Advertisment

ଦେଶ ଛାଡ଼ିଲେ ଆର ମାଧବନ

ମୁମ୍ବାଇ:  ପରିବାର ସହ ଦୁବାଇ ସିଫ୍ଟ ହୋଇଗଲେ ବଲିଉଡର ପରଫେକ୍ଟ ’ଫ୍ୟାମିଲି ମ୍ୟାନ୍‌ ଆର ମାଧବନ । ଏହି ଖବର ଉପରେ ନିଜେ ମୋହର ମାରିଛନ୍ତି ମାଧବନ ।  ନିଜ ପୁଅର ସ୍ୱପ୍ନ ପୂରଣ କରିବାକୁ ଦେଶ ଛାଡ଼ି ଦୁବାଇ ପଳାଇଛନ୍ତି ମାଧବନ। ମାଧବନଙ୍କ ପୁଅ ଖୁବ୍‌ ଭଲ ସୁମିଂ କରୁଥିବା ବେଳେ ଜଣେ ଜାତୀୟ ସ୍ତରର ଖେଳାଳୀ। ଏଥିଯୋଗୁ ଖୁବ୍‌ କମ୍‌ ବୟସରୁ ସେ ବହୁ ମେଡାଲ ବି ହାତେଇ ସାରିଛନ୍ତି।  ମାଧବନଙ୍କ ପୁଅ ବେଦାନ୍ତ […]

author-image
Niharika Rout
ଅଦ୍ୟତନ ହୋଇଛି
ଦେଶ ଛାଡ଼ିଲେ ଆର ମାଧବନ

madhaban

ମୁମ୍ବାଇ:  ପରିବାର ସହ ଦୁବାଇ ସିଫ୍ଟ ହୋଇଗଲେ ବଲିଉଡର ପରଫେକ୍ଟ ’ଫ୍ୟାମିଲି ମ୍ୟାନ୍‌ ଆର ମାଧବନ । ଏହି ଖବର ଉପରେ ନିଜେ ମୋହର ମାରିଛନ୍ତି ମାଧବନ ।  ନିଜ ପୁଅର ସ୍ୱପ୍ନ ପୂରଣ କରିବାକୁ ଦେଶ ଛାଡ଼ି ଦୁବାଇ ପଳାଇଛନ୍ତି ମାଧବନ।

Advertisment

ମାଧବନଙ୍କ ପୁଅ ଖୁବ୍‌ ଭଲ ସୁମିଂ କରୁଥିବା ବେଳେ ଜଣେ ଜାତୀୟ ସ୍ତରର ଖେଳାଳୀ। ଏଥିଯୋଗୁ ଖୁବ୍‌ କମ୍‌ ବୟସରୁ ସେ ବହୁ ମେଡାଲ ବି ହାତେଇ ସାରିଛନ୍ତି।  ମାଧବନଙ୍କ ପୁଅ ବେଦାନ୍ତ ଜିତିଥିବା ୭ଟି ପଦକ ମଧ୍ୟରୁ ୪ଟି ରୌପ୍ୟ ହୋଇଥିବା ବେଳେ ୩ଟି ବ୍ରୋଞ୍ଜ। ସେ ୮୦୦ ମିଟର ଫ୍ରୀଷ୍ଟାଇଲ୍‌, ୧୫୦୦ ମିଟର ଫ୍ରୀଷ୍ଟାଇଲ୍‌, ୪ ଗୁଣା ୧୦୦ ଫ୍ରୀଷ୍ଟାଇଲ୍‌ ରିଲେ ଓ ୪ ଗୁଣା ୨୦୦ ରିଲେରେ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ୧୦୦ ମିଟର ଫ୍ରୀଷ୍ଟାଇଲ୍, ୨୦୦ ମିଟର ଫ୍ରୀଷ୍ଟାଇଲ ଓ ୪୦୦ ମିଟର ଫ୍ରୀଷ୍ଟାଇଲ୍ ସ୍ୱିମିଂରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି।

[caption id="attachment_700802" align="aligncenter" width="650"]madhaban-with-family ପରିବାର ସହ ମାଧବନ ।[/caption]

Advertisment

୨୦୨୬ରେ ହେବାକୁ ଥିବା ଅଲମ୍ବିକ ଉପରେ ମାଧବନଙ୍କ ପୁଅ ବେଦାନ୍ତଙ୍କ ଆଖି । ଏଥିନିମନ୍ତେ ସେ ପ୍ରସ୍ତୁତି ଜୋରଦାର ଆରମ୍ଭ କରି ଦେଇଥିବା ବେଳେ ବାଧା ସାଜିଛି କରୋନା। ଏପରି ସମୟରେ ମୁମ୍ବାଇରେ ଅଧିକାଂଶ ଭଲ ସୁଇମିଂ ପୁଲ୍‌ ବନ୍ଦ ଥିବା ବେଳେ ପ୍ରାକଟିସରୁ ବଞ୍ଚିତ ହେଉଛନ୍ତି ବେଦାନ୍ତ । ତେଣୁ ପୁଅ ଇଚ୍ଛା ପୂରଣ କରିବା ପାଇଁ ଦୁବାଇ ସିଫ୍ଟ ହୋଇଗଲେ ମାଧବନ । ସେଠାରେ ଖୁବ୍‌ ଭଲ ସୁଇମିଂ ପୁଲ ଥିବା ବେଳେ  ଭଲ କୋଚଙ୍କ ତତ୍ତ୍ୱାବଧାନରେ  ପ୍ରାକ୍ଟିସ ହୋଇପାରିବ ବୋଲି ସେ କହିଛନ୍ତି।

[caption id="attachment_700803" align="aligncenter" width="650"]madhaban-&-son ପୁଅ ସହ ଆର ମାଧବନ ।[/caption]

ସାଧାରଣତଃ ଅଭିନେତାଙ୍କ ପୁଅ ଅଭିନେତା ହେଉଥିବା ବେଳେ ମାଧବନଙ୍କ ପୁଅ ହେଉଛନ୍ତି ଏଥିରେ ବ୍ୟତିକ୍ରମ । ତେଣୁ ପିଲାମାନେ ଯାହା କରିବାକୁ ଚାହୁଁଛନ୍ତି, ତାଙ୍କୁ ସେଥିରେ ସପୋର୍ଟ କରିବା ଦରକାର ବୋଲି କହିଛନ୍ତି ମାଧବନ । ଏଥିସହ ନିଜ ପୁଅ ପାଇଁ ସେ ଖୁବ୍‌ ଗର୍ବିତ ବୋଲି ବି କହିଛନ୍ତି।

ଚଳିତ ବର୍ଷ ପ୍ରାରମ୍ଭରେ ବେଦାନ୍ତ ଜୁନିୟର ନ୍ୟାସନାଲ ଚମ୍ପିୟନଶିପ୍‌ରେ ୭ଟି ମେଡାଲ ନିଜ ନାମରେ କରିବାକୁ ସଫଳ ହୋଇଥିଲେ। ପୁଅର ଏପରି ରେକର୍ଡ ତୋଡ଼ ପରଫର୍ମମାନ୍ସ ପାଇଁ ମାଧବନଙ୍କ ଛାତି କୁଣ୍ଢେମୋଟ ହୋଇଥିବା ବେଳେ ବଲିଉଡରୁ ବହୁ ସେଲିବ୍ରିଟି ବି ଶୁଭେଚ୍ଛ ଜଣାଇଥିଲେ।

R. Madhavan