।

Advertisment

ପୁଷ୍ପା-୨ ଭାରତ ଓ ବିଦେଶର ଆୟ ମିଶିଲେ ଏବେ ସୁଦ୍ଧା ହଜାରେ କୋଟି ଟଙ୍କା ଇନକମ୍ କଲାଣି। ଖାଲି ଏତିକି ନୁହେଁ, କେବଳ ହିନ୍ଦୀରେ ପୁଷ୍ପା-୨ ୩୭୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଯାହା ସର୍ବକାଳୀନ ଶାହରୁଖ ଖାନଙ୍କ ଜୱାନ ଫିଲ୍ମର ୩୫୦ କୋଟିର ରେକର୍ଡକୁ ବି ମାତ୍ ଦେଇଛି। ଏହା ସହିତ ପ୍ରଥମ ଥର ପାଇଁ କୌଣସି ଦକ୍ଷିଣ ଭାରତୀୟ ସିନେମା ପାଇଁ ସାରା ଦେଶରେ ଏତେ କ୍ରେଜ୍ ଦେଖିବାକୁ ମିଳିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ଓଡ଼ିଶାର ବିଭିନ୍ନ ସିନେମା ହଲରେ ଏବେ ବି ପୁଷ୍ପା-୨ ହାଉସ୍ ଫଲ୍ ଶୋ ଚାଲିଛି।

ତେବେ ‘ପୁଷ୍ପା ୨’‌ ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଯାହା ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିଛି। ଫିଲ୍ମ ବିଷୟରେ କହିବାକୁ ଗଲେ ‘ପୁଷ୍ପା: ଦି ରାଇଜ୍’ ପରେ ଅଲୁ ଅର୍ଜୁନଙ୍କ ଚରିତ୍ର ପୁଷ୍ପା ରାଜର କାହାଣୀ ମଧ୍ୟ ‘ପୁଷ୍ପା ୨: ଦି ରୁଲ୍’ରେ ଆଗକୁ ବଢୁଛି। ପ୍ରଥମ ଭାଗରେ ସେ ଜଣେ ଚନ୍ଦନ ଚୋରା ଚାଲାଣକାରୀ, ପୂର୍ବରୁ ଯାହାଙ୍କ ପାଖରେ କିଛି ନଥିଲା କିନ୍ତୁ ବର୍ତ୍ତମାନ ସେ ଇଣ୍ଡଷ୍ଟ୍ରିର ରାଜା ହୋଇଯାଇଛନ୍ତି। କିନ୍ତୁ ଦ୍ୱିତୀୟ ଭାଗରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦ୍ୱିତୀୟ ଭାଗରେ ଏସ୍‌ପି ଭୱର ସିଂହ ଶେଖାୱତଙ୍କ ଭୂମିକାରେ ଫହାଦ୍ ଫସିଲ ନଜର ଆସିଛନ୍ତି।

Advertisment
Allu Arjun Pushpa 2 Pushpa 2 Box Office Collection