ଅଭିନୟ ଦୁନିଆରେ ପାଦ ଦେଲେ ରାଧେ ମା’

ମୁମ୍ବାଇ: ନିଜ ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ଥିବା ରାଧେ ମା’ ଏକ ୱେବ୍‌ ସିରିଜ୍‌ ଜରିଆରେ ଅଭିନୟ ଦୁନିଆରେ ପାଦ ରଖୁଛନ୍ତି। ଏଥିରେ ଛଅଟି ଏପିସୋଡ୍‌ ରହିଛି। ଏହାର ନାଁ ‘ରାହା ଦେ ମା’ ରହିଛି। ଆଉ ଏଥିରେ ରାଧେ ମା’ଙ୍କୁ ତାଙ୍କ ଅସଲି ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବ। ଏହି ୱେବ୍‌ ସିରିଜ୍‌ ଏମିତି ଏକ ପରିବାରର କାହାଣୀ, ଯେଉଁଠି ଏକମାତ୍ର ପୁଅକୁ ତାଙ୍କ ମା’ ବାପା ଜଣେ ଫିଲ୍ମ ଷ୍ଟାର୍‌ କରିବାକୁ ଚାହୁଁଛନ୍ତି। ଆଉ ଆଶୀର୍ବାଦ […]

radhe-ma

radhe-ma

Rakesh Mallick
  • Published: Tuesday, 21 August 2018
  • Updated: 21 August 2018, 07:53 AM IST

ମୁମ୍ବାଇ: ନିଜ ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ଥିବା ରାଧେ ମା’ ଏକ ୱେବ୍‌ ସିରିଜ୍‌ ଜରିଆରେ ଅଭିନୟ ଦୁନିଆରେ ପାଦ ରଖୁଛନ୍ତି। ଏଥିରେ ଛଅଟି ଏପିସୋଡ୍‌ ରହିଛି। ଏହାର ନାଁ ‘ରାହା ଦେ ମା’ ରହିଛି। ଆଉ ଏଥିରେ ରାଧେ ମା’ଙ୍କୁ ତାଙ୍କ ଅସଲି ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବ।
ଏହି ୱେବ୍‌ ସିରିଜ୍‌ ଏମିତି ଏକ ପରିବାରର କାହାଣୀ, ଯେଉଁଠି ଏକମାତ୍ର ପୁଅକୁ ତାଙ୍କ ମା’ ବାପା ଜଣେ ଫିଲ୍ମ ଷ୍ଟାର୍‌ କରିବାକୁ ଚାହୁଁଛନ୍ତି। ଆଉ ଆଶୀର୍ବାଦ ପାଇଁ ପୁଅକୁ ଧରି ରାଧେ ମା’ଙ୍କ ପାଖକୁ ଯାଇଛନ୍ତି। ଏହାର କିଛିଦିନ ପରେ ପିଲାଟିକୁ ଫିଲ୍ମ ଅଫର୍ ଆସୁଛି। କାହାଣୀ ସେ ସମୟରେ ନୂଆ ମୋଡ଼ ନେଉଛି, ଯେତେବେଳେ ପୁଅଟି ସମଲିଙ୍ଗୀ ବୋଲି ଜଣାପଡ଼ୁଛି।
radhe-maୱେବ୍‌ ସିରିଜ୍‌ରେ ଅଭିନୟର ଡେବ୍ୟୁ କରିବା ନେଇ ରାଧେ ମା’ କହିଛନ୍ତି, ‘‘ମୁଁ ଜୀବନରେ କେବେବି ଅଭିନୟ କରିନି। ମୁଁ ଯେମିତି ସେମିତି। ଏହି ସିରିଜ୍‌ରେ ବି ମୁଁ ମୋ ଚରିତ୍ରରେ ଅବିନୟ କରିଛି। ମୁଁ ଗୁରୁ ନୁହେଁ କି ସାଧୁ ନୁହେଁ।”
ସେ ଆହୁରି କହିଛନ୍ତି, “ପିଲାଦିନରୁ ନାଲି ରଙ୍ଗ ମୋର ପସନ୍ଦ। ମୁଁ କାହାରି ହୃଦୟ ଭାଙ୍ଗେ ନାହିଁ। ମୁଁ ସମସ୍ତଙ୍କୁ ଭଲ ପାଏ। ମୁଁ ସବୁବେଳେ ଭାବେ କୌଣସି ଇଭେଣ୍ଟକୁ ଗଲେ ଯେମିତି କାହାରି ହୃଦୟ ନ ଭାଙ୍ଗିବ।’’
ଏହି ୱେବ୍ ସିରିଜ୍ରେ ରାଧେ ମା’, ପଙ୍କଜ ବେରୀ, ଆରାଧାନା ଉପ୍ପଲ, ଅମନ୍‌ ମହେଶ୍ୱରୀ ଓ ଆୟଷୀ ଶର୍ମା ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos