Advertisment

ଦମ୍‌ଦାର୍‌ ହେବ 'ରାଧେ'ର କ୍ଲାଇମାକ୍ସ, ଖର୍ଚ୍ଚ ହେବ ୭.୫ କୋଟି

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଏବେ ‘ବିଗ୍‌ ବସ୍‌ ୧୩’ ହୋଷ୍ଟ କରିବା ସହ ନିଜ ଅପକମିଂ ପିଲ୍ମ ‘ରାଧେ ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।  ବର୍ତ୍ତମାନ ସେ ଗୋଆରେ ଏହାର ଶୁଟିଂ କରିଛନ୍ତି। ଶୁଟିଂ ସେଟ୍‌ର କିଛି ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା।  ତେବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ଯେ ଏହାର ଏକ ଫାଇଟିଂ ସିକ୍ୱେନ୍ସ ଶୁଟିଂ ହେବା ପାଇଁ […]

ଦମ୍‌ଦାର୍‌ ହେବ 'ରାଧେ'ର କ୍ଲାଇମାକ୍ସ, ଖର୍ଚ୍ଚ ହେବ ୭.୫ କୋଟି

radhe

Advertisment

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଏବେ ‘ବିଗ୍‌ ବସ୍‌ ୧୩’ ହୋଷ୍ଟ କରିବା ସହ ନିଜ ଅପକମିଂ ପିଲ୍ମ ‘ରାଧେ ୟୋର୍‌ ମୋଷ୍ଟ ୱାଣ୍ଟେଡ୍‌ ଭାଇ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।  ବର୍ତ୍ତମାନ ସେ ଗୋଆରେ ଏହାର ଶୁଟିଂ କରିଛନ୍ତି। ଶୁଟିଂ ସେଟ୍‌ର କିଛି ଫଟୋ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା।  ତେବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ଯେ ଏହାର ଏକ ଫାଇଟିଂ ସିକ୍ୱେନ୍ସ ଶୁଟିଂ ହେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।

Advertisment

https://www.instagram.com/p/B0aa4bCl0Zq/?utm_source=ig_web_copy_link

ସୂଚନା ଅନୁଯାୟୀ ଫିଲ୍ମର କ୍ଲାଇମାକ୍ସ ସିନ୍‌କୁ ନେଇ ନିର୍ମାତା ଜୋର୍‌ଦାର୍‌ ପ୍ରସ୍ତୁତି ଚଳାଇଛନ୍ତି। ଚର୍ଚ୍ଚା ହେଉଛି ଯେ ଏହି ସିନ୍‌ଟି ପାଖାପାଖି ୨୦ ମିନିଟ୍‌ ରହିବ। ଏଥିରେ ସଲ୍‌ମାନ୍‌ ଓ ରଣଦୀପ ହୁଡା ନଜର ଆସିବେ। ଆଉ ଏହି ସିନ୍‌ ପାଇଁ ପାଖପାଖି  ୭.୫ କୋଟି ଟଙ୍କାଖର୍ଚ୍ଚ ହେବ।  ଏହି ସିନ୍‌ର ଅଧା ମୁମ୍ବାଇର ଏକ ଷ୍ଟୁଡିଓରେ ଶୁଟ୍‌ ହୋଇସାରିଛି। ତେବେ ଆଉ ଅଧା ସିନ୍‌ ପାଇଁ ରାଧେ ଟିମ୍‌ ଦୁବାଇ ଯିବେ।

‘ରାଧେ’ର ଶୁଟିଂ ଦିଲ୍ଲୀ, କୋଲକାତା, ଜୟପୁର ଓ ଲକ୍ଷ୍ନୌରେ କରାଯାଇଛି। ମୁମ୍ବାଇରେ ଶୁଟ୍‌ ହୋଇଥିବା ଅଧା କ୍ଲାଇମ୍ୟାକ୍ସ ସିନ୍‌ ଉପରେ ଏବେ ଭିଏଫ୍‌ଏକ୍ସ ଟିମ୍‌ କାମ କରୁଛ୍ତି। ଏହି ସିନ୍‌ଟିକୁ ପ୍ରଭୂଦେବା ପ୍ଲାନ୍‌ କରିଛନ୍ତି ଯେଉଁଥିରେ ସଲ୍‌ମାନ ଓ ରଣଦୀପ୍‌ଙ୍କ ଜବରଦସ୍ତ ଫାଇଟ୍‌ ଦେଖିବାକୁ ମିଳିବ।

Advertisment

https://www.instagram.com/p/B4UUEFZlXmV/?utm_source=ig_web_copy_link

ସୂଚନାଯୋଗ୍ୟ, ଫିଲ୍ମଟି ୨୦୨୦ ମେ ୨୨ରେ ଇଦ୍‌ ଅବସରରେ ରିଲିଜ୍‌ ହେବ। ଏହି ଫିଲ୍ମକୁ ବକ୍ସ ଅଫିସରେ ଟକ୍କର ଦେବ ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’। ‘ରାଧେ’ରେ ସଲ୍‌ମାନ୍‌ ଓ ଦିଶା ଲିଡ୍‌ ରୋଲ୍‌ରେ ନଜର୍‌ ଆସିବେ। ନେଗେଟିଭ୍‌ ଚରିତ୍ରରେ ନଜର ଆସିବେ ରଣଦୀପ ହୁଡା। ଜ୍ୟାକି ଶ୍ରଫ୍‌ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟିକୁ ପ୍ରଭୂଦେବା ନିର୍ଦ୍ଦେଶନା ଦେଉଥିବାବେଳେ ସଲମାନ୍‌, ସୋହେଲ୍‌ ଖାନ୍‌ ଓ ଅତୁଲ ଅଗ୍ନିହୋତ୍ରୀ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି। ‘ୱାଣ୍ଟେଡ୍’ ଓ ‘ଦବଙ୍ଗ-୩’ ପରେ ପ୍ରଭୂଦେବାଙ୍କର ସଲମାନଙ୍କ ସହ ଏହା ତୃତୀୟ ଫିଲ୍ମ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe