Advertisment

ରିଲିଜ ହେଲା ଅନୁଭବଙ୍କ ଅପ୍‌କମିଂ ଫିଲ୍ମ ରାବନର ଟିଜର

ହିନ୍ଦୀ ଭାଷାରେ ରିଲିଜ ହୋଇଥିବା ଏହି ଟିଜରରେ ଓଲିଉଡ୍‌ର ମହାନାୟକ ଅନୁଭବ ମହାନ୍ତିଙ୍କୁ ଭୟଙ୍କର ବେଶ୍‌ରେ ଦେଖିବାକୁ ମିଳିଛି। ଆଉ ଶୁଣିବାକୁ ମିଳୁଛି ଗୁରୁଗମ୍ଭୀର ଡାଇଲଗ୍‌। ଏହି ନିଶ୍ଚିତ ଲୋକଙ୍କ ମନ କିଣିପାରିବ ବୋଲି ମତପ୍ରକାଶ ପାଉଛି।

author-image
Manoranjan Sial
ଅଦ୍ୟତନ ହୋଇଛି
RaaVan

RaaVan

‘ମେ ରା ଭନ୍‌....। ମହାଦେବ କି ସୌଗନ୍ଧ...।’  ଆଜି ରିଲିଜ ହୋଇଛି #RaaVan - The Interval Part ଫିଲ୍ମର ଟିଜର। ହିନ୍ଦୀ ଭାଷାରେ ରିଲିଜ ହୋଇଥିବା ଏହି ଟିଜରରେ ଓଲିଉଡ୍‌ର ମହାନାୟକ ଅନୁଭବ ମହାନ୍ତିଙ୍କୁ ଭୟଙ୍କର ବେଶ୍‌ରେ ଦେଖିବାକୁ ମିଳିଛି। ଆଉ ଶୁଣିବାକୁ ମିଳିଛି ପ୍ରାରମ୍ଭରେ ଲିଖିତ ଗୁରୁଗମ୍ଭୀର ଡାଇଲଗ୍‌। ଏହି ନିଶ୍ଚିତ ଲୋକଙ୍କ ମନ କିଣିପାରିବ ବୋଲି ମତପ୍ରକାଶ ପାଉଛି।

Advertisment

#RaaVan ଫିଲ୍ମର ଷ୍ଟୋରୀ ଲେଖିଛନ୍ତି ଜାଗୃତି ଶୁକ୍ଳା ଓ ନିର୍ଦ୍ଦେଶନା ଦେଇଛନ୍ତି ତାପସ ଶରଘରିଆ। ଫିଲ୍ମର ପୋଷ୍ଟର ଓ ଟିଜରକୁ ପୋଷ୍ଟ କରି ଜାଗୃତି ଲେଖିଛନ୍ତି, #RaaVan ଫିଲ୍ମ ବିଭିନ୍ନ ଭାଷାରେ ତିଆରି ହୋଇଛି। ପ୍ରଥମ ଥର ପାଇଁ ମୋ ଷ୍ଟୋରୀ ବଡ଼ ପରଦାରେ ଦେଖିବାକୁ ମିଳିବ।

ନିଜ ବିଷୟରେ ଅସଂଖ୍ୟ ସମାଲୋଚନା ଶୁଣନ୍ତୁ। କିନ୍ତୁ ଆପଣଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଧ୍ୟାନ ଓ ଉତ୍ସାହ ସହିତ ଜାରି ରଖ। ତେବେ ତୁମେ ଯାହା ପାଇବାକୁ ଚାହୁଁଛ, ତାହା ପାଇବ। କାରଣ ଜୀବନରେ ଯାହା କିଛି ପାଇଛ, ତାହା କଠିନ ପରିଶ୍ରମ, ବଳିଦାନ ଓ ଲଗାତାର ଉଦ୍ୟମର ପରିଣାମ ବୋଲି ଜାଗୃତି ଲେଖଛନ୍ତି।

Advertisment
Anubhav Mohanty