Advertisment

‘ରାଧାକୃଷ୍ଣ’ରୁ ବିଦାୟ ନେବେ ରାଧା!

ମୁମ୍ବାଇ: ଟେଲି ଦୁନିଆର ଆଧ୍ୟାତ୍ମିକ ଶୋ’ ‘ରାଧାକୃଷ୍ଣ’ ଏବେ ବେଶ୍ ଲୋକପ୍ରିୟ ହୋଇପାରିଛି। ଏହି ଶୋ’ରେ ରାଧାକୃଷ୍ଣଙ୍କ ଚରିତ୍ର ସହିତ କାହାଣୀର ଅଦ୍ଭୁତ ଚିତ୍ରଣ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିପାରିଛି। ଏହି ଧାରାବାହିକରେ ରାଧା ଓ କୃଷ୍ଣଙ୍କ ଭୂମିକାରେ ଅଭିନୟ କରୁଥିବା ସୁମେଧ ମୁଧଗଲକର୍ ଓ ମଲ୍ଲିକା ସିଂହଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ହେଲେ ଏବେ ଯେଉଁ ଖବର ଆସିଛି ତାହା ପ୍ରଶଂସକଙ୍କୁ ନିରାଶ କରିପାରେ। ମିଳିଥିବା ସୂଚନା ଅନୁଯାୟୀ ଶୋ’ରେ ରାଧା ଭୂମିକାରେ […]

‘ରାଧାକୃଷ୍ଣ’ରୁ ବିଦାୟ ନେବେ ରାଧା!

Radha

Advertisment

ମୁମ୍ବାଇ: ଟେଲି ଦୁନିଆର ଆଧ୍ୟାତ୍ମିକ ଶୋ’ ‘ରାଧାକୃଷ୍ଣ’ ଏବେ ବେଶ୍ ଲୋକପ୍ରିୟ ହୋଇପାରିଛି। ଏହି ଶୋ’ରେ ରାଧାକୃଷ୍ଣଙ୍କ ଚରିତ୍ର ସହିତ କାହାଣୀର ଅଦ୍ଭୁତ ଚିତ୍ରଣ ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିପାରିଛି। ଏହି ଧାରାବାହିକରେ ରାଧା ଓ କୃଷ୍ଣଙ୍କ ଭୂମିକାରେ ଅଭିନୟ କରୁଥିବା ସୁମେଧ ମୁଧଗଲକର୍ ଓ ମଲ୍ଲିକା ସିଂହଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ହେଲେ ଏବେ ଯେଉଁ ଖବର ଆସିଛି ତାହା ପ୍ରଶଂସକଙ୍କୁ ନିରାଶ କରିପାରେ। ମିଳିଥିବା ସୂଚନା ଅନୁଯାୟୀ ଶୋ’ରେ ରାଧା ଭୂମିକାରେ ଅଭିନୟ କରୁଥିବା ମଲ୍ଲିକା ସିଂ ଖୁବ୍ ଶୀଘ୍ର ଶୋ’ରୁ ବିଦାୟ ନେଇପାରନ୍ତି।
https://www.instagram.com/p/B-0nHTZhTm0/?utm_source=ig_web_copy_link
ଏହି ସୂଚନା ଅନୁଯାୟୀ, ଶୋ’ରେ କିଛି ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଚାଲିଛି ଏବଂ ମଲ୍ଲିକା ଏଥିରେ ଖୁସି ନାହଁନ୍ତି। ନିର୍ମାତା ସିଦ୍ଧାର୍ଥ କୁମାର ତିୱାରୀ ଏହାକୁ ମହାଭାରତର ଟ୍ରାକ୍‌କୁ ନେବାକୁ ଚାହୁଁଛନ୍ତି। କେବଳ ଏତିକି ନୁହେଁ ନିର୍ମାତା ଶୋ’ର ନାମ ମଧ୍ୟ ‘ରାଧାକୃଷ୍ଣ’ରୁ ପରିବର୍ତ୍ତନ କରି ‘କୃଷ୍ଣ ଅର୍ଜୁନ ଗାଥା’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଶୋ’ର କାହାଣୀ ମହାଭାରତ ଟ୍ରାକ୍‌ରେ ଯାଏ, ତେବେ ରାଧାଙ୍କ ଚରିତ୍ର ବହୁ ପରିମାଣରେ କମିଯିବ ବା ଗୌଣ ହୋଇଯିବ।

Advertisment

କାରଣ ଏପରି ହେଲେ, ଶୋ’ରେ ଅର୍ଜୁନ ଏବଂ କୃଷ୍ଣଙ୍କ ବନ୍ଧୁତାର ଟ୍ରାକ୍‌କୁ ହାଇଲାଇଟ୍ କରାଯିବ। ଏଥିସହ ଶୋ’ରେ ସମସ୍ତ ନୂତନ କଳାକାରଙ୍କ ଏଣ୍ଟ୍ରି କରାଯିବ। ଆଉ ଏହାକୁ ନେଇ ମଲ୍ଲିକା ଆଦୌ ଖୁସି ନୁହଁନ୍ତି।

ସୂଚନାଯୋଗ୍ୟ, ଅର୍ଜୁନଙ୍କ ଭୂମିକାରେ ଅଭିନେତା କିଂସୁକ୍ ବୈଦ୍ୟ ନଜର ଆସିବେ। ଲକଡାଉନ୍ ପୂର୍ବରୁ ତାଙ୍କର ଏକ ପ୍ରମୋ ମଧ୍ୟ ରିଲିଜ୍ କରାଯାଇଥିଲା। ଏହି ପ୍ରମୋ ଜରିଆରେ ମାର୍ଚ୍ଚ ୨୩ରୁ ‘କୃଷ୍ଣ ଅର୍ଜୁନ ଗାଥା’ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଲକ୍‌ଡାଉନ୍‌ ହେତୁ ବର୍ତ୍ତମାନ ସମସ୍ତ ଶୋ’ ଏବଂ ଚଳଚ୍ଚିତ୍ରର ଶୁଟିଂ ବନ୍ଦ କରାଯାଇଛି। ତେବେ ରାଧା ଶୋ’ରୁ ବିଦାୟ ନେଉଛନ୍ତି କି ନାହିଁ ଏ ନେଇ ମଲ୍ଲିକା ଏପର୍ଯ୍ୟନ୍ତ ନିଜର ମତାମତ ଦେଇନାହାନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe