Advertisment

ଭାଇରାଲ ହେଉଛି ଶାହାରୁଖଙ୍କ ଘରେ ଏକାଠି ଥିବା ଗଣେଶ ମୂର୍ତ୍ତୀ ଓ କୋରାନ ଫଟୋ

ମୁମ୍ବାଇ: ଗତ ରବିବାର ସେଲିବ୍ରେଟମାନଙ୍କ ଦ୍ୱାରା ଆୟୋଜିତ ‘ଆଇ ଫର୍ ଇଣ୍ଡିଆ’ ଅନଲାଇନ୍ କନସର୍ଟରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ ମଧ୍ୟ ସାମିଲ ହୋଇଥିଲେ। ଏଥିରେ ସେ ଏକ ଗୀତ ପରିବେଷଣ କରିଥିଲେ। ଯାହାର ଭିଡିଓକୁ ସେ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ ଶେଆର୍ କରିଛନ୍ତି। ହେଲେ ଶାହାରୁଖଙ୍କ ଗୀତ ଅପେକ୍ଷା ଏବେ ସୋଶାଲ ମିଡିଆରେ ତାଙ୍କ ଘର ବିଷୟରେ ଚର୍ଚ୍ଚା ଚାଲିଛି। ବାସ୍ତବରେ ଶାହରୁଖ ଖାନଙ୍କ ଘର ‘ମନ୍ନତ’ ଭିତରର ଏକ ଫଟୋ ଏବେ ଇଣ୍ଟରନେଟରେ […]

ଭାଇରାଲ ହେଉଛି ଶାହାରୁଖଙ୍କ ଘରେ ଏକାଠି ଥିବା ଗଣେଶ ମୂର୍ତ୍ତୀ ଓ କୋରାନ ଫଟୋ

SRK

Advertisment

ମୁମ୍ବାଇ: ଗତ ରବିବାର ସେଲିବ୍ରେଟମାନଙ୍କ ଦ୍ୱାରା ଆୟୋଜିତ 'ଆଇ ଫର୍ ଇଣ୍ଡିଆ' ଅନଲାଇନ୍ କନସର୍ଟରେ ବଲିଉଡ୍ ଅଭିନେତା ଶାହାରୁଖ ଖାନ ମଧ୍ୟ ସାମିଲ ହୋଇଥିଲେ। ଏଥିରେ ସେ ଏକ ଗୀତ ପରିବେଷଣ କରିଥିଲେ। ଯାହାର ଭିଡିଓକୁ ସେ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ ଶେଆର୍ କରିଛନ୍ତି। ହେଲେ ଶାହାରୁଖଙ୍କ ଗୀତ ଅପେକ୍ଷା ଏବେ ସୋଶାଲ ମିଡିଆରେ ତାଙ୍କ ଘର ବିଷୟରେ ଚର୍ଚ୍ଚା ଚାଲିଛି। ବାସ୍ତବରେ ଶାହରୁଖ ଖାନଙ୍କ ଘର ‘ମନ୍ନତ’ ଭିତରର ଏକ ଫଟୋ ଏବେ ଇଣ୍ଟରନେଟରେ ଖୁବ୍  ଭାଇରାଲ୍ ହେଉଛି।

Advertisment

https://twitter.com/iamsrk_brk/status/1257196768653008896?s=20

ଏହି ଫଟୋର ବିଶେଷତ୍ତ୍ୱ ହେଉଛି ଏଥିରେ ଶାହାରୁଖଙ୍କ ଘରେ ଭଗବାନ ଭଗବାନ ଗଣେଶ ଏବଂ ଇସଲାମ୍ ଧର୍ମଗ୍ରନ୍ଥ କୋରାନ ଏକାଠି ରଖାଯାଇଥିବା ଦେଖିବାକୁ  ମିଳିଛି। ଯେଉଁ  ସମାଜରେ  ଅନେକ ଲୋକ ଜାତି ଧର୍ମକୁ ନେଇ ଭେଦଭାବ କରୁଛନ୍ତି ସେଇଠି ଶାହାରୁଖଙ୍କ ଘରେ ଏଭଳି ଫଟୋ ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ଜଣେ ପ୍ରଶଂସକ ଶାହାରୁଖଙ୍କୁ ପ୍ରଶଂସା କରି ଲେଖିଛନ୍ତି, ‘ଗଣେଶ ବି ମିଳିବେ, କୋରାନ ବି ମିଳିବେ, ଏହା ହେଉଛି SRKଙ୍କ ମନ୍ନତ ସାହେବ, ଏଠାରେ ଆପଣଙ୍କୁ ପ୍ରତ୍ୟେକ ଧର୍ମ ମିଳିବ।’

https://twitter.com/iStormbreaker_/status/1257147842545815552?s=20

ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ମୋତେ ଧର୍ମ ପଚାର ନାହିଁ, ଏ ମୋର ବନ୍ଧୁ। ମୁଁ ଧର୍ମ ସହିତ ପରିଚୟ ରଖେ ନାହିଁ । କାରଣ ଯଦି ମୁଁ ଆଲ୍ଲାଙ୍କ ଉପରେ ବିଶ୍ୱାସ କରେ, ତେବେ ମୁଁ  ଭଗବାନଙ୍କ ଉପରେ ମଧ୍ୟ ଭରଷା କରେ। ଆଉ ଜଣେ ଲେଖିଛନ୍ତି, ‘ବାମରେ ଗଣପତିଙ୍କ ମୂର୍ତ୍ତି ଏବଂ ଡାହାଣରେ କୋରାନ, ଶାହାରୁଖ ଖାନ ଭାରତର ଗର୍ବ।

Advertisment

https://twitter.com/karanjohar/status/1257263057371201536?s=20

ସୂଚନାଯୋଗ୍ୟ, 'ଆଇ ଫର୍ ଇଣ୍ଡିଆ' ଅନଲାଇନ୍ କନସର୍ଟକୁ କରନ ଜୋହର ଓ ଜୋୟା ଅଖତର ଆୟୋଜନ କରିଥିଲେ। ଏହାର ଲାଇଭଷ୍ଟ୍ରିମିଂ ଫେସବୁକରେ ହୋଇଥିଲା। ତେବେ ଏହି କନସର୍ଟ ଗତ ରବିବାର ଦିନ ୫୨ କୋଟି ଟଙ୍କା ଆୟ କରିଛି। ଏହି ଟଙ୍କା ମହାମାରୀ କରୋନା ଭାଇରସ୍ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ଖର୍ଚ୍ଚ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe